ETV Bharat / bharat

ରାହୁଲଙ୍କୁ ପାଟନା ହାଇକୋର୍ଟରୁ ଆଶ୍ବସ୍ତି: ମୋଦି ସାଙ୍ଗିଆ ମାମଲାରେ ତଳ କୋର୍ଟରେ ହେବେନି ହାଜର

author img

By

Published : Apr 24, 2023, 5:25 PM IST

ମୋଦି ସାଙ୍ଗିଆ ମାମଲାରେ ପାଟନା ଏମପି ଏମଏଲଏ କୋର୍ଟରେ ହାଜର ହେବେନି ରାହୁଲ ଗାନ୍ଧୀ । ତଳ କୋର୍ଟର ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ପାଟନା ହାଇକୋର୍ଟ । ଆସନ୍ତାକାଲି ହାଜର ହୋଇଥାଆନ୍ତେ । ଅଧିକ ପଢନ୍ତୁ

ରାହୁଲଙ୍କୁ ପାଟନା ହାଇକୋର୍ଟରୁ ଆଶ୍ବସ୍ତି: ମୋଦି ସାଙ୍ଗିଆ ମାମଲାରେ ହେବାକୁ ପଡିବନି ହାଜର

ପାଟନା: ‘ମୋଦି ସାଙ୍ଗିଆ’ ମାମଲାରେ ପାଟନା ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ପାଟନାର ଏମପି ଏମଏଲଏ କୋର୍ଟ ଆସନ୍ତାକାଲି (25 ଏପ୍ରିଲ) ରାହୁଲଙ୍କୁ ହାଜର ହେବା ପାଇଁ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏବେ ରାହୁଲଙ୍କୁ ଏହି ମାମଲାରେ ତଳ କୋର୍ଟରେ ହାଜର ହେବାକୁ ପଡିବନାହିଁ । ଏହା ସହ ମାମଲାର ପରବର୍ତ୍ତୀ ଶୁଣାଣି 25 ମେ’ ରେ ହେବା ନେଇ ହାଇକୋର୍ଟ ସମୟ ମଧ୍ୟ ଧାର୍ଯ୍ୟ କରିଛନ୍ତି ।

ଆସନ୍ତାକାଲି ରାହୁଲ ତଳ କୋର୍ଟରେ ହାଜର ହେବାକୁ ଥିବା ବେଳେ ଆଜି ପାଟନା ହାଇକୋର୍ଟରେ ଜଷ୍ଟିସ ସନ୍ଦୀପ କୁମାର ରାହୁଲଙ୍କ ଦ୍ବାରା କରାଯାଇଥିବା ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି । ପାଟନାର ଏମପି ଏଏଲଏ ରାୟକୁ ଚ୍ୟାଲେଞ୍ଜ କରି ପାଟନା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ରାହୁଲ । ହାଇକୋର୍ଟ ତଳ କୋର୍ଟର ଏହି ନିର୍ଦ୍ଦେଶକୁ ଖାରଜ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି 15 ମେ’କୁ ସ୍ଥିର କରିଛନ୍ତି ।

ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଏହି ମାମଲାରେ ସୁରଟର ଏକ କୋର୍ଟ ତାଙ୍କୁ 2 ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ । ହେଲେ ରାହୁଲଙ୍କୁ ବେଲ ମିଳିବା କାରଣରୁ ତାଙ୍କୁ ଜେଲ ଯିବାକୁ ପଡିନଥିଲା । ହେଲେ ଦଣ୍ଡାଦେଶ ପ୍ରକାଶ ପାଇବାର ମାତ୍ର ଗୋଟିଏ ଦିନ ପରେ ତାଙ୍କର ସାଂସଦ ପଦକୁ ରଦ୍ଦ କରି ଦିଆଯାଇଥିଲା । ରାହୁଲ ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁରଟ ଶେସନ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ସେଠାରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା । ପରେ ସେ ଶନିବାର ତାଙ୍କୁ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ମଧ୍ୟ ଖାଲି କରିଛନ୍ତି ।

2019ରେ କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏହି ବିବାଦୀୟ ବୟାନ ଦେଇଥିଲେ । ଦେଶରେ ସବୁ ଚୋରଙ୍କ ନାମ ମୋଦି ବୋଲି କହିଥିଲେ ରାହୁଲ । ଯାହାକୁ ନେଇ ବିଜେପି ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଏତଲା ଦେଇଥିଲା । ଗତ ମାସରେ ଏହି ମାମଲାରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲା । ଏହି ଦଣ୍ଡାଦେଶ ରାହୁଲଙ୍କ ରାଜନୈତିକ କ୍ୟାରିଅର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ତାଙ୍କୁ ସାଂସଦ ପଦ ମଧ୍ୟ ହରାଇବାକୁ ପଡିଛି । ଅନ୍ୟପଟେ ଏହି ମାମଲାରେ ସେ ଏବେ ବେଲ୍‌ରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.