ETV Bharat / bharat

Exclusive: ‘ଇସ୍ରାଏଲକୁ ଭାରତର ସମର୍ଥନରେ କତାର କ୍ଷୁବ୍ଧ,ପୂର୍ବ ନୌସେନା ଅଧିକାରୀଙ୍କୁ ଦେଲା ମୃତ୍ୟୁ ଦଣ୍ଡାଦେଶ’ - ଇସ୍ରାଏଲ ପାଲେଷ୍ଟାଇନ ବିବାଦ

ଇସ୍ରାଏଲ- ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟରେ କତାର କ୍ଷୁବ୍ଧ । ସେଥିପାଉଁ 8 ପୂର୍ବ ନୌସେନା ଅଧିକାରୀଙ୍କୁ ତରବରିଆ ଭାବେ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବାର ଆଶଙ୍କା ଦର୍ଶାଇଲେ ଫାରୁକ । ଅଧିକ ପଢନ୍ତୁ

‘ଇସ୍ରାଏଲକୁ ଭାରତର ସମର୍ଥନରେ କତାରର କ୍ଷୁବ୍ଧ, ସେଥିପାଇଁ ପୂର୍ବ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ’

author img

By ETV Bharat Odisha Team

Published : Oct 30, 2023, 6:32 PM IST

ଶ୍ରୀନଗର: ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷରେ ଭାରତ ଇସ୍ରାଏଲ ସପକ୍ଷରେ ନିଜ ଆଭିମୁଖ୍ୟ ରଖିଛି । ଏହି ପ୍ରସଙ୍ଗରେ ପ୍ରାୟ ସମସ୍ତ ଆରବ ରାଷ୍ଟ୍ର ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି । ପଶ୍ଚିମ ରାଷ୍ଟ୍ରମାନେ ଇସ୍ରାଏଲକୁ ସମର୍ଥନ ଓ ସହଯୋଗ ଜାରି ରଖିଛନ୍ତି । ଭାରତ ମଧ୍ୟ ଇସ୍ରାଏଲ ସପକ୍ଷରେ ରହିଛି । ଏହି କାରଣ ପାଇଁ ଅନ୍ୟତମ ଆରବ ରାଷ୍ଟ୍ର କତାର ମଧ୍ୟ ଭାରତ ଉପରେ କ୍ଷୁବ୍ଧ ହୋଇଥାଇପାରେ । ଏହି କାରଣରୁ କତାର 8 ଭାରତୀୟ ପୂର୍ବ ନୌସେନା ଅଧିକାରୀଙ୍କୁ ଏତେ ତରବରିଆ ଭାବେ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲା ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ।

ଆଜି ଏହି ପ୍ରସଙ୍ଗରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଫାରୁକ କହିଛନ୍ତି, ଏହି ମାମଲା ପୂର୍ବରୁ ବିଚାରଧୀନ ରହିଥିଲା । ମାତ୍ର କତାର ହଠାତ ଏଥିରେ ତତ୍ପରତା ପ୍ରକାଶ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଲା । ଏହା ଇସ୍ରାଏଲ ପାଲେଷ୍ଟାଇନ ମାମଲାରେ ଭାରତର ଆଭିମୁଖ୍ୟ କାରଣରୁ ହୋଇଥାଇପାରେ । ଏବେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତିରେ ଭାରତ ଇସ୍ରାଏଲ ସହ ବନ୍ଧୁତା ବଜାୟ ରଖିବାକୁ ଯାଇ ସମର୍ଥନ ଘୋଷଣା କରିଛି । ପାଲେଷ୍ଟାଇନ କ୍ଷେତ୍ରରେ ମଧ୍ୟ ସାମାନ୍ୟ ଅନୁକମ୍ପାମୂଳକ ଆଭିମୁଖ୍ୟ ଗ୍ରହଣ କରୁଛି । ଏପରିକି 27 ତାରିଖରେ ଭାରତ ଜାତିସଂଘ ମହାସଭାରେ ଆଗତ ଅସ୍ତ୍ରବିରତି ଭୋଟିଂରେ ମଧ୍ୟ ଅଂଶଗ୍ରହଣ କଲା ନାହିଁ । ତେଣୁ ଭାରତର ଏହି ଆଭିମୁଖ୍ୟ ପାଇଁ କତାର କ୍ଷୁବ୍ଧ ହୋଇଥାଇପାରେ । ଫଳସ୍ବରୂପ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ତେବେ ଜାତିସଂଘରେ ଭାରତର ଭୋଟ ବର୍ଜନ ନିଷ୍ପତ୍ତିକୁ ମଧ୍ୟ ଫାରୁକ ସମାଲୋଚନା କରିଛନ୍ତି । ଜାତିସଂଘ ଦ୍ବାରା ଆଗତ ଅସ୍ତ୍ରବିରତ ପ୍ରସ୍ତାବରେ ଭୋଟ ନଦେବା ଠିକ କାର୍ଯ୍ୟ ନଥିଲା । ଏହା ଆରବ ରାଷ୍ଟ୍ରସମୂହଙ୍କୁ ଭଲ ଲାଗିନଥାଇପାରେ ବୋଲି ଫାରୁକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Jaishankar meets family of ex navy officer: ‘୮ ପୂର୍ବ ନୌସେନା ଅଧିକାରୀଙ୍କ ମୁକ୍ତି ପାଇଁ ନିଆଯାଉଛି ପଦକ୍ଷେପ’

ଗତବର୍ଷ ଗିରଫ ହୋଇଥିବା 8 ଭାରତୀୟ ନୌସେନାର ପୂର୍ବତନ ଅଧିକାରୀଙ୍କୁ ଚଳିତ ମାସ 26 ତାରିଖରେ କତାର ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି । ଏମାନେ ଭାରତୀୟ ସେନାରୁ ସେବାନିବୃତ୍ତ ହେବା ପରେ ସେଠାରେ ଏକ ଘରୋଇ ଟେକ୍ନୋଲୋଜି କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି କମ୍ପାନୀ କତାର ସେନାକୁ ବୈଷୟିକ ପ୍ରଶିକ୍ଷଣ ଦେଉଥିଲା । ଏହି ଭାରତୀୟମାନେ କତାରର ଏକ ବୁଡାଜାହାଜର ଗତିବିଧି ସମ୍ପର୍କରେ ଗୁପ୍ତ ତଥ୍ୟ ହାସଲ କରି ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବରରେ ଗିରଫ ହୋଇଥିଲେ । ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯିବା ସହ ଦଣ୍ଡାଦେଶକୁ ବିରୋଧ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.