ETV Bharat / bharat

ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

author img

By

Published : Nov 16, 2021, 4:27 PM IST

ପୂର୍ବାଞ୍ଚଳ ଏକ୍ସପ୍ରେସ- ଓ୍ବେକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଉତ୍ତର ପ୍ରଦେଶ ଅର୍ଥନୈତିକ ଓ ଯୋଗାଯୋଗ କ୍ଷେତ୍ରକୁ ଦେବ ନୂଆ ଦିଶା । ଅଧିକ ପଢନ୍ତୁ

ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ବେ କୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ‘ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ବେ’ କୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ ପ୍ରାୟ ୧.୩୦ ରେ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ବିମାନ C ୧୩୦-j ରେ ଉତ୍ତର ପ୍ରଦେଶର ସୁଲତାନପୁରରେ ଅବତରଣ କରି ଏହି ଅତ୍ୟାଧୁନିକ ଏକ୍ସପ୍ରେସ-ଓ୍ବେକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସୁଲତାନାପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିଥିଲେ ।

ସୁଲତାନପୁର ଜିଲ୍ଲାର କରୱାଲ ଖେରୀରେ 341 କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହା ଉତ୍ତର ପ୍ରଦେଶର ଅଭିବୃଦ୍ଧି ପାଇଁ ଏକ ବିଶେଷ ଦିନ । ଏହି ଏକ୍ସପ୍ରେସ-ଓ୍ବେ ରାଜ୍ୟର ଆର୍ଥିକ ଓ ସାମାଜିକ ପ୍ରଗତିକୁ ନୂଆ ଗତି ଦେବ ।

ବର୍ତ୍ତମାନ ଏହି ରାଜମାର୍ଗ ୬ ଲେନ ବିଶିଷ୍ଟ ରହିଥିବା ବେଳେ ଭବିଷ୍ୟତର ଆବଶ୍ୟକତାକୁ ଦେଖି ଏହାକୁ ୮ ଲେନକୁ ମଧ୍ୟ ସମ୍ପ୍ରସାରିତ କରାଯାଇ ପାରିବ । ପ୍ରାୟ 22,500 କୋଟି ଟଙ୍କା ବ୍ୟୟରେ ନିର୍ମିତ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ନିଶ୍ଚିତ ଭାବରେ ରାଜ୍ୟର ପୂର୍ବ ଭାଗର ଅର୍ଥନୈତିକ ବିକାଶରେ ବିଶେଷ ଭାବରେ ଲକ୍ଷ୍ନୌ,ବାରବାଙ୍କି, ଆମେଥୀ, ଅଯୋଧ୍ୟା, ସୁଲତାନପୁର, ଆମ୍ବେଦକର ନଗର, ଆଜମଗଡର ଅର୍ଥନୈତିକ ଓ ସାମାଜିକ ବିକାଶରେ ଏକ ପ୍ରମୁଖ ଅଂଶ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ଏହି ରାଜମାର୍ଗକୁ କେବଳ ଯୋଗାଯୋଗ ମଧ୍ୟରେ ସୀମିତ ରଖାଯାଇନି ବରଂ ଜରୁରୀକାଳନୀ ସ୍ଥିତିରେ ସାମରିକ ବ୍ୟବହାର ମଧ୍ୟ କରାଯାଇ ପାରିବା ପରି ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରାଯାଇଛି । ଏକ୍ସପ୍ରେସ-ୱେରେ ନିର୍ମିତ 3.2 କିଲୋମିଟର ଲମ୍ବା ଏୟାରଷ୍ଟ୍ରିପ ନିର୍ମାଣ କରାଯାଇଛି, ଯାହା ଜରୁରୀକାଳୀନ ପରିସ୍ଥିତିରେ ଯୁଦ୍ଧ ବିମାନର ଅବତରଣ ପାଇଁ ସମ୍ପୂର୍ଣ୍ଣ ରନ-ଓ୍ବେ ଭାବେ ମଧ୍ୟ କାର୍ଯ୍ୟ କରିବାକୁ ସକ୍ଷମ ।

ତେବେ ଲୋକାର୍ପଣ ପରେ ଏହି ସ୍ବତନ୍ତ୍ର ରନଓ୍ବେ ଢାଞ୍ଚାରେ ନର୍ମାଣ କରାଯାଇଥିବା ରାଜମାର୍ଗରେ ଭାରତୀୟ ବାୟୁ ସେନା ବିମାନ ମଧ୍ୟ ଅବତରଣ କରି ଏୟାର ଶୋ ପ୍ରଦର୍ଶନ କରିଛନ୍ତି । ଏହି ଏୟାର ଶୋ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ସାମିଲ ହେବା ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ମଧ୍ୟ ସାମିଲ ଥିଲେ । ପିଏମ ମୋଦିଙ୍କ ଉପସ୍ଥିତିରେ c-130 j, ମିରାଜ-୨୦୦୦, ଜାଗୁଆର ସମେତ ଅନ୍ୟ କିଛି ଲଢୁଆ ବିମାନ ଅବତରଣ କରିବା ସହ ଉଡାଣ ମଧ୍ୟ ଭରି ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.