ETV Bharat / bharat

ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ ବିଜେପି ମଣିପୁରରେ ଭାରତର ହତ୍ୟା କରିଛି - ସଂସଦ ମୌସୁମୀ ଅଧିବେଶନ

ବିଜେପି ମଣିପୁରରେ ଭାରତର ହତ୍ୟା କରିଛି । ଏମାନେ ଭାରତମାତାର ରକ୍ଷକ ନୁହଁ ବରଂ ହତ୍ୟାକାରୀ । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ନେଇ ଏଭଳି କହିଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ
ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ
author img

By

Published : Aug 9, 2023, 1:57 PM IST

Updated : Aug 9, 2023, 2:32 PM IST

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆଲୋଚନାର ଆଜି ଦ୍ବିତୀୟ ଦିନ । ସାଂସଦ ପଦ ଫେରି ପାଇବା ପରେ ରାହୁଲ ଗାନ୍ଧୀ ଆଜି ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ମଣିପୁର ପ୍ରସଙ୍ଗରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସମାଲୋଚନା କରି କହିଛନ୍ତି, ''କିଛି ଦିନ ତଳେ ମୁଁ ମଣିପୁର ଯାଇଥିଲି । ଆଜି ଯାଏଁ ପ୍ରଧାନମନ୍ତ୍ରୀ ସେଠାକୁ ଯାଇନାହାନ୍ତି । କାରଣ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ । ଏମାନେ ମଣିପୁରରେ ଭାରତର ହତ୍ୟା କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମଣିପୁରକୁ ଯାଇପାରିବେ ନାହିଁ । ଏମାନେ ଭାରତମାତାର ରକ୍ଷକ ନୁହଁନ୍ତି ବରଂ ହତ୍ୟାକାରୀ ।''

ମଣିପୁରକୁ ଭାଗ ଭାଗ କରି ଦିଆଯାଇଛି: ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଦେଶଦ୍ରୋହୀ ବୋଲି ସମ୍ବୋଧନ କରି କହିଛନ୍ତି ଯେ, ମଣିପୁରକୁ ଭାଗ ଭାଗ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ମଣିପୁର ଯାଉନାହାନ୍ତି । କାରଣ ମଣିପୁର ଭାରତର ନୁହେଁ ବୋଲି ସେ ଭାବୁଛନ୍ତି । ମୁଁ ମଣିପୁରର ରିଲିଫ କ୍ୟାମ୍ପକୁ ଯାଇ ମହିଳାଙ୍କ ସହ କଥା ହୋଇଛି । କେବଳ ଦୁଇ ଜଣ ମହିଳାଙ୍କ ଉଦାହରଣ ଦେଇ ରାହୁଲ କହିଛନ୍ତି, ଜଣେ ମହିଳାଙ୍କ ପୁଅକୁ ତାଙ୍କର ଆଖି ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି । ଅନ୍ୟ ଜଣେ ମହିଳା ତାଙ୍କୁ ନିଜର ଦୁଃଖ ବଖାଣିବା ସମୟରେ ଅଚେତ ହୋଇଯାଇଥିଲେ । ଆପଣ ମଣିପୁରରେ ହିନ୍ଦୁସ୍ଥାନର ହତ୍ୟା କରିଛନ୍ତି । ଆପଣ ମୋ ମାଆକୁ ହତ୍ୟା କରିଛନ୍ତି । ଭାରତର ସ୍ବରକୁ ମଣିପୁରରେ ମାରିଛନ୍ତି । ଭାରତୀୟ ସେନା ଦିନକରେ ମଣିପୁରରେ ଶାନ୍ତି ଫେରାଇ ଆଣିପାରିବେ । ହେଲେ ସେନାକୁ ନିୟୋଜିତ କରାଯାଉନାହିଁ ।

ଏହାମଧ୍ୟ ପଢନ୍ତୁ: ଅଗଷ୍ଟ କ୍ରାନ୍ତି ଦିବସରେ ମହାତ୍ମା ଗାନ୍ଧୀଙ୍କ ଅଣନାତିଙ୍କୁ ଉଠାଇ ନେଲା ପୋଲିସ

ମୋଦିଙ୍କୁ ରାବଣ ସହ ତୁଳନା: ମୋଦିଙ୍କୁ ରାବଣ ସହ ତୁଳନା କରି ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେବଳ ଦୁଇ ଜଣ ଲୋକଙ୍କ କଥା ଶୁଣନ୍ତି ଜଣେ ହେଲେ ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ଜଣେ ଶିଳ୍ପପତି ଗୌତମ ଆଦାନୀ । ସେମିତି ରାବଣ ମଧ୍ୟ କେବଳ ମେଘନାଦ ଓ କୁମ୍ଭକର୍ଣ୍ଣର କଥା ଶୁଣୁଥିଲା । ହନୁମାନଙ୍କ ପାଇଁ ଲଙ୍କା ଜଳି ନଥିଲା, ରାବଣର ଅହଙ୍କାର ପାଇଁ ଜଳିଥିଲା । ତୁମେମାନେ(ମୋଦି ସରକାର) ସମଗ୍ର ଦେଶକୁ ଜାଳି ଦେବାକୁ ଚେଷ୍ଟା କରୁଛି । ପ୍ରଥମେ ମଣିପୁରକୁ ଜାଳିଥିଲ ଏବଂ ଏବେ ହରିୟାଣାରେ ମଧ୍ୟ ତାହା ହିଁ କରୁଛ । ଏହାସହିତ ନିଜର ଭାରତ ଯୋଡ ଯାତ୍ରା ସମୟର ଅନୁଭୂତି ମଧ୍ୟ କହିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ପରେ ଲୋକସଭାରେ ବିଜେପି ସଦସ୍ୟ ପ୍ରବଳ ହୋ ହଲ୍ଲା ହଟ୍ଟଗୋଳ କରିଥିଲେ । ରାହୁଲ ନିଜ ଏଭଳି ମନ୍ତବ୍ୟ ପାଇଁ କ୍ଷମା ପ୍ରର୍ଥନା କରନ୍ତୁ ବୋଲି ବିଜେପି ନେତା ଦାବି କରିଥିଲେ ।

Last Updated : Aug 9, 2023, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.