ETV Bharat / bharat

ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ପୂର୍ବତନ RBI ଗଭର୍ଣ୍ଣର - ରଘୁରାମ ରାଜନ ଭାରତ ଯୋଡ ଯାତ୍ରାରେ ସାମିଲ

ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ପୂର୍ବତନ RBI ଗଭର୍ଣ୍ଣର । ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ପାଦ ମିଶାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ଅଧିକ ପଢନ୍ତୁ

Bharat Jodo Yatra
Bharat Jodo Yatra
author img

By

Published : Dec 14, 2022, 4:18 PM IST

ଜୟପୁର: ସେପ୍ଟେମ୍ବର ୭ ତାରଖରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା( Bharat Jodo Yatra) ଏବେ ରାଜସ୍ଥାନରେ ଚାଲିଛି । ଆସନ୍ତା ଶୁକ୍ରବାରକୁ ୧୦୦ ଦିନ ପୂରଣ କରିବ ଏହି ଭାରତ ଯୋଡ ଯାତ୍ରା । ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ(Former RBI governor Raghuram Rajan) ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସେ ଆଜି ସକାଳୁ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।

  • #BharatJodoYatra में @RahulGandhi जी के साथ कदम मिलाते RBI के पूर्व गवर्नर श्री रघुराम राजन...

    नफ़रत के खिलाफ देश जोड़ने के लिए खड़े होने वालों की बढ़ती संख्या बताती है कि- हम होंगे कामयाब। pic.twitter.com/MFV6izCpcw

    — Congress (@INCIndia) December 14, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ ଏହି ଯାତ୍ରା ରାଜସ୍ଥାନର ସୱାଇ ମାଧପୁରରୁ ଆରମ୍ଭ ହୋଇ ବାଦଶପୁରରେ ପହଞ୍ଚିଥିଲା । ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଥିଲେ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ଏନେଇ କଂଗ୍ରେସ ତରଫରୁ ଏକ ଟ୍ବିଟ କରି କୁହାଯାଇଛି, "ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହେଲେ ରଘୁରାମ ରାଜନ । ଘୃଣା ବିରୋଧରେ ଦେଶକୁ ଏକଜୁଟ କରିବାକୁ ଛିଡା ହୋଇଥିବା ଲୋକଙ୍କ ସଂଖ୍ୟା ବଢୁଛି । ଆମେ ସଫଳ ହେବୁ । "

  • अंधेरे से उजाले की दिशा में लेकर जाने का यज्ञ है #BharatJodoYatra

    इस यात्रा के स्वागत के लिए सर्द लहर में इंतजार करते लोग अपनी उपस्थिति से इस यज्ञ में आहुति डाल रहे हैं।

    देश बचाने का यज्ञ.. pic.twitter.com/21lE340xjZ

ଅନ୍ୟ ଏକ ଟ୍ବିଟ କରି କଂଗ୍ରେସ କହିଛି, " ଆମକୁ ଅନ୍ଧକାରରୁ ଆଲୋକକୁ ନେବା ପାଇଁ ବାଟ ଦେଖାଉଛି ଭାରତ ଯୋଡ ଯାତ୍ରା । ଏହି ଯାତ୍ରାକୁ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିଥିବା ଲୋକେ ନିଜ ଉପସ୍ଥିତିକୁ ଯଜ୍ଞରେ ଆହୁତି ଦେଉଛନ୍ତି । "

ଏହା ମଧ୍ୟ ପଢନ୍ତୁ: ବିଜେପିର ସଂସଦୀୟ ଦଳ ବୈଠକ ଆରମ୍ଭ: ସାମିଲ ହେଲେ ପ୍ରଧାନମନ୍ତ୍ରୀ

ରଘୁରାମ ରାଜନ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୩ ତମ ଗଭର୍ଣ୍ଣର ଥିଲେ । ୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହିସାବରେ ଦାୟିତ୍ବ ତୁଲାଇଥିଲେ ।2003 ରୁ 2006 ମଧ୍ୟରେ ସେ ଆନ୍ତର୍ଜାତୀୟ ଅର୍ଥ ପାଣ୍ଠିର ମୁଖ୍ୟ ଅର୍ଥନୀତିଜ୍ଞ ତଥା ଅନୁସନ୍ଧାନ ନିର୍ଦ୍ଦେଶକ ଥିଲେ । ପ୍ରଥମ ବିରତି ପରେ ଏହି ଯାତ୍ରା ଦୌସା ଜିଲ୍ଲାରେ ପ୍ରବେଶ କରି ବାଗଡ଼ୀ ଗ୍ରାମରେ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.