ETV Bharat / bharat

Ukraine War: ପୁଟିନଙ୍କ ଚରମ ଚେତବନୀ, ଅନ୍ୟ ଦେଶ ହସ୍ତକ୍ଷେପ କଲେ ପ୍ରଚଣ୍ଡ ହେବ ଆକ୍ରମଣ

author img

By

Published : Apr 27, 2022, 9:53 PM IST

ୟୁକ୍ରେନ ସହଯୋଗୀ ରାଷ୍ଟ୍ରଙ୍କୁ ପରମ ଚେତାବନୀ ଦେଲେ ରାଷ୍ଟ୍ରପତି ପୁଟିନ । ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ପ୍ରଚଣ୍ଡ ଆକ୍ରମଣ କରିବାକୁ ମଧ୍ୟ ତିଳେମାତ୍ର ପଛାଇବ ନାହିଁ ଋଷ । ଅଧିକ ପଢନ୍ତୁ

Putin warns: ୟୁକ୍ରେନର ପ୍ରସଙ୍ଗେରେ ହସ୍ତକ୍ଷେପ କଲେ ସିଧା ଆକ୍ରମଣ କରିବ ଋଷ
Putin warns: ପୁଟିନଙ୍କ ଚରମ ଚେତବନୀ, ୟୁକ୍ରେନର ପ୍ରସଙ୍ଗରେ ହସ୍ତକ୍ଷେପ କଲେ ହେବ ପ୍ରଚଣ୍ଡ ଆକ୍ରମଣ

ମସ୍କୋ: ୟୁକ୍ରେନକୁ ୟୁରପୀୟ ରାଷ୍ଟ୍ର ସମୂହଙ୍କ ଠାରୁ ସହୟତା ମିଳି ଚାଲିଥିବା ବେଳେ ଏହାକୁ ନେଇ କ୍ଷୁବ୍ଧ ହୋଇଛି ଋଷ । ନିଜ ଆଭିମୁଖ୍ୟରେ ସିଧା କଠୋରତା ପ୍ରକାଶ କରିଛି । ଅନ୍ୟ କୌଣସି ଦେଶ ୟୁକ୍ରେନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପ୍ରୟାସ କଲେ ଋଷର ପ୍ରତିଆକ୍ରମଣ ପ୍ରଚଣ୍ଡ ହେବ ବୋଲି ରାଷ୍ଟ୍ରପତି ପୁଟିନ ଆଜି ଚରମ ଚେତାବନୀ ଶୁଣାଇଛନ୍ତି । କେବଳ ଏତିକିରେ ଶେଷ ହୋଇନି ପୁଟିନଙ୍କ ରାଗ । ଆକ୍ରମଣ ମଧ୍ୟ ଅତ୍ୟାଧୁନିକ ଓ ଶକ୍ତିଶାଳୀ ଅସ୍ତ୍ରରେ ବିଜୁଳି ବେଗରେ "lightning-speed" ରେ ହେବା ସହ କ୍ଷତି ବ୍ୟାପକ ହେବା ନେଇ ପୁଟିନ ଚତାଇ ଦେଇଛନ୍ତି ।

ଆଜି ଋଷର ଲ-ମେକରମାନଙ୍କୁ ଏକ କାର୍ଯ୍ୟକ୍ରମ ଅବସରରେ ସମ୍ବୋଧିତ କରିବା ଅବସରରେ ଏହି ପ୍ରସଙ୍ଗ ଉଠାଇଥିଲେ ପୁଟିନ । କେତେକ ଦେଶ ୟୁକ୍ରେନ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ପ୍ରସଙ୍ଗକୁ ଆହୁରି ଜଟିଳ କରିବାରେ ଲାଗିଛନ୍ତି । ଋଷ ସେମାନଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଋଷ ପାଖରେ ମୁକାବିଲା କରିବା ପାଇଁ ଯଥେଷ୍ଟ ସାଧନ ରହିଛି । କୌଣସି ବାହ୍ୟ ଶକ୍ତି ଏହି ପ୍ରସଙ୍ଗରେ ଋଷକୁ ପରାଜିତ କରିପାରିବେନି । ଯଦି କେହି ରାଷ୍ଟ୍ର ୟୁକ୍ରେନ ପ୍ରସଙ୍ଗରେ ହସ୍ତକ୍ଷେପ କରି ଋଷର ସମସ୍ୟା ବଢାଏ ତେବେ ଋଷ ଅତ୍ୟାଧୁନିକ ଅସ୍ତ୍ରରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ମଧ୍ୟ ତିଳେମାତ୍ର ପଛଘୁଞ୍ଚା ଦେବ ନାହିଁ । ଋଷ କେବଳ ଯୁଦ୍ଧ ଲଢୁନାହିଁ ବରଂ ଏହି ସବୁ ପ୍ରସଙ୍ଗକୁ ମଧ୍ୟ ମୁକାବିଲା କରିବାରେ ସମସ୍ତ ପ୍ରସ୍ତୁତି କରିସାରିଛି ବୋଲି ପୁଟିନ ନିଜ ସମ୍ବୋଧନରେ କହିଛନ୍ତି ।

ଯୁଦ୍ଧ ଆରମ୍ଭରୁ ୟୁରୋପୀୟ ତଥା ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ କରିଚାଲିଛନ୍ତି । ଆଣ୍ଟି-ଟ୍ୟାଙ୍କ ଏବଂ ଆଣ୍ଟି-ଏୟାରକ୍ରାଫ୍ଟ କ୍ଷେପଣାସ୍ତ୍ର ପ୍ରଣାଳୀ, ଯୁଦ୍ଧ ଯାନ ଆଦି ୟୁକ୍ରେନକୁ ଯୋଗାଇବାରେ ଲାଗିଛନ୍ତି । ସେହିପରି ଋଷକୁ ସାମରିକ ଭାବେ ଦୁର୍ବଳ କରିବା ପାଇଁ ଏକାଧିକ ଅନ୍ତର୍ଜାତୀୟ ଆର୍ଥିକ କଟକଣା ମଧ୍ୟ ଜାରି କରିଛନ୍ତି । କିନ୍ତୁ ଋଷ ହାର ମାନିବାକୁ ପ୍ରସ୍ତୁତ ନୁହେଁ । ଆବଶ୍ୟକ ପଡିଲେ ଋଷ ୟୁକ୍ରେନ ବ୍ୟତୀତ ଅନ୍ୟ ସହଯୋଗୀଙ୍କ ଉପରେ ମଧ୍ୟ ପ୍ରଚଣ୍ଡ ପ୍ରହାର କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ପୁଟିନ କହିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.