ETV Bharat / bharat

ଭଲ ଖବର: ୩୦ରୁ ଅଧିକ ଶୁଆଙ୍କ ସାଥୀ ପାଲଟିଛନ୍ତି ରାଧିକା

author img

By

Published : Aug 25, 2021, 10:36 AM IST

ଲକଡାଉନ କଟକଣାର ସୁଦୁପଯୋଗ କରି ୩୦ ରୁ ଅଧିକ ଶୁଆଙ୍କ ସାଥୀ ପାଲଟିଛନ୍ତି ରାଧିକା ସୋନୱାନେ । ପୁଣେ ସ୍ଥିତ ଭଡାଘର ବାଲକୋନିରେ ଶୁଆଙ୍କ ପାଇଁ କରିଥିବା ବ୍ୟବସ୍ଥା ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବେ । ଅଧିକ ପଢନ୍ତୁ...

Radhika Sonawane
Radhika Sonawane

ମୁମ୍ବାଇ: ମହାମାରୀ କୋରୋନା ପାଇଁ ଦେଶରେ ଲାଗି ରହିଥିଲା ଲକଡାଉନ ସଟଡାଉନ କଟକଣା । କଟକଣା କାହାର ଜୀବନକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ କାହାର ଜୀବନର ମୋଡ ବଦଳାଇ ଦେଇଥିଲା । କାହାର ବୃତ୍ତି ବଦଳିଥିବା ବେଳେ କାହାର ଜୀବନଚର୍ଯ୍ୟା ବଦଳି ଯାଇଛି ।

ଭଲ ଖବର; ଲକଡାଉନର ସଦଉପଯୋଗ,୩୦ ରୁ ଅଧିକ ଶୂଆଙ୍କ ସାଥୀ ପାଲଟିଛନ୍ତି ରାଧିକା

ଏହି ସବୁ ଭିତରେ ମହାରାଷ୍ଟ୍ର ପୁନେରୁ ଆସିଛି ଏକ ଭଲ ଖବର... ଲକଡାଉନ କଟକଣାର ସୁଦୁପଯୋଗ କରି ୨୭ ବର୍ଷିୟା ରାଧିକା ସୋନୱାନେ ୩୦ ରୁ ଅଧିକ ଶୁଆଙ୍କୁ କରିଛନ୍ତି ସାଥୀ । ପୁଣେ ସ୍ଥିତ ଭଡାଘର ବାଲକୋନିରେ ସେ ଶୁଆଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଛନ୍ତି । ପ୍ରଥମେ ପ୍ରଥମେ ଶୁଆ ଆସୁନଥିଲେ । ଧୀରେ ଧୀରେ ରାଧିକାଙ୍କ ବ୍ୟବହାରରେ ଆକର୍ଷିତ ହେଲେ ଶୁଆ ।

ଏବେ ପ୍ରତିଦିନ ଘରର ସଦସ୍ୟ ଭଳି ରାଧିକାଙ୍କ ବାଲକୋନୀରେ ଆଜି ହାଜିରା ପକାଇ ଯାଆନ୍ତି ଶୁଆ ଦଳ । ବାଲକୋନୀରେ ବ୍ୟବସ୍ଥା କରିଥିବା ପାତ୍ରରୁ ବି ଖାଦ୍ୟ ଖାଇବା ସହ ପାଣି ପିଇ ଉଡି ଯାଆନ୍ତି ଏହି ଶୁଆ ପଲ । ରାଧିକାଙ୍କ ପଡୋଶୀ ମଧ୍ୟ ଏବେ ଶୁଆଙ୍କୁ ଖାଦ୍ୟ ଦେଉଛନ୍ତି । ଆଉ ରାଧିକା ଲକଡାଉନ ବେଳେ ଏକାଧିକ ଶୁଆଙ୍କୁ ସାଙ୍ଗ କରି ଏବେ ବେଶ ଖୁସି ।

ଏହାବାଦ ସମସ୍ତ ଶୂଆ ଯେମିତି ବିନା ଭୟରେ ଆସି ଖାଦ୍ୟ ଖାଇ ପାରିବେ ତାହାର ସମସ୍ତ ବନ୍ଦୋବସ୍ତ କରିଛନ୍ତି ରାଧିକା । ସେମାନଙ୍କ ପାଇଁ ଖାଦ୍ୟ କୁଣ୍ଡ, ବସିବା ପାଇଁ ବ୍ୟବସ୍ଥା, ତାଙ୍କୁ ସୁହାଇବା ଭଳି ଘରେ ପରିବେଶ ଟିଏ ମଧ୍ୟ ସୃଷ୍ଟି କରିଛନ୍ତି । ଆଉ ଦେଶୀ ବିଦେଶୀ ଶୁଆଙ୍କ କିଚିରି ମିଚିରି ରାବରେ ରାଧିକାଙ୍କ ଘରେ ଏକ ଭିନ୍ନ ପରିବେଶ ଲାଗି ରହୁଛି ।

ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଦୀର୍ଘଦିନ ଧରି ଲକଡାଉନ ସଟଡାଉନ ଲାଗି ରହିଥିଲା । ଫଳରେ ବୃତ୍ତିରେ ଜଣେ ଫାଇନାନ୍ସ କର୍ମଚାରୀ ରାଧିକା କୋଭିଡ କଟକଣା ପାଇଁ ଘରେ ରହି ଅଫିସ କାମ କରୁଛନ୍ତି । ଏହି ସମୟରେ ବଳକା ସମୟ ବାହାର କରି ଏବେ ୩୦ ରୁ ଅଧିକ ଦେଶୀ ବିଦେଶୀ ଶୁଆଙ୍କ ପାଲଟିଛନ୍ତି ଅନ୍ତରଙ୍ଗ ବନ୍ଧୁ । ଶୁଆ ମାନେ ମଧ୍ୟ ରାଧିକାଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ପାଇ ବେଶ ଖୁସି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.