ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗରେ 4 ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ମତଭେଦ ନାହିଁ: ପୁରୀ ଶଙ୍କରାଚାର୍ଯ୍ୟ - Ram Temple pran prathistha ceremony

Ram Temple Prana Pratishtha ceremony: ରାମ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗରେ 4 ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ମତଭେଦ ଖବରକୁ ଖଣ୍ଡନ କଲେ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ । କହିଲେ ଶାସ୍ତ୍ରସମ୍ମତ ବିଧିରେ ହେଉ ପ୍ରାଣପ୍ରତିଷ୍ଠା । ଅଧିକ ପଢନ୍ତୁ

ଖଡଗେ ଇଣ୍ଡିଆ ମେଣ୍ଟ ଅଧ୍ୟକ୍ଷ ! ଆନୁଷ୍ଠାନିକ ଘୋଷଣା ବାକି

author img

By ETV Bharat Odisha Team

Published : Jan 13, 2024, 5:17 PM IST

ହାଇଦ୍ରାବାଦ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆୟୋଜନ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପୂର୍ବରୁ ପ୍ରଶ୍ନ ଉଠାଇ ସାରିଛନ୍ତି । ସେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ହେଲେ ଏହି ପ୍ରସଙ୍ଗରେ 4 ପୀଠର ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ମତଭେଦ ଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଏହି ପ୍ରସଙ୍ଗରେ ସମସ୍ତ ଶଙ୍କରାଚାର୍ଯ୍ୟଙ୍କ ରାୟ ଏକ ବୋଲି କହିବା ସହ ମତଭେଦ ଚର୍ଚ୍ଚାକୁ ଭୁଲ ପ୍ରଚାର ବୋଲି କହିଛନ୍ତି । ପ୍ରାଣପ୍ରତିଷ୍ଠା ଉତ୍ସବ ଶାସ୍ତ୍ର ସମ୍ମତ ଭାବେ ହେଉ ବୋଲି ସମସ୍ତ 4 ଶଙ୍କରାଚାର୍ଯ୍ୟଙ୍କ ଇଚ୍ଛା । ପ୍ରକ୍ରିୟା ଶାସ୍ତ୍ରସମ୍ମତ ବିଧି ଅନୁସାରେ ନହେଲେ ଏହାର କୁପ୍ରଭାବ ପଡିବ ବୋଲି ମଧ୍ୟ ବୋଲି ସ୍ବାମୀଜୀ କହିଛନ୍ତି ।

  • #WATCH | West Bengal: Puri Shankaracharya Nischalananda Saraswati says, "There are no differences between the four Shankaracharyas over Ram Temple, it's false..." pic.twitter.com/eJV0AJiRhU

    — ANI (@ANI) January 13, 2024 " class="align-text-top noRightClick twitterSection" data=" ">

ନିକଟରେ ସେ ମଧ୍ୟ ପ୍ରଦେଶ ରତଲାମରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ସେ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ରଖି ଏହି କ୍ଷୋଭ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ବିଗ୍ରହ ସ୍ପଷ୍ଟ କରି ଏହାର ସ୍ଥାପନା କରିବେ, ସେ କ’ଣ କାର୍ଯ୍ୟକ୍ରମରେ କରତାଳି ମାରିବେ ବୋଲି କହିଥିଲେ ଗୁରୁଜୀ । ପ୍ରଭୁ ଶ୍ରୀରାମଙ୍କର ପ୍ରାଣପ୍ରତିଷ୍ଠା ପ୍ରକ୍ରିୟା ସମ୍ପୂର୍ଣ୍ଣ ଶାସ୍ତ୍ର ସମ୍ମତ ବିଧି ଦ୍ବାରା ହେବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବିଗ୍ରହ ସ୍ପର୍ଶ କରାଯିବା ସମ୍ପୂର୍ଣ୍ଣ ଅନୁଚିତ । ତାଙ୍କ ପଦର କିଛି ଗରିମା ରହିଛି । ତେଣୁ ସେ ଏହି ବ୍ୟତିକ୍ରମର ସାକ୍ଷୀ ହୋଇପାରିବେ ନାହିଁ । ତେଣୁ ସେ କାର୍ଯ୍ୟକ୍ରମକୁ ଯାଉନାହାନ୍ତି ବୋଲି କହିଥିଲେ । ତାଙ୍କୁ ମାତ୍ର ଜଣେ ସହଯୋଗୀଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ମାତ୍ର ସେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଅଯୋଧ୍ୟା ଯାଉନାହାନ୍ତି ବୋଲି ସ୍ପଷ୍ଟ କରିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଧର୍ମ ନିରପେକ୍ଷ ନଥିଲେ ପ୍ରଭୁ ଶ୍ରୀରାମ: ଶଙ୍କରାଚାର୍ଯ୍ୟ

ଏଠାରେ ସୂଚନାଯୋଗ୍ୟ ଯେ, ଭାରତର 4 ଦିଗରେ ଥିବା ସନାତନ ଧର୍ମର 4 ଆଦିପୀଠ ପୁରୀ, ଦ୍ବାରକା, ରାମେଶ୍ବରମ ଓ ବଦ୍ରିନାଥର ମଠାଧୀଶ ତଥା 4 ଶଙ୍କରାଚାର୍ଯ୍ୟଙ୍କର ସନାତନ ଧର୍ମରେ ସର୍ବୋଚ୍ଚ ସମ୍ମାନ ରହିଛି । କୌଣସି ଧାର୍ମିକ ପ୍ରସଙ୍ଗରେ ସଙ୍କଟ କିମ୍ବା ଦ୍ବନ୍ଦ୍ବ ସୃଷ୍ଟି ହେଲେ ଏହି ଶଙ୍କରାଚାର୍ଯ୍ୟମାନଙ୍କ ରାୟ ହିଁ ନିର୍ଣ୍ଣାୟକ ହୋଇଥାଏ । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଏହି ରାମ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗରେ ଏପରି ନିଷ୍ପତ୍ତି ସମ୍ପର୍କରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.