ETV Bharat / bharat

କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଛି, ପ୍ରେମର ଦୋକାନ ଖୋଲିଛି: ରାହୁଲ

author img

By

Published : May 13, 2023, 3:43 PM IST

ପୁଞ୍ଜିବାଦୀଙ୍କୁ ପରାସ୍ତ କରିଛନ୍ତି କର୍ଣ୍ଣାଟକର ସାଧାରଣ ଜନତା । ରାଜ୍ୟରେ ଘୃଣାର ବଜାର ବନ୍ଦ ହୋଇଛି । ପ୍ରଥମ କ୍ୟାବିନେଟ ବୈଠକରେ ପୂରଣ ହେବ 5 ଗ୍ୟାରେଣ୍ଟି । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଛି : ରାହୁଲ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଦଳର ବିପୁଳ ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଭିନ୍ନ ଢଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କହିଛନ୍ତି, କର୍ଣ୍ଣାଟକରେ ଏହି ଜନାଦେଶ ପରେ ଘୃଣାର ବଜାର ବନ୍ଦ ହୋଇଛି । ଆଜି ଠାରୁ ରାଜ୍ୟରେ ପ୍ରେମର ଦୋକାନ ଖୋଲିଛି ବୋଲି ରାହୁଲ କହିଛନ୍ତି । ଏହି ଜନାଦେଶରେ ରାଜ୍ୟର ସାଧାରଣ ତଥା ଗରିବ ଜନତା ପୁଞ୍ଜିବାଦୀଙ୍କୁ ପରାସ୍ତ କରିଛନ୍ତି । ରାହୁଲ ରାଜ୍ୟରେ ମାରାଥନ ପ୍ରଚାର କରି ଦଳ ପାଇଁ ଭୋଟ ମାଗିଥିଲେ ।

ଆଜି ଫଳାଫଳ ସ୍ପଷ୍ଟ ହେବା ପରେ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ ରାହୁଲ । ବିଜୟ ଉତ୍ସବ ମନାଇବା ସହ ଫଳାଫଳ ନେଇ ରାହୁଲ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, କର୍ଣ୍ଣାଟକର ଲୋକେ ପୁଞ୍ଜିବାଦୀଙ୍କୁ ପରାସ୍ତ କରିଛନ୍ତି । ଏହି ଜନାଦେଶ ରାଜ୍ୟରେ ଚାଲିଥିବା ଘୃଣାର ବଜାରକୁ ବନ୍ଦ କରିଛି । କଂଗ୍ରେସ କେବେ ହେଲେ ଘୃଣାକୁ ଆଧାର କରି ନିର୍ବାଚନ ଲଢେନାହିଁ । ଏହା ସାଧାରଣ, ଗରିବ ଲୋକଙ୍କ ଶକ୍ତି ଓ ସେମାନଙ୍କର ବିଜୟ । ଏବେ କର୍ଣ୍ଣାଟକରେ ଘୃଣା ନୁହେଁ କେବଳ ପ୍ରେମର ବଜାର ଖୋଲିବ ବୋଲି ମଧ୍ୟ ରାହୁଲ କହିଛନ୍ତି ।

ଅପରାହ୍ନ 3 ଟା ସୁଦ୍ଧା ଫଳାଫଳ
ଅପରାହ୍ନ 3 ଟା ସୁଦ୍ଧା ଫଳାଫଳ

ସେହିପରି କର୍ଣ୍ଣାଟକ ଫଳାଫଳ ପରେ ରାହୁଲ ଅନ୍ୟ ରାଜ୍ୟ ଆଡକୁ ମଧ୍ୟ ଇଙ୍ଗୀତ କରିସାରିଲେଣି । କର୍ଣ୍ଣାଟକ ଫଳାଫଳ ଅନ୍ୟ ରାଜ୍ୟରେ ମଧ୍ୟ ଆଗାମୀ ଦିନରେ ପ୍ରତିଫଳିତ ହେବ । କଂଗ୍ରେସ ସାଧାରଣ ଲୋକଙ୍କ ପ୍ରସଙ୍ଗ ଓ ସମସ୍ୟା ନେଇ ନିର୍ବାଚନ ଲଢିଥିଲା । ଦଳ ରାଜ୍ୟବାସୀଙ୍କ ପ୍ରତି କରିଥିବା ପ୍ରତିଶୃତି ନିଶ୍ଚୟ ପୂରଣ କରିବ । ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଘୋଷଣାପତ୍ରରେ ଥିବା 5 ଗ୍ୟାରେଣ୍ଟି ପୁରା ହେବା ନେଇ ରାହୁଲ ପୁଣି ସ୍ମରଣ କରାଇଛନ୍ତି ।

ଏବେ ସୁଦ୍ଧା କଂଗ୍ରେସ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ସ୍ପଷ୍ଟ ବହୁମତରୁ ପ୍ରଚଣ୍ଡ ବହୁମତ ଦିଗରେ ଅଗ୍ରସର ହେବାରେ ଲାଗିଛି । ଏବେ ସୁଦ୍ଧା ଦଳ ପ୍ରାୟ 140 ଆସନରେ ଆଗରେ ରହିଛି । ପ୍ରାୟ 60 ସିଟରେ ଦଳୀୟ ପ୍ରାର୍ଥୀ ବିଜୟୀ ମଧ୍ୟ ହୋଇସାରିଲେଣି । 113 ଆସନ ସରକାର ଗଠନ କରିବା ପାଇଁ ଥିବା ବେଳେ କଂଗ୍ରେସ ପ୍ରଚଣ୍ଡ ବହୁମତରେ ସରକାର ଗଠନ କରିବାକୁ ଯାଉଛି । ଅନ୍ୟପଟେ କଡା ଟକ୍କର ଦେଖିବାକୁ ଆଶା କରାଯାଉଥିବା ବେଳେ ବିଜେପି କିନ୍ତୁ ଅପ୍ରତ୍ୟାଶିତ ପରାଜୟର ସମ୍ନା କରିବାକୁ ପଡିଛି । ଏବେ ବିଜେପି ମାତ୍ର 70 ଆସନରେ ଆଗରେ ରହିଛି । କଂଗ୍ରେସର ଦୁଇ ହେଭିଓ୍ବେଟ ଶିବକୁମାର ଓ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦର ଲବିରେ ରହିଛନ୍ତି । ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିପାରେ କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.