ETV Bharat / bharat

Rajasthan Politics: ରାହୁଲଙ୍କ ଇମୋସନାଲ ଅପିଲ, ଗେହଲଟ-ପାଇଲଟ କଳିରେ ଲାଗିଲା ବିରାମ !

author img

By

Published : May 30, 2023, 5:35 PM IST

ରାହୁଲଙ୍କ ଭାବବିହ୍ବଳ ଅପିଲରେ ପ୍ରଭାବିତ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପ୍ରତିଦ୍ବନ୍ଦୀ ସଚିନ ପାଇଲଟ । ଉଭୟଙ୍କ କଳିରେ ଲାଗିଲା ବିରାମ । ଅଧିକ ପଢନ୍ତୁ

Etv Bharat
Etv Bharat

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ତଥା ପ୍ରତିଦ୍ବନ୍ଦୀ ସଚିନ ପାଇଲଟଙ୍କ କଳିରେ ଲାଗିଲା ବିରାମ । ଉଭୟଙ୍କ ପ୍ୟାଚଅପ୍‌ କରିବାରେ ସଫଳ ହେଲେ କଂଗ୍ରେସର ଶୀର୍ଷ ନେତୃତ୍ବ । ରିପୋର୍ଟ ଅନୁସାରେ କଂଗ୍ରେସ ନେତା ରାହୁଲଙ୍କ ଭାବବିହ୍ବଳପୂର୍ଣ୍ଣ ଅପିଲ ଉଭୟଙ୍କୁ ପୁଣି ଏକାଠି କରିଛି । ଉଭୟ ଆଗାମୀ ନିର୍ବାଚନ ଲାଗି ମିଳିତ ଭାବରେ କାମ କରିବେ ବୋଲି ସ୍ପଷ୍ଟ କରିଥିବା ନେଇ ସୂଚନା ମିଳିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରୁ ବଳ ଗୋଟାଇଥିବା କଂଗ୍ରେସ ଆଗାମୀ ନିର୍ବାଚନରେ ମଧ୍ୟ ବିଜୟ ହେବାକୁ ଲକ୍ଷ୍ୟ ରଖିଛି । ଏଣୁ ଦଳ ଲାଗି ଏହି ୨ ଟାଣୁଆ ନେତାଙ୍କ ଆବଶ୍ୟକ ରହିଛି । ତେବେ ଏ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦିଲ୍ଲୀରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଉଭୟ ଏକାଠି ହୋଇଥିବା ଜଣାପଡ଼ିଛି ।

ଏନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ରାଜସ୍ଥାନ AICC ଇନଚାର୍ଜ ସୁଖୱିନ୍ଦର ସିଂ ରନ୍ଧୱା କହିଛନ୍ତି, "ରାଜ୍ୟରେ ସମସ୍ୟାର ସମାଧାନ ହୋଇଛି, ଏଣୁ ମୁଁ ବହୁତ ଖୁସି ।" ରିପୋର୍ଟ ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ପ୍ରଥମେ ପୃଥକ ପୃଥକ ଭାବେ ୨ ନେତାଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଉଭୟଙ୍କୁ ନେଇ ଏକ ମିଳିତ ବୈଠକ କରି ଆଲୋଚନା କରିଥିଲେ । ଏହି ୪ଘଣ୍ଟାର ବୈଠକରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି । ରାହୁଲଙ୍କ ଭାବବିହ୍ବଳପୂର୍ଣ୍ଣ ଅପିଲରେ ଦୁଇ ନେତା ମିଳିତ ଭାବେ ଦଳ ଓ ରାଜ୍ୟ ପାଇଁ କାମ କରିବେ ବୋଲି ସହମତି ପ୍ରକାଶ କରିଥିବା ସୂଚନା ମିଳିଛି । ଏନେଇ କଂଗ୍ରେସ ହାଇକମାଣ୍ଡଙ୍କ ବିଶ୍ବସ୍ତ ତଥା AICC ସାଧାରଣ ସମ୍ପାଦକ କେସି ବେଣୁଗୋପାଲ ମଧ୍ୟ ୟୁନିଟିକୁ ନେଇ ସ୍ପଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ- ନିଜ ଦଳର ସରକାରକୁ ଚେତାବନୀ ଦେଲେ ପାଇଲଟ, ଦାବି ପୂରଣ ନହେଲେ ଆନ୍ଦୋଳନ

ଏହି ବୈଠକରେ ରାହୁଲ ଗାନ୍ଧୀ ଉପସ୍ଥିତ ରହି ଆମେରିକା ଯିବା ପୂର୍ବରୁ ସମସ୍ୟାର ସମାଧାନ କରିବା ଲାଗି ଯଥାସମ୍ଭବ ପ୍ରଚେଷ୍ଟା କରିଥିଲେ । ରାହୁଲ ଗାନ୍ଧୀଙ୍କ ଅପିଲ ପରେ ଉଭୟ ନେତା ନିଜ ନିଜର ଦାବି ପୂରଣର ଦାୟିତ୍ବ କଂଗ୍ରେସର ହାଇକମାଣ୍ଡଙ୍କ ଉପରେ ଛାଡ଼ିଥିଲେ । ସେମାନେ ଦଳର ନୀତିକୁ ସମ୍ମାନ ଜଣାଇବା ସହ ଏକାଠି କାମ କରିବେ ବୋଲି ସ୍ପଷ୍ଟ କରିଥିଲେ । ଅନ୍ୟପଟେ କର୍ଣ୍ଣାଟକ ବିଜୟ ପରେ ରାଜସ୍ଥାନରେ ମଧ୍ୟ ଆଗାମୀ ନିର୍ବାଚନରେ ବିଜୟ ଲାଭ କରିବା ଲାଗି କଂଗ୍ରେସ ଲକ୍ଷ୍ୟ ରଖିଛି । ଏହାସହିତ ବିଜେପି ଶାସିତ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ କିପରି କଂଗ୍ରେସ ଶାସନ କ୍ଷମତାକୁ ଅକ୍ତିଆର କରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ ରାହୁଲ । ରାହୁଲଙ୍କ ଅପିଲ ପରେ ଉଭୟ ଦଳ ଲାଗି ଏକାଠି କାମ କରିବା ନେଇ ରାଜି ହୋଇଥିଲେ ।

ଏହା ସତ୍ତ୍ବେ ନିଜ ଦାବି ପୂରଣ ଲାଗି ଗେହଲଟ ଦାବି କରିଛନ୍ତି । ଗେହଲଟ-ପାଇଲଟଙ୍କ ଏହି ୟୁନିଟିକୁ ସ୍ଥାୟୀ କରିବା ଲାଗି କଂଗ୍ରେସର ହାଇକମାଣ୍ଡ ପ୍ରଚେଷ୍ଟା କରିବେ । କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଏ ନେଇ ଗୁରୁତ୍ବାରୋପ କରିବେ ବୋଲି ସୂତ୍ରରୁ ସୂଚନା ମିଳିଛି । ସୂଚନା ଥାଉ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁର୍ନୀତିଗ୍ରସ୍ତ ବୋଲି ସଚିନ ପାଇଲଟ ଅଭିଯୋଗ କରିଥଲେ । ଏନେଇ ସେ ତିନି ସୂତ୍ରୀ ଦାବି ରଖିଥିଲେ । ପୂର୍ବର ବସୁନ୍ଧରା ରାଜେ ସିନ୍ଧିଆ ସରକାର ଅମଳରେ ହୋଇଥିବା ଦୁର୍ନୀତି ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ, ରାଜସ୍ଥାନ ଲୋକସେବା ଆୟୋଗର ପୁନଃନିର୍ମାଣ ଏବଂ ପେପର ଲିକ୍ ଘଟଣାରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ । ଏହା ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ ପାଇଲଟ ।

ଏହି ୩ ପ୍ରମୁଖ ଦାବି ସହ ସେ ଜନ ସଂଘର୍ଷ ପଦଯାତ୍ରା ମଧ୍ୟ ଆରମ୍ଭ କରିଥିଲେ । ସରକାର ଯଦି ତାଙ୍କ ଦାବି ପୂରଣ ନ କରିବେ ସେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନ କାହା ବିରୁଦ୍ଧରେ ନୁହେଁ, ବରଂ ରାଜ୍ୟବାସୀଙ୍କୁ ନ୍ୟାୟ ଦେବା ଲାଗି କହିଥିଲେ ପାଇଲଟ । ମଙ୍ଗଳବାର ଦିଲ୍ଲୀରେ ବସିଥିବା ବୈଠକରେ ଏହି ଦାବିକୁ ପୂରଣ କରିବା ଲାଗି ସେ କଂଗ୍ରେସର ହାଇକମାଣ୍ଡଙ୍କ ନିକଟରେ ମଧ୍ୟ ଦାବି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.