ETV Bharat / bharat

କ୍ବାଡ ବୈଠକରେ ମୋଦିଙ୍କ ବାର୍ତ୍ତା, ଗଣତନ୍ତ୍ରର ମୂଲ୍ୟବୋଧରେ ଆମେ ଏକଜୁଟ

ଆସିଛି କ୍ବାଡର ଯୁଗ । ଏହା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥାୟିତ୍ବର ହେବ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ । ଆମେ ଆମର ଗଣତନ୍ତ୍ର ମୂଲ୍ୟବୋଧକୁ ନେଇ ପ୍ରତିବଦ୍ଧତା ପାଇଁ ଏକଜୁଟ । 4 ଶକ୍ତିଶାଳୀ ରାଷ୍ଟ୍ରସମୁହକୁ ନେଇ ଗଠିତ କ୍ବାଡ ମେଣ୍ଟର ପ୍ରଥମ ବୈଠକକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

author img

By

Published : Mar 12, 2021, 9:34 PM IST

Updated : Mar 12, 2021, 9:48 PM IST

କ୍ବାଡ ବୈଠକରେ ମୋଦିଙ୍କ ବାର୍ତ୍ତା, ଗଣତନ୍ତ୍ରର ମୂଲ୍ୟବୋଧରେ ଆମେ ଏକଜୁଟ
କ୍ବାଡ ବୈଠକରେ ମୋଦିଙ୍କ ବାର୍ତ୍ତା, ଗଣତନ୍ତ୍ରର ମୂଲ୍ୟବୋଧରେ ଆମେ ଏକଜୁଟ

ନୂଆଦିଲ୍ଲୀ: ଆସିଛି କ୍ବାଡର ଯୁଗ । ଏହା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥାୟିତ୍ବର ହେବ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ । ଆମେ ଆମର ଗଣତନ୍ତ୍ର ମୂଲ୍ୟବୋଧକୁ ନେଇ ପ୍ରତିବଦ୍ଧତା ପାଇଁ ଏକଜୁଟ । 4 ଶକ୍ତିଶାଳୀ ରାଷ୍ଟ୍ରସମୁହକୁ ନେଇ ଗଠିତ କ୍ବାଡ ମେଣ୍ଟର ପ୍ରଥମ ବୈଠକକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ମୁଁ ଏହି ସକରାତ୍ମକ ମନୋଭାବକୁ ଭାରତର ବସୁଧୈବ କୁଟୁମ୍ବକମ ଦର୍ଶନର ବିସ୍ତାର ଭାବରେ ଦେଖୁଛି । ଯାହା ସମଗ୍ର ବିଶ୍ବକୁ ଗୋଟିଏ ପରିବାର ଭାବରେ ବିବେଚନା କରେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମର ଏଜେଣ୍ଡାରେ ଟିକା, ଜଳବାୟୁ ପରିବର୍ତ୍ତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ । ଏହା 'କ୍ବାଡ'କୁ ବିଶ୍ବ ପାଇଁ ଲାଭଦାୟକ କରିବାକୁ ଶକ୍ତି ପ୍ରଦାନ କରିଥାଏ। ପିଏମ ମୋଦି କହିଛନ୍ତି, ସହଭାଗୀ ମୂଲ୍ୟବୋଧ ତଥା ନିରାପଦ, ସ୍ଥିର, ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରରେ ଆମେ ପୂର୍ବ ଅପେକ୍ଷା ଅଧିକ ଘନିଷ୍ଠ ଭାବରେ କାର୍ଯ୍ୟ କରିବୁ।

ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେରିକା ଆପଣଙ୍କ ସହ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଅଞ୍ଚଳର ସମସ୍ତ ସହଯୋଗୀଙ୍କ ସହ ଶାନ୍ତି ହାସଲ କରିବାକୁ ସଂକଳ୍ପବଦ୍ଧ। ଏହି ଗୋଷ୍ଠୀ ବିଶେଷ ଗୁରୁତ୍ବପୂର୍ଣ୍ଣ କାରଣ ଏହା ବ୍ୟବହାରିକ ସମାଧାନ ଏବଂ ଠୋସ ଫଳାଫଳ ପାଇଁ ଉତ୍ସର୍ଗୀକୃତ । ଭାରତ-ପ୍ରଶାନ୍ତ ମହାସାଗରରେ ସହଯୋଗ ପାଇଁ କ୍ବାଡ ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ ହେବାକୁ ଯାଉଛି ।

ସେହିପରି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ହିଁ ବିଶ୍ବର ଭାଗ୍ୟ ନିର୍ଣ୍ଣୟ କରିବ। ଇଣ୍ଡୋ-ପେସିଫିକର ମହାନ ଗଣତନ୍ତ୍ରର ଚାରିଜଣ ନେତା ଭାବରେ ଆମର ଭାଗିଦାରୀ ଏହି ଅଞ୍ଚଳର ଅନେକ ଦେଶକୁ ଅନ୍ତର୍ଭୁକ୍ତ କରି ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ଉପରେ ଆଧାରିତ ହେବା ଉଚିତ ।

ଏହି ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗା ମଧ୍ୟ ସାମିଲ ଅଛନ୍ତି। କ୍ବାଡ ନେତାଙ୍କ ଏହା ହେଉଛି ପ୍ରଥମ ଭର୍ଚୁଆଲ ବୈଠକ ।

Last Updated : Mar 12, 2021, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.