ETV Bharat / bharat

ଆନ୍ଧ୍ର ପ୍ରଦେଶରେ ପହଞ୍ଚିଲା ଭାରତ ଯୋଡ଼ ଯାତ୍ରା, ଆଜି ଜନସଭାକୁ ସମ୍ବୋଧିତ କରିବେ ରାହୁଲ - କଂଗ୍ରେସର ଭାରତ ଯୋଡ଼ ଯାତ୍ରା

ଆନ୍ଧ୍ର ପ୍ରଦେଶରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ଆଜି ମୁନିକୁର୍ଥୀ ଗ୍ରାମରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Rahul Gandhi Bharat Jodo Yatra entered andhra pradesh Kurnool district
ଆନ୍ଧ୍ର ପ୍ରଦେଶରେ ପହଞ୍ଚିଲା ଭାରତ ଯୋଡ଼ ଯାତ୍ରା, ଆଜି ଜନସଭାକୁ ସମ୍ବୋଧିତ କରିବେ ରାହୁଲ
author img

By

Published : Oct 18, 2022, 3:35 PM IST

ବିଶାଖାପାଟନମ୍: 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଏବେ ଆନ୍ଧ୍ର ପ୍ରଦେଶରେ ପହଞ୍ଚିଛି । 41 ଦିନର ଏହି ପଦଯାତ୍ରା ମଧ୍ୟରେ କଂଗ୍ରେସ ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାରେ ପ୍ରବେଶ କରିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସନ୍ଧ୍ୟାରେ ମୁନିକୁର୍ଥୀ ଗ୍ରାମରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବେ ।

Rahul Gandhi Bharat Jodo Yatra entered andhra pradesh Kurnool district
ଆନ୍ଧ୍ର ପ୍ରଦେଶରେ ପହଞ୍ଚିଲା ଭାରତ ଯୋଡ଼ ଯାତ୍ରା, ଆଜି ଜନସଭାକୁ ସମ୍ବୋଧିତ କରିବେ ରାହୁଲ

ରାହୁଲଗାନ୍ଧୀ ଆନ୍ଧ୍ର ପ୍ରଦେଶର ହାଲହରାଭି ବସଷ୍ଟାଣ୍ଡ ନିକଟ ରାମ ମନ୍ଦିରରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପଦଯାତ୍ରା ଆରମ୍ଭ କରି ହାତିବେଲାଗଲରେ ଶେଷ କରିଥିଲେ । କିଛି ସମୟର ବିଶ୍ରାମ ନେଇ ସନ୍ଧ୍ୟାରେ ପୁଣି ପଦଯାତ୍ରା ଆରମ୍ଭ ହୋଇଥିବା ସୂଚନା ରହିଛି । ଏହାପରେ ସେ ମୁନିକୁର୍ଥୀ ଗ୍ରାମରେ ପହଞ୍ଚିବେ । ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ । ରାତିରେ ରାହୁଲ ଆଡୋନି ମଣ୍ଡଳର ଚାଗି ଗ୍ରାମରେ ରାତ୍ରୀ ରହଣୀ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା 21 ତାରିଖ ଯାଏଁ ଆନ୍ଧ୍ର ପ୍ରଦେଶରେ ଭାରତ ଯୋଡ଼ ଯାତ୍ରା ଜାରି ରହିବ ।

ଏହା ମଧ୍ୟ ପଢ଼ନ୍ତୁ: ରାଜସ୍ଥାନ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ରାହୁଲ ଗାନ୍ଧୀଙ୍କୁ ଶ୍ରୀରାମଙ୍କ ସହ କଲେ ତୁଳନା

ପ୍ରକାଶଥାଉ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଜାରି ରହିଛି । ଗତ ସେପ୍ଟେମ୍ବରରୁ ଚାଲିଥିବା କଂଗ୍ରେସ ଯାତ୍ରା ୫୧୧ କିଲୋମିଟର ଅତିକ୍ରମ ପରେ ଅକ୍ଟୋବର 21ରେ ଶେଷ ହେବ । 150 ଦିନର ଏହି ଯାତ୍ରାରେ 12 ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ରାହୁଲଙ୍କ ନେତୃତ୍ବରେ ମୋଟ 118 କଂଗ୍ରେସ ନେତା ଓ କର୍ମୀ ପ୍ରତିଦିନ 6 ରୁ 7 ଘଣ୍ଟା ପଦଯାତ୍ରା କରୁଛନ୍ତି । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦାମ ବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି ।

ସେପଟେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଆରମ୍ଭରୁ ହିଁ ବିରୋଧୀ କଡା ସମାଲୋଚନା କରି ଆସୁଛନ୍ତି । କେତେବେଳେ ଭାରତ ଯୋଡ଼ ପ୍ରସଙ୍ଗ ତ କେତେବେଳେ ରାହୁଲଙ୍କ ମହଙ୍ଗା ଟି ସାର୍ଟ ତ ଆଉ କେତେବେଳେ ରାହୁଲଙ୍କ ଟୁଇଟ 'ହାଫ ପ୍ୟାଣ୍ଟ'କୁ ନେଇ ବିଜେପି ପକ୍ଷରୁ ସମାଲୋଚନା କରାଯାଉଛି । ଏହାସତ୍ତ୍ବେ ରାହୁଲଙ୍କ ଭାରତ ଯୋଡ଼ ପଦଯାତ୍ରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.