ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶ ଓ ଚୀନ ସୀମାନ୍ତରେ ଚୀନ ସୈନ୍ୟ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିବା ନେଇ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ (Rahul Gandhi controversial statement ) ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ରାହୁଲ ଏପରି ମନ୍ତବ୍ୟ ରଖି ଆମ ଭାରତୀୟ ଯବାନ (Indian Army)ଙ୍କ ମନୋବଳ ଭାଙ୍ଗୁଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ (BJP Leader Gaurav Bhatia) । ଭାରତୀୟ ଭାବେ ଆମ ସେନାଙ୍କ ଉପରେ ଆମେ ଗର୍ବ କରିବା ଉଚିତ । ଭାରତୀୟ ସେନା ଚୀନ ସୈନ୍ୟଙ୍କ ଆକ୍ରମଣର କଡ଼ା ଜବାବ ଦେଇଛନ୍ତି । ମାତ୍ର ଏଠାରେ 'ଭାରତର ଜୟଚନ୍ଦ ରାହୁଲ' ସେନାଙ୍କ ମନୋବଳ ଭଙ୍ଗ କରିଥିବା ସେ ଅଭିଯୋଗ ଆଣିଛନ୍ତି ।
-
"Yangtse area in Tawang, Arunachal Pradesh is fully secured now due to adequate deployment of the brave jawans of Indian Army," tweets Union minister Kiren Rijiju. pic.twitter.com/Zq3IzjJVCm
— ANI (@ANI) December 17, 2022 " class="align-text-top noRightClick twitterSection" data="
">"Yangtse area in Tawang, Arunachal Pradesh is fully secured now due to adequate deployment of the brave jawans of Indian Army," tweets Union minister Kiren Rijiju. pic.twitter.com/Zq3IzjJVCm
— ANI (@ANI) December 17, 2022"Yangtse area in Tawang, Arunachal Pradesh is fully secured now due to adequate deployment of the brave jawans of Indian Army," tweets Union minister Kiren Rijiju. pic.twitter.com/Zq3IzjJVCm
— ANI (@ANI) December 17, 2022
ଏନେଇ ସେ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, " ଏହା ୧୯୬୨ ମସିହାର ଭାରତ ନୁହେଁ । ଭାରତର ଗୋଟିଏ ଇଞ୍ଚ ଜମି ନା କାହାର କବଜା ରହିଛି ନା କାହାର ସାହସ ଅଛି ଯେ ଏହାକୁ କବଜା କରିବ । ବିଶ୍ବର ସବୁଠୁ ବୀର ସେନା ଆମ ପାଖରେ ଅଛନ୍ତି । କୂଟନୈତିକ ସ୍ତରରେ ଆମେ ସକ୍ଷମ । ଯେତେବେଳେ ଭାରତୀୟ ସେନା ସୀମାରେ ପରାକ୍ରମ, ବୀରତ୍ବ ଦେଖାନ୍ତି ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଚଉଡ଼ା ହୋଇଯାଏ । ମାତ୍ର ସେତେବେଳେ ଦୁଃଖ ଲାଗେ ଯେତେବେଳେ ଶତ୍ରୁ ନିଜ ଦେଶର ହୋଇଥାଏ । ସେହି ଶତ୍ରୁ ରାହୁଲ ଗାନ୍ଧୀ ।"
ଏହା ବି ପଢନ୍ତୁ- ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ସରକାର ଲୁଚାଉଛନ୍ତି ସତ: ରାହୁଲ
ସେ ଆହରୁ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଯେତେବେଳେ ସାରା ଦେଶ ଏକଜୁଟ ହୋଇଥାଏ, ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଭାଙ୍ଗିବାକୁ ଉଦ୍ୟମ କରିଥାନ୍ତି । ଏପରିକି ପୁଲୱାମା ଆକ୍ରମଣକୁ ମଧ୍ୟ ସେ 'ହୋମ ଗ୍ରୋନ ଟେରୋରିଜମ' ବୋଲି କହିଥିଲେ । ଭାରତୀୟ ସେନା କେବେ ଶତ୍ରୁ ସେନା ଠାରୁ ମାଡ଼ ଖାଇନି କି ଖାଇବ ନାହି । ବରଂ ତାଙ୍କୁ କଡା ଜବାବ ଦେବ । ଆମ ସେନା ଶକ୍ତିଶାଳୀ ହେଲେ କଂଗ୍ରେସକୁ କାହିଁକି କଷ୍ଟ ହେଉଛି" ବୋଲି ସେ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ।
ସୂଚନା ଥାଉ କି ଗତକାଲି କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ୧୦୦ ଦିନ ପୁରିଥିବା ବେଳେ ରାଜସ୍ଥାନ ଜୟପୁରରେ ରାହୁଲ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ, "ଚୀନ ପ୍ରାୟ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଭାରତ ସୀମା ଉପରେ କବଜା କରିଛି । ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ସେପଟେ ଚୀନ ଭାରତ ସହିତ ଯୁଦ୍ଧ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ଏପଟେ କେନ୍ଦ୍ର ସରକାର ଚୁପ ବସିଛନ୍ତି । ସୀମାରେ ଚୀନ ସେନା ଭାରତ ସୈନିକଙ୍କ ଉପରେ ଆକ୍ରମଣ କରୁଛନ୍ତି । ଗଲୱାନରେ ୨୦ ଜଣ ଭାରତୀୟ ସେନା ଶହୀଦ ହୋଇଛନ୍ତି । ହେଲେ ଭାରତ ସରକାର ଚୁପ୍ ବସିଛନ୍ତି ।" ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ଆଜି ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ କଡା ଜବାବ ରଖିଛନ୍ତି ।
ରାହୁଲ ଦେଶ ପାଇଁ କଳଙ୍କ: କିରଣ ରିଜିଜୁ
ରାହୁଲଙ୍କ ମନ୍ତବ୍ୟକୁ ମଧ୍ୟ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ (Kiren Rijiju on statement of Rahul Gandhi) । ଭାରତୀୟ ସେନାଙ୍କ ଉପରେ ଚୀନ ସୈନ୍ୟଙ୍କ ଆକ୍ରମଣ ପରେ ସେ ଗଲୱାନ ଯାଇ ଯବାନଙ୍କୁ ଭେଟିଥିଲେ । ରାହୁଲଙ୍କ ଏହି ମନ୍ତବ୍ୟ ଭାରତୀୟ ସେନାଙ୍କୁ ଅପମାନିତ କରିବା ସହ ଦେଶର ଆଭିମୁଖ୍ୟକୁ ପ୍ରଭାବିତ କରିଥିବା ସେ କହିଛନ୍ତି । "ରାହୁଲ ନା ଯେ କେବଳ କଂଗ୍ରେସ ପାଇଁ ସମସ୍ୟାର କାରଣ, ବରଂ ଦେଶର ଲଜ୍ଜାଜନକ ସ୍ଥିତିର ମଧ୍ୟ ପ୍ରମୁଖ କାରଣ ।"