ETV Bharat / bharat

କଂଗ୍ରେସ୍‌ର ଜେଲ୍‌ ଭରୋ ଆନ୍ଦୋଳନ, ରାହୁଲ ଓ ପ୍ରିୟଙ୍କାଙ୍କୁ ଉଠାଇ ନେଲା ପୋଲିସ

author img

By

Published : Aug 5, 2022, 4:09 PM IST

ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି, ଦରଦାମ ଉପରେ ଅଙ୍କୁଶ ଲାଗୁନଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ କଂଗ୍ରେସ ସାଂସଦ କଳା ପୋଷାକ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କଂଗ୍ରେସ ନେତାଏ । ଅଧିକ ପଢ଼ନ୍ତୁ

କଂଗ୍ରେସ୍‌ର ଜେଲ୍‌ ଭରୋ ଆନ୍ଦୋଳନ, ରାହୁଲ ଓ ପ୍ରିୟଙ୍କାଙ୍କୁ ଉଠାଇ ନେଲା ପୋଲିସ
କଂଗ୍ରେସ୍‌ର ଜେଲ୍‌ ଭରୋ ଆନ୍ଦୋଳନ, ରାହୁଲ ଓ ପ୍ରିୟଙ୍କାଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ନେତାଙ୍କ କେନ୍ଦ୍ର ବିରୋଧୀ ନାରାରେ କମ୍ପୁଛି ରାଜଧାନୀ ଦିଲ୍ଲୀ । ଖୋଦ୍‌ ଜାତୀୟ କଂଗ୍ରେସ୍‌ର ଅନ୍ତରୀଣ ଅଧ୍ୟକ୍ଷା ଆନ୍ଦୋଳନରର ନେତୃତ୍ବ ନେଇଛନ୍ତି । ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି, ଦରଦାମ ଉପରେ ଅଙ୍କୁଶ ଲାଗୁନଥିବା ବେଳେ ସମାନ ଭାବରେ ବେରୋଜଗାରୀ ମଧ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଂଗ୍ରେସ ସାଂସଦ କଳା ପୋଷାକ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

କଂଗ୍ରେସ ନେତାଏ ରାଷ୍ଟ୍ରପତି ଭବନଆଡ଼କୁ ଅଗ୍ରସର ହେଉଥିବା ବେଳେ ସେମାନଙ୍କୁ ରୋକିଛି ପୋଲିସ । ତା ସହିତ ସଂସଦ ଭବନରେ ମଧ୍ୟ କଂଗ୍ରେସ ନେତା କଳା ପୋଷାକ ପିନ୍ଧି ହାତରେ ବ୍ୟାନର ଧରି GST ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି । ବହୁ କଂଗ୍ରେସ ସାଂସଦ ଓ ନେତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ରହିଛନ୍ତି ।

  • आज एक बार फिर कांग्रेस सांसदों को महंगाई, बेरोजगारी और GST के खिलाफ प्रदर्शन करने के लोकतांत्रिक अधिकार से वंचित कर दिया गया।

    विजय चौक पर हमें पुलिस वैन में भर दिया गया। एक चीज साफ है, जो डरते हैं वही डराने का प्रयास करते हैं!#महंगाई_पर_हल्ला_बोल

    — Jairam Ramesh (@Jairam_Ramesh) August 5, 2022 " class="align-text-top noRightClick twitterSection" data="

आज एक बार फिर कांग्रेस सांसदों को महंगाई, बेरोजगारी और GST के खिलाफ प्रदर्शन करने के लोकतांत्रिक अधिकार से वंचित कर दिया गया।

विजय चौक पर हमें पुलिस वैन में भर दिया गया। एक चीज साफ है, जो डरते हैं वही डराने का प्रयास करते हैं!#महंगाई_पर_हल्ला_बोल

— Jairam Ramesh (@Jairam_Ramesh) August 5, 2022 ">

ରାହୁ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଶଶି ଥରୁରଙ୍କ ଭଳି ନେତା ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଯୋଜନା କରିଥିଲା କଂଗ୍ରେସ । ଏହାକୁ ନଜରରେ ରଖି ଦିଲ୍ଲୀର ବିଜୟ ଚୌକ୍‌କୁ ନାକାବନ୍ଦୀ କରିଛି ପୋଲିସ । ସମସ୍ତ କଂଗ୍ରେସ କର୍ମୀ ବାହୁରେ କଳା ବ୍ୟାଚ୍‌ ସହ କଳା ପୋଷାକ ପରିଧାନ କରି ରାଷ୍ଟ୍ରପତି ଭବନ ଆଡ଼କୁ ଅଗ୍ରସର ହେଉଥିଲେ । ତେବେ ଏଥିରେ ସୋନିଆ ଗାନ୍ଧୀ ସାମିଲ ହୋଇନଥିଲେ ।

ସେପଟେ ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସର ଏହି ଆନ୍ଦୋଳନ ପାଇଁ ଅନୁମତି ଦିଆଯାଇନଥିଲା । ଏହାସତ୍ତ୍ବେ କଂଗ୍ରେସର ହେଭିୱେଟ୍‌ ଆଜି(ଶୁକ୍ରବାର) ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ବେକରେ ଲଙ୍କା ଲେମ୍ବୁର ମାଳ ପକାଇ ନାରାବାଜୀ ଆରମ୍ଭ କରିଥିଲେ । ଏହାପରେ ସାଂସଦମାନେ ସଂସଦକୁ ଯାଇଥିବା ବେଳେ କିଛି ନେତା ଓ ସାଂସଦ ରାଷ୍ଟ୍ରପତି ଭବନଆଡ଼କୁ ଯାଇଥିଲେ । ତେବେ ଅଧାରାସ୍ତାରେ କଂଗ୍ରେସ ନେତାଙ୍କୁ ଅଟାଇବାରେ ସକ୍ଷମ ହୋଇଛି ପୋଲିସ ।

ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ । ସେ ଟ୍ବିଟ୍‌ କରି କହିଛନ୍ତି ଯେ, "ପୁନର୍ବାର କଂଗ୍ରେସକୁ ଦରବୃଦ୍ଧି ବିରୋଧରେ ପ୍ରତିବାଦ କରିବାକୁ ଅନୁମତି ମିଳିନାହିଁ । ବେକାରୀ ଓ ଜିଏସଟି ବିରୋଧରେ ମୁହଁ ଖୋଲିବାରୁ ବିଜୟ ଚୌକ୍‌ରେ ପୋଲିସ ଭ୍ୟାନ୍‌ରେ ଭର୍ତ୍ତି ହେବାକୁ ପଡ଼ିଛି ।"

କଂଗ୍ରେସ ପକ୍ଷରୁ ଜେଲ୍‌ ଭରୋ ଆନ୍ଦୋଳନ ଡାକରା ଦିଆଯାଇଛି । ଏହାର ପ୍ରଭାବ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିଛନ୍ତି କଂଗ୍ରେସ ନେତାଏ । ଏହି କ୍ରମରେ ଆଜି(ଶୁକ୍ରବାର) ଅନେକ କଂଗ୍ରେସ ନେତାଙ୍କୁ ଅଟକ ରଖିଛି ପୋଲିସ ।

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ନେତାଙ୍କ କେନ୍ଦ୍ର ବିରୋଧୀ ନାରାରେ କମ୍ପୁଛି ରାଜଧାନୀ ଦିଲ୍ଲୀ । ଖୋଦ୍‌ ଜାତୀୟ କଂଗ୍ରେସ୍‌ର ଅନ୍ତରୀଣ ଅଧ୍ୟକ୍ଷା ଆନ୍ଦୋଳନରର ନେତୃତ୍ବ ନେଇଛନ୍ତି । ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି, ଦରଦାମ ଉପରେ ଅଙ୍କୁଶ ଲାଗୁନଥିବା ବେଳେ ସମାନ ଭାବରେ ବେରୋଜଗାରୀ ମଧ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଂଗ୍ରେସ ସାଂସଦ କଳା ପୋଷାକ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

କଂଗ୍ରେସ ନେତାଏ ରାଷ୍ଟ୍ରପତି ଭବନଆଡ଼କୁ ଅଗ୍ରସର ହେଉଥିବା ବେଳେ ସେମାନଙ୍କୁ ରୋକିଛି ପୋଲିସ । ତା ସହିତ ସଂସଦ ଭବନରେ ମଧ୍ୟ କଂଗ୍ରେସ ନେତା କଳା ପୋଷାକ ପିନ୍ଧି ହାତରେ ବ୍ୟାନର ଧରି GST ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି । ବହୁ କଂଗ୍ରେସ ସାଂସଦ ଓ ନେତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ରହିଛନ୍ତି ।

  • आज एक बार फिर कांग्रेस सांसदों को महंगाई, बेरोजगारी और GST के खिलाफ प्रदर्शन करने के लोकतांत्रिक अधिकार से वंचित कर दिया गया।

    विजय चौक पर हमें पुलिस वैन में भर दिया गया। एक चीज साफ है, जो डरते हैं वही डराने का प्रयास करते हैं!#महंगाई_पर_हल्ला_बोल

    — Jairam Ramesh (@Jairam_Ramesh) August 5, 2022 " class="align-text-top noRightClick twitterSection" data=" ">

ରାହୁ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଶଶି ଥରୁରଙ୍କ ଭଳି ନେତା ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଯୋଜନା କରିଥିଲା କଂଗ୍ରେସ । ଏହାକୁ ନଜରରେ ରଖି ଦିଲ୍ଲୀର ବିଜୟ ଚୌକ୍‌କୁ ନାକାବନ୍ଦୀ କରିଛି ପୋଲିସ । ସମସ୍ତ କଂଗ୍ରେସ କର୍ମୀ ବାହୁରେ କଳା ବ୍ୟାଚ୍‌ ସହ କଳା ପୋଷାକ ପରିଧାନ କରି ରାଷ୍ଟ୍ରପତି ଭବନ ଆଡ଼କୁ ଅଗ୍ରସର ହେଉଥିଲେ । ତେବେ ଏଥିରେ ସୋନିଆ ଗାନ୍ଧୀ ସାମିଲ ହୋଇନଥିଲେ ।

ସେପଟେ ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସର ଏହି ଆନ୍ଦୋଳନ ପାଇଁ ଅନୁମତି ଦିଆଯାଇନଥିଲା । ଏହାସତ୍ତ୍ବେ କଂଗ୍ରେସର ହେଭିୱେଟ୍‌ ଆଜି(ଶୁକ୍ରବାର) ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ବେକରେ ଲଙ୍କା ଲେମ୍ବୁର ମାଳ ପକାଇ ନାରାବାଜୀ ଆରମ୍ଭ କରିଥିଲେ । ଏହାପରେ ସାଂସଦମାନେ ସଂସଦକୁ ଯାଇଥିବା ବେଳେ କିଛି ନେତା ଓ ସାଂସଦ ରାଷ୍ଟ୍ରପତି ଭବନଆଡ଼କୁ ଯାଇଥିଲେ । ତେବେ ଅଧାରାସ୍ତାରେ କଂଗ୍ରେସ ନେତାଙ୍କୁ ଅଟାଇବାରେ ସକ୍ଷମ ହୋଇଛି ପୋଲିସ ।

ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ । ସେ ଟ୍ବିଟ୍‌ କରି କହିଛନ୍ତି ଯେ, "ପୁନର୍ବାର କଂଗ୍ରେସକୁ ଦରବୃଦ୍ଧି ବିରୋଧରେ ପ୍ରତିବାଦ କରିବାକୁ ଅନୁମତି ମିଳିନାହିଁ । ବେକାରୀ ଓ ଜିଏସଟି ବିରୋଧରେ ମୁହଁ ଖୋଲିବାରୁ ବିଜୟ ଚୌକ୍‌ରେ ପୋଲିସ ଭ୍ୟାନ୍‌ରେ ଭର୍ତ୍ତି ହେବାକୁ ପଡ଼ିଛି ।"

କଂଗ୍ରେସ ପକ୍ଷରୁ ଜେଲ୍‌ ଭରୋ ଆନ୍ଦୋଳନ ଡାକରା ଦିଆଯାଇଛି । ଏହାର ପ୍ରଭାବ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିଛନ୍ତି କଂଗ୍ରେସ ନେତାଏ । ଏହି କ୍ରମରେ ଆଜି(ଶୁକ୍ରବାର) ଅନେକ କଂଗ୍ରେସ ନେତାଙ୍କୁ ଅଟକ ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.