ହାଇଦ୍ରାବାଦ: ପାକିସ୍ତାନରୁ ପଞ୍ଜାବକୁ ନିୟମିତ ଡ୍ରୋନ ଯୋଗେ ଆସୁଛି ହେରୋଇନ (BSF seized drone with heroin) । ନିକଟରେ ଏକ ଡ୍ରୋନକୁ ଭାରତୀୟ ସୀମା ସୁରକ୍ଷା ବଳର ଯବାନ ଗୁଳି କରି ଖସାଇବା ପରେ ହେରୋଇନ ଜବତ ହୋଇଥିଲା । ଗତକାଲି ମଧ୍ୟ ସାମାନ ଘଟଣା ପୁଣି ସାମ୍ନାକୁ ଆସିଛି । ଏବେ ସୀମାପାର ଆତଙ୍କବାଦ ପରି ସୀମାପାର ନିଶା କାରବାର ମଧ୍ୟ ପୋଲିସର ଚିନ୍ତା ବଢାଇଛି । ଗତକାଲି (ରବିବାର) ଅମୃତସର ଜିଲ୍ଲାର ଏକ ସୀମାନ୍ତ ଗ୍ରାମ ରୋରାନଓ୍ବାଲାରେ ଏକ ଚାଷ ଜମିରୁ ଠାବ ହୋଇଥିବା ଅଜଣା ଡ୍ରୋନରୁ ଏକ ପକେଟ ହେରୋଇନ ଜବତ କରିଛି ବିଏସଏଫ ।
-
Punjab | A quadcopter, carrying 1 packet of suspected heroin seized by BSF troops in the farming field near Roranwala Kalan in Amritsar district. They had fired at it after hearing its sound while entered from Pakistan side today at about 2:35am: PRO, Punjab Frontier, BSF pic.twitter.com/41hWyiM2db
— ANI (@ANI) December 5, 2022 " class="align-text-top noRightClick twitterSection" data="
">Punjab | A quadcopter, carrying 1 packet of suspected heroin seized by BSF troops in the farming field near Roranwala Kalan in Amritsar district. They had fired at it after hearing its sound while entered from Pakistan side today at about 2:35am: PRO, Punjab Frontier, BSF pic.twitter.com/41hWyiM2db
— ANI (@ANI) December 5, 2022Punjab | A quadcopter, carrying 1 packet of suspected heroin seized by BSF troops in the farming field near Roranwala Kalan in Amritsar district. They had fired at it after hearing its sound while entered from Pakistan side today at about 2:35am: PRO, Punjab Frontier, BSF pic.twitter.com/41hWyiM2db
— ANI (@ANI) December 5, 2022
ଗତକାଲି ରାତିରେ ଗ୍ରାମରେ ଅଜଣା ଡ୍ରୋନ ଗତିବିଧି ନେଇ ଗ୍ରାମବାସୀଙ୍କ ସୂଚନା ପାଇବା ପରେ ବିଏସଏଫ ଯବାନ ଗୁଳି ଚଳାଇ ଉକ୍ତ ଡ୍ରୋନକୁ ଖସାଇ ଦେଇଥିଲେ । ପରେ ଯାଞ୍ଚ ବେଳେ ସେଥିରୁ ଏକ ହେରୋଇନର ପକେଟ ଜବତ କରାଯାଇଛି । ଡ୍ରୋନଟି ପାକସ୍ତାନ ପଟୁ ଆସିଥିବା ସନ୍ଦେହ କରାଯାଉଛି । ଗ୍ରାମବାସୀଙ୍କୁ ସଚେତନ ରହିବା ପାଇଁ ପୋଲିସ ଓ ସୀମା ସୁରକ୍ଷା ବଳ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଗୁପ୍ତଚରି କରିବା ପାଇଁ ଡ୍ରୋନ ପଠାଉଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ସୀମାପାର ନିଶା କାରବାର ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ପୋଲିସର ଚିନ୍ତା ବଢିଛି । ନିଶା କାରବାରରେ ସ୍ଥାନୀୟ ଅଞ୍ଚଳର କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ:-ପଞ୍ଜାବକୁ ପାକିସ୍ତାନରୁ ଡ୍ରୋନରେ ଆସୁଛି ହିରୋଇନ, ଡ୍ରୋନରୁ ମିଳିଲା 3 କେଜି ଧଳାଜହର
ଦୁଇଦିନ ତଳେ ପଞ୍ଜାବ ଏକ ସୀମାନ୍ତ ଗ୍ରାମରେ ଦେଖିବାକୁ ମିଳିଥିଲେ ଏକାଧିକ ପାକିସ୍ତାନୀ ଡ୍ରୋନ (Drone found in Punjab Border)। ପାକିସ୍ତାନ ସୀମା ନିକଟବର୍ତ୍ତୀ ପଞ୍ଜାବ ସୀମାରେ ଏକକାଳୀନ 3ଟି ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ସୁରକ୍ଷା ବଳ ଗୁଳି ଚଳାଇ ଗୋଟିଏ ଡ୍ରୋନକୁ ଖସାଇ ଦେଇଥିଲା । ଏଥିରୁ ମଧ୍ୟ ପ୍ରାୟ 3 କେଜି ହେରୋଇନ ଜବତ ହୋଇଥିଲା । ଏବେ ପୁଣି ଡ୍ରୋନ ଜବତ ହେବା ପରେ ଏହି ରାକଟ ନିୟମିତ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ