ETV Bharat / bharat

ସତ୍ୟକୁ ଡରୁଥିବା ଲୋକ ସ୍ବର ଉଠାଉଥିବା ସମସ୍ତଙ୍କୁ ଧମକାଏ: ରାହୁଲ ଗାନ୍ଧୀ

author img

By

Published : Aug 5, 2022, 2:59 PM IST

ଦରବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭ କରୁଛି କଂଗ୍ରେସ । ନରେନ୍ଦ୍ର ମୋଦିଙ୍କ ନେତୃତାଧୀନ କେନ୍ଦ୍ରରେ ସରକାରରେ ଥିବା ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ କର୍ମୀ । ସାମ୍ବାଦିକ ସମ୍ମଳନୀ କରି BJP ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

rahul gandhi hits cente
rahul gandhi hits cente

ନୂଆଦିଲ୍ଲୀ: ଦରବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭ କରୁଛି କଂଗ୍ରେସ । ନରେନ୍ଦ୍ର ମୋଦିଙ୍କ ନେତୃତାଧୀନ କେନ୍ଦ୍ରରେ ସରକାରରେ ଥିବା ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ କର୍ମୀ । ପ୍ରତି ଜିଲ୍ଲା ମୁଖ୍ୟାଳୟ ସହ ପ୍ରତି ରାଜ୍ୟର ପିସିସି ରାଜ୍ୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଡକରୁ ସଂସଦ ଭବନ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । ସେପଟେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ସାମ୍ବାଦିକ ସମ୍ମଳନୀରେ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ଲୋକତନ୍ତ୍ରର ଯେଉଁଭଳି ଭାବରେ ହତ୍ୟା କରାଯାଉଛି ତାହା କିପରି ଲାଗୁଛି ବୋଲି କଟାକ୍ଷ କରିଛନ୍ତି ରାହୁଲ । ରାହୁଲ କହିଛନ୍ତି ଯେ, "୭୦ ବର୍ଷ ହେବ ଦେଶ ଯାହା କରିଥିଲା ତାକୁ ମାତ୍ର ୮ ବର୍ଷରେ ଶେଷ କରି ଦିଆଯାଇଛି । ଆଜି ଦେଶରେ ଲୋକତନ୍ତ୍ର ନାହିଁ । ସତକୁ ବ୍ୟାରିକେଟ କରାଯାଇ ପାରିବ ନାହିଁ । ଯାହା କରିବା କଥା କରନ୍ତୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଡରେ ନାହିଁ । ମୁଁ ସର୍ବଦା ଦେଶର ହିତ ପାଇଁ କାମ କରେ ।"

ରାହୁଲ ମୋଦି ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତିକୁ କଡା ସମାଲୋଚନା କରିବା ସହ କହିଛନ୍ତି, "ଏ ସରକାରକୁ ଡର ଲାଗୁଛି । ମହଙ୍ଗା ମାଡ ଓ ଐତିହାସିକ ବେରୋଜଗାର ନୀତି ପାଇଁ ହୋଇଥିବା କ୍ଷତି, ଜନତାଙ୍କ ଶକ୍ତିକୁ ଡରୁଛନ୍ତି । ଯିଏ ସତକୁ ଡରେ ସେ ହିଁ ସ୍ବର ଉଠାଉଥିବା ସମସ୍ତଙ୍କୁ ଧମକାଏ ।" ଆମେ ଦେଶରେ ବେକାରୀ ଓ ମହଙ୍ଗା ଉପରେ ମୁଦ୍ଦା ଉଠାଇବାକୁ ଚାହୁଁଛୁ । ସଂସଦରେ ଆମକୁ କହିବାକୁ ଦିଆଯାଉନାହିଁ । ଆମକୁ ଗିରଫ କରାଯାଉଛି । ଏ ହେଉଛି ଆମ ହିନ୍ଦୁସ୍ଥାନର ଅବସ୍ଥା ବୋଲି କହିଛନ୍ତି କଂଗ୍ରେସ ନେତା ରହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, "ମୋ ପରିବାର ବଳିଦାନ ଦେଇଛନ୍ତି । ଏହା ଆମର ଦାୟିତ୍ବ ଆମେ ଏହା ବିରୋଧରେ ଲଢେଇ କରିବୁ । ଏହା ଆମକୁ ଆଘାତ ଦେଉଛି ଯେତେବେଳେ ହିନ୍ଦୁ ମୁସଲିମ ପରସ୍ପର ବିରୋଧୀ ହେଉଛନ୍ତି । ଦଳିତଙ୍କୁ ହତ୍ୟା କରାଯାଉଛି । ଯେତେବେଳେ ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି । ତେଣୁ ଆମେ ଲଢେଇ କରୁଛୁ । ଏହା କେବଳ ଗୋଟିଏ ପରିବାର ନୁହେଁ ଏକ ଆଦର୍ଶ ।"

ସେମାନେ କାହିଁକି ଗାନ୍ଧୀ ପରିବାର ଉପରେ ଆକ୍ରମଣ କରୁଛନ୍ତି । କାରଣ ଆମେ ଏକ ବିଚାରଧାରା ପାଇଁ ଲଢେଇ କରୁଛୁ । ଆମ ପରି କୋଟି କୋଟି ଲୋକେ ଅଛନ୍ତି । ଆମେ ଗଣତନ୍ତ୍ର ପାଇଁ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପାଇଁ ଲଢେଇ କରିବୁ ଏବଂ ବର୍ଷ ବର୍ଷ ଧରି ଏହା କରି ଆସୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା ।କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଦେଶ ଅର୍ଥନୀତିରେ କଣ ଘଟୁଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୌଣସି ଧାରଣା ନାହିଁ । ଷ୍ଟାର୍ଟଅଫ ଇଣ୍ଡିଆକୁ ନେଇ ମଧ୍ୟ ବର୍ଷିଛନ୍ତି ରାହୁଲ । ଲୋକଙ୍କୁ ରାସ୍ତାକୁ ଆଣୁଛି ଷ୍ଟାର୍ଟଅଫ । ଯେତେବେଳେ ବି ବେକାରୀ ଦରବୃଦ୍ଧି ମୁଦ୍ଦା ଉଠେଇଛି ମୋ ଉପରେ ଆକ୍ରମଣ ହୋଇଛି । ମୋତେ ଏଥିରୁ ଶିଖିବାକୁ ମିଳୁଛି । ମୋତେ ଖୁସି ଲାଗେ ବିରୋଧୀ ଏ କଥା ବୁଝି ପାରିବେ ନାହିଁ । ବିରୋଧୀଙ୍କ ବିଚାରଧାରା ଉପରେ ଆକ୍ରମଣ ହେଉଛି ବୋଲି କହିଛନ୍ତି ରାହୁଲ ।

ପ୍ରକାଶ ଥାଉ କି, ଆଜି ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଂଗ୍ରେସ । କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ପୋଲିସ ବ୍ୟାରିକେଟ ଡେଇଁ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକ ରଖିଛି । କଂଗ୍ରେସ ନେତା ମଲ୍ଲିକାର୍ଜୁଲ ଖାଗଡେ ଆଜି କଳାକୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି । ସୋନିଆ ଗାନ୍ଧୀ ମଧ୍ୟ ସଂସଦ ଭବନରେ ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.