ETV Bharat / bharat

"ମୁର୍ଖଙ୍କର ସର୍ଦ୍ଦାର" ମନ୍ତବ୍ୟର କଡା ଜବାବ ରଖିଲେ ରାହୁଲ ଗାନ୍ଧୀ, କହିଲେ "ଆଇ ଡୋଣ୍ଟ୍ କେୟାର"

ମୁର୍ଖଙ୍କର ସର୍ଦ୍ଦାର ମନ୍ତବ୍ୟର ଜବାବ ରଖିଲେ ରାହୁଲ ଗାନ୍ଧୀ । କହିଲେ, "ଆଇ ଡୋଣ୍ଟ କେୟାର । ମୋ ଲକ୍ଷ୍ୟ ମୋତେ ଜଣାଅଛି । ମୋ ପାଇଁ ଅପଶବ୍ଦ ବ୍ୟବହାର କଲେ ମୋତେ କିଛି ଫରକ ପଡିବନି ।"

author img

By ETV Bharat Odisha Team

Published : Nov 16, 2023, 7:04 AM IST

"ମୁର୍ଖଙ୍କର ସର୍ଦ୍ଦାର" ମନ୍ତବ୍ୟର କଡା ଜବାବ ରଖିଲେ ରାହୁଲ ଗାନ୍ଧୀ,

ରାୟପୁର: ଦେଶରେ ନିର୍ବାଚନୀ ମାହୋଲ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଦେଶର ପ୍ରଧାନମନ୍ତ୍ରୀଙ୍କ ମୁର୍ଖଙ୍କ ସର୍ଦ୍ଦାର ଉକ୍ତିର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଛତିଶଗଡରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ସେ କହିଥିଲେ, "ପ୍ରଧାନମନ୍ତ୍ରୀ ମୋ ପାଇଁ ଯେଉଁ ଅପଶବ୍ଦ ବ୍ୟବହାର କରିଛନ୍ତି ତାକୁ ନେଇ ମୋତେ କିଛି ଫରକ ପଡେନି ।" ସେ ସିଧାସଳଖ କହିଛନ୍ତି "ଆଇ ଡୋଣ୍ଟ୍ କେୟାର" ।

ତେବେ ଆଜି(ବୁଧବାର) ଛତିଶଗଡର ବାଲୋଦା ବଜାରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ଲୋକମାନଙ୍କୁ ସମ୍ବୋଧନ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷର କଡା ଉତ୍ତର ରଖିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, "ଅପଶବ୍ଦର କିଛି ପ୍ରଭାବ ପଡିବନି କାରଣ ମୋର ଗୋଟିଏ ଲକ୍ଷ୍ୟ ହେଲା ଗରିବଙ୍କ ସେବା କରିବା । ଯେତେବେଳେ ବି ପ୍ରଧାନମନ୍ତ୍ରୀ ମୋ ପାଇଁ ଅପଶବ୍ଦର ବ୍ୟବହାର କରନ୍ତି, ତାହା ଭଲ , ମୋତେ ସେନେଇ କିଛି ଫରକ ପଡେନି । ଆଇ ଡୋଣ୍ଟ୍ କେୟାର । ମୁଁ ପୂର୍ବରୁ ମୋ ଲକ୍ଷ୍ୟ ନେଇ ଜଣାଇ ସାରିଛି । ମୋଦି ଯେତିକି ଟଙ୍କା ଆଦାନୀକୁ ଦେଇଛନ୍ତି ମୁଁ ସେତିକି ଟଙ୍କା ଗରିବମାନଙ୍କୁ ଦେବି । ମୁଁ ହିସାବ କରୁଛି । ତମେ ଯଦି ଟଙ୍କା ଟିଏ ବି ଆଦାନୀକୁ ଦିଅ ତେବେ ମୁଁ ଟଙ୍କାଟିଏ ଗରିବମାନଙ୍କୁ ଦେବି ।"

ଏହାମଧ୍ୟ ପଢନ୍ତୁ..‘ଆରେ ମୂର୍ଖଙ୍କ ସର୍ଦ୍ଦାର’: ରାହୁଲଙ୍କ ଚାଇନା ଫୋନ୍‌ ମନ୍ତବ୍ୟକୁ କାଉଣ୍ଟର କଲେ ମୋଦି

ତେବେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଚାଇନା ଫୋନ ମନ୍ତବ୍ୟକୁ ନିର୍ବାଚନୀ ସଭାମଞ୍ଚରୁ ସମାଲୋଚନା କରିଥିଲେ । ରାହୁଲଙ୍କ ନାମ ନନେଇ ପରୋକ୍ଷ ଭାବେ ତାଙ୍କୁ ମୂର୍ଖମାନଙ୍କ ସର୍ଦ୍ଦାର ବୋଲି କହିଥିଲେ । ଦେଶର ବର୍ତ୍ତମାନର ଉପଲବ୍ଧି କଂଗ୍ରେସର ନେତାଙ୍କୁ ଜଣାନଥିବା କହିଥିଲେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ସୋମବାର ଦିନ ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ରାହୁଲ କହିଥିଲେ, ଆଜି ଯେକୌଣସି ଜିନିଷ ଦେଖିଲେ, ସେଥିରେ ମେଡ-ଇନ-ଚାଇନା ଲେଖାଯାଇଥିବା ଦେଖିବାକୁ ମିଳିଛି । ଆମେ ମଧ୍ୟ ପ୍ରଦେଶରେ ଏହି ସବୁ ସାମଗ୍ରୀର ନିର୍ମାଣ କରିବାକୁ ସ୍ବପ୍ନ ରଖିଛୁ । କଂଗ୍ରେସ ସରକାର ଶାସନକୁ ଆସିଲେ ମଧ୍ୟ ପ୍ରଦେଶର ଯୁବକଙ୍କୁ ରୋଜଗାର ମିଳିବା । ସେମାନେ କାରଖାନାରେ କାମ କରିବେ । ଏମିତି ଏକ ଦିନ ଆସିବ, ଚୀନର କେହି ଜଣେ ଧରିଥିବା ମୋବାଇଲରେ ମେଡ-ଇନ-ମଧ୍ୟପ୍ରଦେଶ ଲେଖା ହୋଇଥିବା ଦେଖିବାକୁ ମିଳିବ ।

ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ମଙ୍ଗଳବାର ଦିନ ନିର୍ବାଚନୀ ସଭାମଞ୍ଚରୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ନାଁ ନନେଇ ମୋଦି କହିଥିଲେ,"କାଲି କଂଗ୍ରେସର ଜଣେ ନେତା କହୁଥିଲେ, ଆପଣମାନେ ସମସ୍ତେ ଚାଇନା ଫୋନ ବ୍ୟବହାର କରୁଛନ୍ତି । ଆରେ ମୂର୍ଖଙ୍କ ସର୍ଦ୍ଦାର, କେଉଁ ଦୁନିଆରେ ଏମାନେ ରହୁଛନ୍ତି । ନିଜ ଦେଶର ଉପଲବ୍ଧି ନଦେଖି ପାରିବାର ମାନସିକ ରୋଗରେ କଂଗ୍ରେସ ଆକ୍ରାନ୍ତ ହୋଇ ସାରିଲାଣି । ସେମାନେ କେଉଁ ବିଦେଶୀ ଚଷମା ପିନ୍ଧୁଛନ୍ତି, ସେମାନଙ୍କୁ ସତ ଦେଖାଯାଉନାହିଁ । ଆଜିର ବାସ୍ତବତା ହେଉଛି, ଭାରତ ବିଶ୍ବରେ ଦ୍ବିତୀୟ ବୃହତ୍ତମ ମୋବାଇଲ ନିର୍ମାତା । କଂଗ୍ରେସ ଯେତେବେଳେ ଶାସନରେ ଥିଲା ଭାରତରେ 20 ହଜାର କୋଟିରୁ କମ ଟଙ୍କାର ମୋବାଇଲ ନିର୍ମାଣ କରାଯାଉଥିଲା । ମାତ୍ର ଏବେ ଦେଶରେ ସାଢେ ତିନି ଲକ୍ଷ କୋଟି ମୂଲ୍ୟର ମୋବାଇଲ ନିର୍ମାଣ କରାଯାଉଛି । ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ ଭାରତ ଅନ୍ୟ ଦେଶକୁ ରପ୍ତାନୀ ମଧ୍ୟ କରୁଛି ।"

ନିର୍ବାଚନକୁ ନେଇ ଦେଶରେ ପ୍ରମୁଖ ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି । ସାଧାରଣ ସଭାରେ ପରସ୍ପରକୁ ସମାଲୋଚନା କରୁଛନ୍ତି ପ୍ରମୁଖ ନେତାମାନେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.