ETV Bharat / bharat

'ରାହୁଲ ଗାନ୍ଧୀଙ୍କୁ ମୁଁ ହତ୍ୟା କରିଛି' କାହିଁକି ଏପରି କହିଲେ ରାହୁଲ ? - ହରିୟାଣାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା

ହରିୟାଣାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ମତ ଏବେ ଚର୍ଚ୍ଚାରେ ରହିଛି । ଯେଉଁ ରାହୁଲ ଗାନ୍ଧୀଙ୍କୁ ଆପଣ ଦେଖିଛନ୍ତି, ସେ ତାଙ୍କୁ ମାରି ଦେଇଥିବା ରାହୁଲ ଗାନ୍ଧୀ କହିଛନ୍ତି । ଅଧିକ ପଢ଼ନ୍ତୁ

bharat jodo yatra
ଭାରତ ଯୋଡ଼ ଯାତ୍ରା
author img

By

Published : Jan 10, 2023, 1:28 PM IST

ନୂଆଦିଲ୍ଲୀ: "ଯେଉଁ ରାହୁଲ ଗାନ୍ଧୀ ଆପଣଙ୍କ ଭାବନାରେ ଅଛନ୍ତି, ମୁଁ ତାଙ୍କୁ ହତ୍ୟା କରିଛି ।" ହରିୟାଣାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଚାଲିଥିବା ବେଳେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏପରି କହିଥିଲେ ରାହୁଲ ଗାନ୍ଧୀ । ସେ କହିଥିଲେ ଯେ, ପୁରୁଣା ରାହୁଲଙ୍କୁ ସେ ମାରିଦେଇଛନ୍ତି ଏବଂ ସେ ତାଙ୍କ ଭାବମୂର୍ତ୍ତିକୁ ନେଇ ଆଦୌ ଚିନ୍ତିତ ନୁହଁନ୍ତି ।

ସେପ୍ଟେମ୍ବର 7 ତାରିଖରୁ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ହରିୟାଣାରେ ପହଞ୍ଚିଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିବା ବେଳେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ, ଭାରତ ଯୋଡ଼ ଯାତ୍ରା ତାଙ୍କ ଭାବମୂର୍ତ୍ତିରେ କେଉଁ ପରିବର୍ତ୍ତନ ଆଣିଛି ? ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି, "ଯେଉଁ ରାହୁଲ ଗାନ୍ଧୀଙ୍କୁ ଆପଣ ଜାଣିଛନ୍ତି, ମୁଁ ସେ ବ୍ୟକ୍ତିତ୍ବକୁ ମୋ ଭିତରେ ମାରି ଦେଇଛି । ସେ ମୋ ଭାବନାରେ ମଧ୍ୟ ନାହାନ୍ତି । ସେ ଚାଲିଯାଇଛନ୍ତି ।" ସେ ଆହୁରି ମଧ୍ୟ କହିଛନ୍ତି, "ଆପଣଙ୍କ ସମ୍ମୁଖରେ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀ ନୁହଁନ୍ତି ।" ରାହୁଲ ଗାନ୍ଧୀଙ୍କ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ: Pm Modi Visit Telengana: ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, 7 ହଜାର କୋଟି ପ୍ରକଳ୍ପ ଦେବେ ଭେଟି

ଆପଣ ତାଙ୍କୁ ଦେଖି ପାରିବେ, ହେଲେ ବୁଝି ପାରିବେ ନାହିଁ । ହିନ୍ଦୁ ଧର୍ମ ଶାସ୍ତ୍ର ପଢ଼ନ୍ତୁ, ପ୍ରଭୁ ଶିବଙ୍କ ବିଷୟରେ ପଢ଼ନ୍ତୁ ତେବେ ଆପଣ ବୁଝିପାରିବେ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ରାହୁଲ ଗାନ୍ଧୀ ଆପଣଙ୍କ ଭାବନାରେ ଅଛନ୍ତି ମୋର ନୁହେଁ । " ରାହୁଲ ଗାନ୍ଧୀ ବିଜେପି ଭାବନାରେ ଅଛନ୍ତି, କିନ୍ତୁ ମୋର ନୁହେଁ ବୋଲି ସେ କହିଛନ୍ତି । " ଆପଣଙ୍କ ହିସାବରେ ମୋର ଭାବମୂର୍ତ୍ତି ତିଆରି କରିପାରିବେ ବୋଲି ରାହୁଲ କହିଛନ୍ତି । ବର୍ଷେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଛାଡ଼ି ଦେଇଛି । ସେ ବର୍ତ୍ତମାନ ମୋର ନୁହଁନ୍ତି କହିଛନ୍ତି ରାହୁଲ ଗାନ୍ଧୀ ।

ଏହା ମଧ୍ୟ ପଢ଼ନ୍ତୁ: ଜାନୁଆରୀ ୧୮ରେ BRSର ବିଶାଳ ସମାବେଶ, ଯୋଗ ଦେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ

ସୂଚନା ଥାଉକି, କଂଗ୍ରେସର ଭାରର ଯୋଡ଼ ଯାତ୍ରା ଏବେ ଚାରିଆଡ଼େ ଚର୍ଚ୍ଚାରେ ରହିଛି । ବିଭିନ୍ନ କାର୍ଯ୍ୟକ୍ରମରେ ରାହୁଲଙ୍କ ଭିନ୍ନ ଭିନ୍ନ ରାଜନୈତିକ ପ୍ରସଙ୍ଗ ପାଲଟୁଛି । କଂଗ୍ରେସର ଭାରତ ଯୋଡ଼ ଯାତ୍ରା ବର୍ତ୍ତମାନ ହରିୟାଣାରେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ ପରେ ହରିୟାଣାରେ ପହଞ୍ଚିଛି । ଏହାପରେ ପଞ୍ଜାବ ଓ ଜମ୍ମୁ କାଶ୍ମୀରର ଯାତ୍ରା କରି ଭାରତ ଯୋଡ଼ ଶେଷ ହେବ । ଜାନୁୟାରୀ 26ରୁ କଂଗ୍ରେସର ହାତ ସେ ହାତ ଯୋଡ଼ ଅଭିଯାନ ଆରମ୍ଭ ହେବ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ 150 ଦିନିଆ ଭାରତ ଯୋଡ଼ ଯାତ୍ରା ଆୟୋଜନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.