ETV Bharat / bharat

ଛତିଶଗଡରେ ରାହୁଲ ଗାନ୍ଧୀଙ୍କ ବଡ଼ ଘୋଷଣା, ଦଳ କ୍ଷମତା ବଜାୟ ରଖିଲେ କେଜିରୁ ପିଜି ମାଗଣା ଶିକ୍ଷା - ଛତିଶଗଡ ନିର୍ବାଚନ

ଛତିଶଗଡରେ କଂଗ୍ରେସର ବଡ ଘୋଷଣା। କ୍ଷମତା ବଜାୟୀ ରହିଲେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ। ଅଧିକ ପଢନ୍ତୁ

Rahul Gandhi In Chhattisgarh
Rahul Gandhi In Chhattisgarh
author img

By ETV Bharat Odisha Team

Published : Oct 29, 2023, 10:14 AM IST

ରାୟପୁର: ପାଖେ ଆସୁଛି ଛତିଶଗଡ ନିର୍ବାଚନ। ଭୋଟ ହାତେଇବାକୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇୟାଇଛି ପ୍ରତିଦ୍ବନ୍ଦିତା । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ପ୍ରତିଶୃତି ଦେଇଛନ୍ତି ନେତା । ନିର୍ବାଚନକୁ ଦୃଷ୍ଟିରେ ରଖି ଦୁଇ ଦିନିଆ ଛତିଶଗଡ ଗସ୍ତରେ ଆସିଛନ୍ତି ରାହୁଲ ଗାନ୍ଧୀ । ଭାନୁପ୍ରତାପୁରରେ ପହଞ୍ଚି ବଡ଼ ଘୋଷଣା କରିଛନ୍ତି ରାହୁଲ । ଯଦି ଛତିଶଗଡ଼ରେ କଂଗ୍ରେସ ପୁଣି ଥରେ ସରକାର ଗଠନ କରେ ତେବେ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ିବେ । ଛତିଶଗଡ଼ର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ କରାଯିବ । ଏଥିପାଇଁ କାହାକୁ ବି ଏକ ଟଙ୍କା ମଧ୍ୟ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି ରାହୁଲ ।

  • सोनादाई की पावन धरा भानुप्रतापपुर में जनता की मुखर आवाज जननायक श्री राहुल गांधी जी का छत्तीसगढ़ प्रदेश कांग्रेस कमेटी हार्दिक स्वागत करती है।#फिर_से_कांग्रेस_सरकार pic.twitter.com/nIQSxBTEqr

    — INC Chhattisgarh (@INCChhattisgarh) October 28, 2023 " class="align-text-top noRightClick twitterSection" data=" ">

ଏଥିସହ ବିଜେପିକୁ ଟାର୍ଗେଟ୍‌ କରି ରାହୁଲ କହିଥିଲେ ଯେ, ଛତିଶଗଡ଼, ହିନ୍ଦୀ ଏବଂ ଇଂରାଜୀ ଏହି ତିନୋଟି ଭାଷା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବିଜେପି ନେତାମାନେ 24 ଘଣ୍ଟା ହିନ୍ଦୀ କୁହନ୍ତି ଓ ନିଜ ପିଲାମାନଙ୍କୁ ଇଂରାଜୀ ବିଦ୍ୟାଳୟରେ ପାଠ ପଢାଇଥାନ୍ତି । ଆମେ ଇଂରାଜୀ ବିଦ୍ୟାଳୟ ଖୋଲିଛୁ ଯାହାଦ୍ବାରା ଗରିବ ପିଲାମାନେ ମଧ୍ୟ ଇଂରାଜୀରେ ପାଠ ପଢ଼ି ପାରିବେ । ସମସ୍ତେ ପଢିବାର ସୁଯୋଗ ପାଆନ୍ତୁ ଓ ଆଗକୁ ବଢନ୍ତୁ । ତେଣୁ ଦ୍ୱିତୀୟ ଥର କଂଗ୍ରେସ ଛତିଶଗଡ଼ରେ ସରକାର ଗଠନରେ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ ।

  • 'न्याय' के पर्याय, जननायक श्री राहुल गांधी जी का छत्तीसगढ़ की पावन धरा पर हम सब स्वागत करते हैं।

    भरोसा बरकरार
    फिर से कांग्रेस सरकार pic.twitter.com/WR0cLMT7EP

    — Bhupesh Baghel (@bhupeshbaghel) October 28, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-Chhattisgarh: କ୍ଷମତାରେ ରହିଲେ କୃଷକଙ୍କ ଋଣ ଛାଡ ଘୋଷଣା କଲେ ବଘେଲ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲଙ୍କ ଅଭିଯୋଗ: ଭାନୁପ୍ରତାପୁରରେ ରାହୁଲ ଗାନ୍ଧୀ ସମ୍ବୋଧନ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ବି କରନ୍ତି, ସେ କେବଳ ଆଦାନୀ ଜୀଙ୍କ ପାଇଁ କରନ୍ତି । କଂଗ୍ରେସ ଯାହା ବି କରେ ତାହା ଦେଶ ପାଇଁ କରେ । ଗରିବ, କୃଷକ ଏବଂ ମହିଳାଙ୍କ ପାଇଁ କରେ । କୃଷକମାନଙ୍କ ନିକଟକୁ ଯେଉଁ ଟଙ୍କା ଆସିଥାଏ, ସେଥିରେ ଗ୍ରାମୀଣ ଅର୍ଥନୀତି ବୃଦ୍ଧି ହୁଏ । ଆମେ କୃଷକମାନଙ୍କୁ ଯେଉଁ ଟଙ୍କା ଦେଉଛେ ପିଏମ ମୋଦି ସେହି ଟଙ୍କା ଆଦାନୀଙ୍କୁ ଦିଅନ୍ତି । ଆଦାନୀ ଆମ ଦେଶର ଗରିବ ଲୋକଙ୍କ ଟଙ୍କା ନେଇ ବିଦେଶରେ ଘର କିଣୁଛନ୍ତି ।

ଅନ୍ୟପଟେ ରାହୁଲଙ୍କୁ ନିର୍ବାଚନୀ ପ୍ରତିଶୃତି ନେଇ ପ୍ରଶ୍ନ କରିଛନ୍ତି ବିଜେପି ନେତା ଅରୁଣ ସାଓ । ଗତ ନିର୍ବାଚନରେ କଂଗ୍ରେସ ଭୋଟରଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା ତାହାର ପ୍ରଥମେ ଜବାବ ଦିଅନ୍ତୁ ବୋଲି ସେ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି । ଛତିଶଗଡ଼ରେ 200 ଫୁଡ ପ୍ରୋସେସି୍ଂ ଫ୍ଲାଣ୍ଟ କେଉଁଠି ଅଛି, ନସ୍କଲ୍‌ ପ୍ରଭାବିତ ପ୍ରତି ପଞ୍ଚାୟତୁ କାହିଁକି ଏକ କୋଟି ଲେଖାଏଁ ଦିଆଗଲା ନାହିଁ ? ମଦ ନିଷେଧ କାହିଁକି କାର୍ଯ୍ୟକାରୀ ହେଲା ନାହିଁ ? ସମସ୍ତଙ୍କୁ ମାଗଣାରେ ଚାରୋଟି ଗ୍ୟାସ ସିଲିଣ୍ଡର କାହିଁକି ଦିଆଗଲା ନାହିଁ ? ମହିଳାଙ୍କୁ 1500 ଟଙ୍କା ପେନସନ ଦିଆଯିବ ବୋଲି କଂଗ୍ରେସ କହିଥିଲା ତାହା କୁଆଡ଼େ ଗଲା ବୋଲି ବିଜେପି ନେତା ରାହୁଲଙ୍କୁ ଉତ୍ତର ମାଗିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.