ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କୋରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ତେବେ ଟୀକାକରଣ ପାଇଁ ଅଯୋଗ୍ୟ ଆପ ଆରୋଗ୍ୟସେତୁ ଓ କୋୱିନ ଆପ ପରିବର୍ତ୍ତେ 2 ଡୋଜ ଟିକା ଲୋକଙ୍କ ଜୀବନ ରକ୍ଷା କରିପାରିବ ବୋଲି କହିଛନ୍ତି । ଦେଶର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ନଥିବାରୁ ଆପରେ ପଞ୍ଜୀକରଣ ନକରି ଟିକାରୁ ଲୋକମାନେ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି ।
-
ऐप-निर्भर मोदी सरकार के नाम संदेश:
— Rahul Gandhi (@RahulGandhi) May 10, 2021 " class="align-text-top noRightClick twitterSection" data="
दुर्भाग्य से कोरोना उन्हें भी हो रहा है जिनके पास इंटर्नेट सुविधा नहीं है- यानि देश की आधी से ज़्यादा आबादी!
नहीं बचाएँगे ‘अयोग्य सेतु व NoWin’ जैसे ऐप बल्कि वैक्सीन के दो जैब।
">ऐप-निर्भर मोदी सरकार के नाम संदेश:
— Rahul Gandhi (@RahulGandhi) May 10, 2021
दुर्भाग्य से कोरोना उन्हें भी हो रहा है जिनके पास इंटर्नेट सुविधा नहीं है- यानि देश की आधी से ज़्यादा आबादी!
नहीं बचाएँगे ‘अयोग्य सेतु व NoWin’ जैसे ऐप बल्कि वैक्सीन के दो जैब।ऐप-निर्भर मोदी सरकार के नाम संदेश:
— Rahul Gandhi (@RahulGandhi) May 10, 2021
दुर्भाग्य से कोरोना उन्हें भी हो रहा है जिनके पास इंटर्नेट सुविधा नहीं है- यानि देश की आधी से ज़्यादा आबादी!
नहीं बचाएँगे ‘अयोग्य सेतु व NoWin’ जैसे ऐप बल्कि वैक्सीन के दो जैब।
ସେ ଏ ସମ୍ପର୍କରେ ନିଜ ଟ୍ବିଟର ଆକାଉଣ୍ଟରେ କହିଛନ୍ତି ଯେ " ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସେବା ପହଞ୍ଚି ପାରିନାହିଁ ସେଠାରେ ସଂକ୍ରମଣଙ୍କ ସଂଖ୍ୟା ଅଧିକ ରହିଛି । ଇଣ୍ଟରନେଟ ନଥିବାରୁ ଲୋକମାନେ ଆରୋଗ୍ୟସେତୁ ଓ କୋୱିନରେ ପଞ୍ଜୀକରଣ କରିପାରୁନାହାନ୍ତି ଫଳରେ ଟୀକାକରଣରୁ ବଞ୍ଚିତ ହେଉଛନ୍ତି । ତେବେ ଅଯୋଗ୍ୟ ଆରୋଗ୍ୟ ସେତୁ ଓ କୋୱିନ ଲୋକଙ୍କ ଜୀବନ ବଞ୍ଚାଇ ପାରିବ ନାହିଁ, ବରଂ ଟିକାର 2 ଡୋଜ କରିପାରିବ ବୋଲି ସେ କଟାକ୍ଷ କରି କହିଛନ୍ତି । "
ଦେଶରେ ବଢୁଥିବା କୋରୋନା ସଂକ୍ରମଣ ସରକାରଙ୍କ କୋଭିଡ ପରିଚାଳନାର ବିଫଳତାକୁ ଦର୍ଶାଉଛି । ସରକାର ଯୁଦ୍ଧ ଶେଷ ପୂର୍ବରୁ ବିଜୟର ଘୋଷଣା କରିବା ଦ୍ବାରା ଦେଶ ଏଭଳି ସ୍ଥିତିରେ ପହଞ୍ଚିଛି ବୋଲି ମଧ୍ୟ ସେ କହିଛନ୍ତି । ସେପଟେ ସରକାର ପଞ୍ଜୀକରଣ ବିନା କେନ୍ଦ୍ରକୁ ଯାଇ ଟିକା ସୁବିଧା ଲାଗୁ କରିବା ଉଚିତ । ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଥିବାରୁ ଗ୍ରାମାଞ୍ଚଳରେ ଅନେକ ଲୋକ ଟୀକାକରଣରୁ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି ।
ଏହାସହିତ ସଂକ୍ରମଣ ଅଧିକାଂଶରେ ଗ୍ରାମାଞ୍ଚଳରେ ବ୍ୟାପୁଛି । ଯେଉଁଠାରେ ଇଣ୍ଟରନେଟ ସେବା ପହଞ୍ଚିପାରୁନଥିବା ବେଳେ RT-PCR ଟେଷ୍ଟର ମଧ୍ୟ ସୁବିଧା ନାହିଁ । ଅକ୍ସିଜେନ, ଔଷଧ, ରେମଡେସିଭିର ଭଳି ଜରୁରୀକାଳୀନ ସେବା ମଧ୍ୟ ପହଞ୍ଚିପାରିବା ସମ୍ଭବ ନୁହେଁ । ଏଣୁ ସେହି ଅଞ୍ଚଳରେ ଅଧିକ ସଂକ୍ରମଣ ବ୍ୟାପିବା ସହିତ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଉଛି ବୋଲି CWC ପକ୍ଷରୁ କୁହାଯାଇଛି ।
@ANI