ନୂଆଦିଲ୍ଲୀ: 5ମ ଦିନରେ ଜେରାର ସମ୍ମୁଖୀନ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ରାହୁଲଙ୍କୁ ଜେରା ଜାରି ରଖିଥିବାବେଳେ ସଂନ୍ଧ୍ୟାରେ ମାତ୍ର ଅଧ ଘଣ୍ଟାର ବ୍ରେକ ଦେଇଛନ୍ତି । ଅଧଘଣ୍ଟା ପାଇଁ ରାହୁଲ ଇଡି କାର୍ଯ୍ୟାଳୟରୁ ଘରକୁ ଆସିଥିବା ବେଳେ ପୁଣି ଥରେ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ବିଳମ୍ବିତ ରାତି ଯାଏଁ ରାହୁଲ ଜେରାର ସମ୍ମୁଖୀନ ହେବା ନେଇ ଅନୁମାନ କରାଯାଉଛି ।
-
Delhi | Congress leader Rahul Gandhi arrives at Enforcement Directorate (ED) office after a break of half an hour
— ANI (@ANI) June 21, 2022 " class="align-text-top noRightClick twitterSection" data="
He is being questioned for the 5th day in National Herald case. pic.twitter.com/kkBrnJsDtY
">Delhi | Congress leader Rahul Gandhi arrives at Enforcement Directorate (ED) office after a break of half an hour
— ANI (@ANI) June 21, 2022
He is being questioned for the 5th day in National Herald case. pic.twitter.com/kkBrnJsDtYDelhi | Congress leader Rahul Gandhi arrives at Enforcement Directorate (ED) office after a break of half an hour
— ANI (@ANI) June 21, 2022
He is being questioned for the 5th day in National Herald case. pic.twitter.com/kkBrnJsDtY
ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଠାରୁ ସମନ ପାଇବା ପରେ 13 ତାରିଖରେ ପ୍ରଥମେ ହାଜର ହୋଇଥିଲେ ରାହୁଲ । ଲଗାତାର 3 ଦିନ ଜେରା ହେବା ପରେ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କିତ କାରଣ ଦର୍ଶାଇ ସାମୟିକ ବିରାମ ଚାହିଁଥିଲେ ରାହୁଲ । ତେବେ 3 ଦିନର ବିରତି ପରେ ଗତକାଲି ପୁଣି ଥରେ ଜେରାରେ ସାମିଲ ହୋଇଥିଲେ ରାହୁଲ । ଆଜି ପୁଣି 5ମ ଥର ପାଇଁ ପୂର୍ବାହ୍ନରେ ହାଜର ହୋଇଥିବା ରାହୁଲ ସଂନ୍ଧ୍ୟାରେ ମାତ୍ର ଅଧଘଣ୍ଟା ପାଇଁ ବ୍ରେକ ପରେ ପୁଣି ଥରେ ଜେରାରେ ସାମିଲ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ