ETV Bharat / bharat

Gujarat Election: ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ରାହୁଲ, କହିଲେ AAP ପାଇଁ ହାରିଲା କଂଗ୍ରେସ - ଜୟପୁରରେ ରାହୁଲ

ରାଜସ୍ଥାନ ଜୟପୁର ସାମ୍ବାଦିକ ସମ୍ମିଳନୀରେ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi on Gujarat Election Result) । ଦଳର ହାର ଯୋଗୁଁ ସେ ଆପ୍‌କୁ ଦାୟୀ କରିଛନ୍ତି । ଅଧିକ ପଢନ୍ତୁ

Rahul Gandhi blames AAP
ଆପକୁ ଦାୟୀ କଲେ ରାହୁଲ
author img

By

Published : Dec 16, 2022, 9:46 PM IST

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ନେଇ ମୁହଁ ଖୋଲିଲେ ରାହୁଲ । ଗୁଜୁରାଟରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିବା ବେଳେ ସେ ଏଥିଲାଗି ଆପ୍‌ (AAP)କୁ ଦାୟୀ କରିଛନ୍ତି (Rahul blames AAP for Congress's loss in Gujarat Election)। ରାହୁଲ କହିଛନ୍ତି ଯେ ଯଦି ଗୁଜୁରାଟରେ ଆପ୍‌ ନଥାନ୍ତା, ତେବେ ଆମେ ଏକ ଭଲ ସ୍ଥିତିରେ ରହିଥାନ୍ତୁ । ବିଜେପି ଓ ଆପ୍‌ ଉଭୟ ମିଶି କଂଗ୍ରେସର ବିଜୟ ଆଶାକୁ ମଳିନ କରିଛନ୍ତି । କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ୧୦୦ ଦିନ ପୁରିଥିବା ବେଳେ ଏହି ଅବସରରେ ରାଜସ୍ଥାନ ଜୟପୁରରେ ପ୍ରେସ କନଫରେନ୍ସରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାହୁଲ ।

ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୮୨ ଆସନ ମଧ୍ୟରୁ ମାତ୍ର ୧୭ଟି ଆସନ ମିଳିଥିବା ବେଳେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଛି । ଏଥିଲାଗି ସେ ଆମ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି । ସେ କହିଛନ୍ତି, "ଆମ ଦଳ ଅଧିକ ସଂଖ୍ୟକ ସଦସ୍ୟ ଥିବା ବିରୋଧୀ ଦଳ ଠାରୁ ଭିନ୍ନ । ଆମେ କମ ସଂଖ୍ୟକ କର୍ମୀଙ୍କୁ ନେଇ କାମ କରୁ । ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରୁ । ସେମାନେ ଦଳ ଲାଗି ଗୁରୁତ୍ବ ବହନ କରନ୍ତି ବୋଲି ଆମେ ବିଶ୍ବାସ କରୁ । ଏଥିଲାଗି ଆମେ ଅନ୍ୟ ବିରୋଧୀ ଦଳଠାରୁ ଭିନ୍ନ । କଂଗ୍ରେସ ଜାତୀୟ ଆଦର୍ଶକୁ ଉପସ୍ଥାପନ କରେ । ଦେଶ ଲାଗି ଦଳ ଭିଜନ ପ୍ରସ୍ତୁତ କରେ" ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ସରକାର ଲୁଚାଉଛନ୍ତି ସତ: ରାହୁଲ

ଆଞ୍ଚଳିକ ଦଳ ଗୁଡ଼ିକ କେବଳ ଗୋଟିଏ ସମ୍ପ୍ରଦାୟ ବା ନିଜ ରାଜ୍ୟ ଲାଗି କାମ କରୁଛନ୍ତି । ହେଲେ କଂଗ୍ରେସ ପୁରା ଦେଶକୁ ଉପସ୍ଥାପନ କରେ । ସମଗ୍ର ଦେଶବାସୀଙ୍କ ଲାଗି ଚିନ୍ତା କରେ ବୋଲି କହିଛନ୍ତି ରାହୁଲ । ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ହାର ଲାଗି ଆପ୍‌କୁ ଦାୟୀ କରିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆପ୍‌ ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ରାଘବ ଚଢା । ସେ ଟ୍ବିଟ କରି କହିଛନ୍ତି, "ଯଦି ହାର ଲାଗି ରାହୁଲ ଆପ୍‌କୁ ଦାୟୀ କରୁଛନ୍ତି, ତେବେ ଗତ ୨୭ ବର୍ଷ ଲାଗି କିପରି ବିଜେପି ଠାରୁ ବାରମ୍ବାର ହାର ବରଣ କରୁଛନ୍ତି ?"

ଆଗାମୀ ୨୦୨୪ ନିର୍ବାଚନ ଲାଗି କଂଗ୍ରେସ ଆଞ୍ଚଳିକ ଦଳ ଯେପରିକି ଟିଏମସି ଓ ଆପ୍‌ ସହିତ ମିଳିତ ଭାବେ ନିର୍ବାଚନ ଲଢିବ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ରାହୁଲ କହିଛନ୍ତି ଯେ କଂଗ୍ରେସ ନିଶ୍ଚିତ ଭାବରେ ବିରୋଧୀ ଦଳ ସହିତ ମିଶି କାର୍ଯ୍ୟ କରିପାରିବ । ଏଥିଲାଗି ଅନେକ ସୁଯୋଗ ରହିଛି । ମାତ୍ର ନିର୍ଦ୍ଦିଷ୍ଟ ଷ୍ଟ୍ରାଟେଜି ସମ୍ପର୍କରେ କଂଗ୍ରେସ ସଭାପିତ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଚାରିବାକୁ ସେ କହିଥିଲେ । ଏହି ନିଷ୍ପତ୍ତି କଂଗ୍ରେସ ସଭାପତି ନେବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.