ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ରାହୁଲଙ୍କୁ ଦାୟିତ୍ବହୀନ ଓ ପାର୍ଟ ଟାଇମ ରାଜନେତା କହି କଟାକ୍ଷ କରିଛନ୍ତି । ପୂର୍ବରୁ ସେ ଏପରି ମଧ୍ଯ କହିଥିଲେ ରାହୁଲ ଗାନ୍ଧୀଙ୍କୁ ଇତିହାସ ବିଷୟରେ କୈଣସି କଥା ଜଣା ନାହିଁ । ସେ ଭବିଷ୍ୟତକୁ ନେଇ ଚିନ୍ତିତ ନୁହଁନ୍ତି । ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ଭାରତ ସହ ଚୀନ ବିବାଦ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ଏନେଇ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ଜାରି କରିଥିଲେ । ଯେଉଁଥିରେ ଲେଖାଯାଇଛି ମିଷ୍ଟର ୫୬ ଇଞ୍ଚ ଚାଇନାକୁ ଡରୁଛନ୍ତି । ୩୮ ସ୍କୋୟାର କିଲୋମିଟର ଲଦାଖର ଅଞ୍ଚଳର ଚୀନ ଅଧିନରେ ରହିଛି । ହେଲେ ସରକାର ପାଲାମେଣ୍ଟରେ ବସିଛନ୍ତି ବୋଲି ରାହୁଲ କହିଛନ୍ତି ।
-
Mr 56” is scared of China.
— Rahul Gandhi (@RahulGandhi) September 24, 2021 " class="align-text-top noRightClick twitterSection" data="
Mr 56” चीन से डरता है। pic.twitter.com/taRfoRzMEl
">Mr 56” is scared of China.
— Rahul Gandhi (@RahulGandhi) September 24, 2021
Mr 56” चीन से डरता है। pic.twitter.com/taRfoRzMElMr 56” is scared of China.
— Rahul Gandhi (@RahulGandhi) September 24, 2021
Mr 56” चीन से डरता है। pic.twitter.com/taRfoRzMEl
ତେବେ, ଏ ଭିଡିଓଟିର ଟାଇଟେଲ ରହିଛି ‘କ୍ରୋନୋଲୋଜି ସମଜିଏ’ । ଗତ ବର୍ଷ ମେ ୫ ତାରିଖରୁ ଲାଗି ରହିଥିବା ଭାରତ ଚାଇନା ସୀମା ବିବାଦର ବିଭିନ୍ନ ଖବର ସଂଗ୍ରହ କରି ଏକ ଭିଡିଓ କରିଛନ୍ତି । ସେପଟେ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ରାହୁଲ ଗାନ୍ଧୀ ଜଣେ ଦାୟିତ୍ବହୀନ ରାଜନେତା । ଯେତେବେଳେ ଦେଶ କୌଣସି ସଙ୍କଟ ସ୍ଥିତି ଦେଇ ଗତି କରେ । ସେ ଦେଶ ବାହାରକୁ ଚାଲି ଯାଆନ୍ତି । ତେଣୁ ତାଙ୍କର କୈଣସି କଥା ଉପରେ ପ୍ରତିକ୍ରିୟା ରଖିବା ଉଚିତ ନୁହେଁ । ରାହୁଲଙ୍କ ମନ୍ତବ୍ୟ ଗୁଡିକ ପିଲାଳିଆମି ମନ୍ତବ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।