ETV Bharat / bharat

ଭୋପାଲ ଓ ହାଇଦ୍ରାବାଦରେ ଏଟିଏସ ଚଢାଉ, 16 ଇସଲାମିକ୍‌ କଠୋରପନ୍ଥୀ ଗିରଫ

author img

By

Published : May 9, 2023, 9:35 PM IST

ହାଇଦ୍ରାବାଦରେ ଲୁଚିଥିଲେ ଇସଲାମିକ 5 କଠୋରପନ୍ଥୀ, ଉଠାଇ ନେଲା ଭୋପାଲ ପୋଲିସ୍‌ । ଭୋପାଲରେ ମଧ୍ୟ 11 ଗିରଫ । ଅଧିକ ପଢନ୍ତୁ

ହାଇଦ୍ରାବାଦରୁ ଇସଲାମିକ କଠୋରପନ୍ଥୀ ଗିରଫ
ହାଇଦ୍ରାବାଦରୁ ଇସଲାମିକ କଠୋରପନ୍ଥୀ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦ ସହରର ବିଭିନ୍ନ ସ୍ଥାନରେ ଲୁଚିଥିବା 5 ଇସଲାମିକ୍‌ କଠୋରପନ୍ଥୀଙ୍କୁ ଗିରଫ କରିଛି ଭୋପାଲ ଏଟିଏସ । ଭୋପାଲରେ ମଧ୍ୟ 11 କଠୋରପନ୍ଥୀଙ୍କୁ ଗିରଫ କରାଯାଇଛି । ଗୁଇନ୍ଦା ଇନପୁଟ ସୂଚନା ଆଧାରରେ ଉଭୟ ଭୋପାଲ ଓ ହାଇଦ୍ରାବାଦରେ ଏହି ଅପରେସନ କରାଯାଇଥିଲା । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ମଧ୍ୟ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ଖଣ୍ଡା, ଇସଲାମିକ ପୁସ୍ତକ, ହିଜାଦ ସମ୍ପର୍କରେ ଉଲ୍ଲେଖ ଥିବା କିଛି ପତ୍ରିକା, ଲ୍ୟାପଟପ, ହାର୍ଡଡିକ୍ସ, ପେନଡ୍ରାଇଭ ଆଦି ଜବତ ହୋଇଛି । ମଧ୍ୟ ପ୍ରଦେଶ ଭୋପାଲ ସମେତ ଅନ୍ୟ କିଛି ସ୍ଥାନରୁ 11 ଜଣ ଓ ହାଇଦ୍ରାବାଦରୁ ମୋଟ 5 ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ମିଶାଇ ପୋଲିସ ମୋଟ 16 ଜଣଙ୍କୁ ଗିରଫ କରିଛି ।

କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ଆଧାରରେ ଏମାନଙ୍କୁ ଗିରଫ କରିବା ଅଭିଯାନ ଆରମ୍ଭ କରିଥିଲା ମଧ୍ୟ ପ୍ରଦେଶ ଆଣ୍ଟି ଟେରରିଜିମ ସ୍କ୍ବାଡ । ଏମାନେ ପ୍ରାୟ ଦେଢବର୍ଷ ହେବ ଦେଶର ବିଭିନ୍ନ କଠୋରପନ୍ଥୀ କାର୍ଯ୍ୟକଳାପରେ ସାମିଲ ଥିଲେ । ଏମାନଙ୍କ ଉପରେ ପ୍ରଥମେ ମଧ୍ୟ ପ୍ରଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପରେ ଏହି ଗୋଷ୍ଠୀର ଅନ୍ୟ କିଛି ସହଯୋଗୀ ମଧ୍ୟ ହାଇଦ୍ରାବାଦରେ ସକ୍ରିୟ ଥିବା ଜଣାପଡିଥିଲା । ପରେ ମଧ୍ୟ ପ୍ରଦେଶ ପୋଲିସ ତେଲେଙ୍ଗାନା ପୋଲିସର ସହଯୋଗ ନେଇଥିଲା ।

ତେଲେଙ୍ଗାନା ରାଜ୍ୟ ଗୁଇନ୍ଦା ବିଭାଗ, ମଧ୍ୟ ପ୍ରଦେଶ ପୋଲିସ ଏଟିଏସ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ପୂର୍ବରୁ ଚିହ୍ନଟ ହୋଇଥିବା କଠୋରପନ୍ଥୀମାନଙ୍କୁ ଗିରଫ କରିବା ପାଇଁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢାଉ କରଯାଇଥିଲେ । ଏଥିରେ ମୋଟ 5 ଜଣଙ୍କୁ ଗିରଫ କରିବାରେ ଜଏଣ୍ଟ ଟିମ୍‌ ସଫଳ ହୋଇଛି । ଏମାନଙ୍କ ଠାରୁ ଏକାଧିକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଥ୍ୟ ଅନୁସାରେ ଏମାନେ ଯୁବକଙ୍କୁ ଇସଲାମିକ କଠୋରପନ୍ଥୀ ଗୋଷ୍ଠୀରେ ସାମିଲ କରିବା ମିଶନରେ ନିୟୋଜିତ ଥିଲେ । ଏମାନେ କେଉଁ ସଂଗଠନ ସହ ସମ୍ପୃକ୍ତ ସେନେଇ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ଜେରା ଜାରି ରଖିଛି । ଏମାନେ ଟେରର ଫଣ୍ଡିଂ ଓ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ କରିବା ପାଇଁ ଯୁବକଙ୍କୁ ପ୍ରବର୍ତ୍ତାଉଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ସକ୍ରିୟ ଥିବା ଦେଶ ବିରୋଧୀ ଓ କଠୋରପନ୍ଥୀ ସଂଗଠନ ଉପରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ବିଭିନ୍ନ ସ୍ଥାନରେ ବ୍ୟାନ ଘୋଷିତ ହୋଇଥିବା ପିଏଫଆଇର ସଦସ୍ୟଙ୍କୁ ମଧ୍ୟ ଆତଙ୍କୀ ଲିଙ୍କ୍‌ରେ ଗିରଫ କରାଯାଉଛି । ଆଜି ମଧ୍ୟ ପ୍ରଦେଶ ଆତଙ୍କବାଦ ନିରୋଧୀ ଦଳ ମୋଟ 16 ଜଣଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.