ETV Bharat / bharat

‘ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀ ’ - union budget 2021

ବିଭିନ୍ନ ପ୍ରସଙ୍ଗରେ ପ୍ରେସମିଟ କରି ସରକାରଙ୍କୁ ଟାର୍ଗେଟ କରଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ବଜେଟ, ଚାଷୀ ଓ ସୀମା ପ୍ରସଙ୍ଗରେ ସରକାର ସମ୍ପୁର୍ଣ୍ଣ ବିଫଳ

author img

By

Published : Feb 3, 2021, 7:28 PM IST

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗରେ ପ୍ରେସମିଟ କରି ସରକାରଙ୍କୁ ଟାର୍ଗେଟ କରଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ଏକ ଦୁର୍ଗରେ ପରିଣତ ହେଲା ପରି ଲାଗୁଛି । ଯେଉଁମାନେ ଫସଲ ଫଳାନ୍ତି ସେମାନଙ୍କୁ କାହିଁକି ଧମକ ଦିଆଯାଉଛି, ପିଟାଯାଉଛି ଏବଂ ହତ୍ୟା ମଧ୍ୟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ଏହି ପ୍ରସଙ୍ଗରେ ସରକାର ଚାଷୀମାନଙ୍କ ସହ କାହିଁକି ମୁକ୍ତ ଆଲୋଚନା କରି ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ରାହୁଲ କହିଛନ୍ତି, ଏହି ବିଲକୁ 2 ବର୍ଷ ପାଇଁ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏହାର ଅର୍ଥ ସରକାର ମଧ୍ୟ ଚାହୁଁଛନ୍ତି ଯେ ଏହି ଆଇନରୁ ମୁକ୍ତି ଦରକାର । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଖୁବଶୀଘ୍ର ଏହି ସମସ୍ୟା ଉପରେ ନିର୍ଣ୍ଣାୟକ ଆଲୋଚନା ଓ ସମାଧାନ ହେବା ଆବଶ୍ୟକ ।

2020-21 ଆର୍ଥିକ ବର୍ଷ ପାଇଁ ସରକାର ଆଣିଥିବା ବଜେଟରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାହୁଲ । ସେ କହିଛନ୍ତି ଆଶା କରାଯାଉଥିଲା ଚଳିତ ବଜେଟ ଜନସଂଖ୍ୟାର ପ୍ରାୟ 99 ପ୍ରତିଶତ ଲୋକଙ୍କ ଆବଶ୍ୟକତା ମଣ୍ଟାଇବା ଦିଗରେ ସହାୟକ ହେବ । କିନ୍ତୁ ଚଳିତ ଆର୍ଥିକ ବର୍ଷର ବଜେଟ ମାତ୍ର 1 ପ୍ରତିଶତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ପରି ଅନୁଭବ ହେଉଛି । ମୋଦି ସରକାର କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ, ଶ୍ରମିକ, କୃଷକ, ସାଧାରଣ ଲୋକଙ୍କଠାରୁ ଟଙ୍କା ଛଡ଼ାଇ ନେଇ 5-10 ପ୍ରତିଶତ ଲୋକଙ୍କ ପକେଟରେ ରଖିଛନ୍ତି ବୋଲି କହିଛନ୍ତି ରାହୁଲ ।

ସେହିପରି ଚୀନ-ଭାରତ ସୀମା ବିବାଦ ଓ ଚୀନ ସେନାର ଭାରତୀୟ ଅଞ୍ଚଳରେ ଅନୁପ୍ରବେଶରେ ମୋଦି ସରକାର ସମ୍ପୂର୍ଣ୍ଣ ଅସହାୟ । ମୋଦିଙ୍କ ଦୁର୍ବଳ ନୀତି ଚୀନ ସେନାକୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପାଇଁ ସୁଯୋଗ ଦେଉଛି। ସେହିପରି ଚଳିତ ବର୍ଷ ବଜେଟରେ ମଧ୍ୟ ପ୍ରତିରକ୍ଷା ଓ ସେନା ପାଇଁ କିଛି ବିଶେଷ ଅନୁଦାନ ରାଶି ନଥିବା ଅଭିଯୋଗ ମଧ୍ୟ ରାହୁଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.