ETV Bharat / bharat

60 ଫୁଟ ବୋରଓ୍ବେଲ ଭତରକୁ ଖସି ପଡ଼ିଲେ କର୍ମଚାରୀ, ଚାଲିଛି ଉଦ୍ଧାର କାର୍ଯ୍ୟ

author img

By

Published : Aug 13, 2023, 7:52 PM IST

Updated : Aug 13, 2023, 10:12 PM IST

60 ଫୁଟ ଗଭୀର ବୋରଓ୍ବେଲ ଭତରକୁ ଗଳି ପଡ଼ିଲେ କର୍ମଚାରୀ । ମାଟି ଅତଡ଼ା ଖସି ପଡ଼ିବାରୁ ବୋରଓ୍ବେଲ ଭତରକୁ ଖସି ପଡ଼ିଲେ । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢ଼ନ୍ତୁ

ବୋରଓ୍ବେଲ ଭିତରେ ଫସିଗଲେ ଶ୍ରମିକ
ବୋରଓ୍ବେଲ ଭିତରେ ଫସିଗଲେ ଶ୍ରମିକ

ଚଣ୍ଡିଗଡ଼: ପିଲାର୍‌ ନିର୍ମାଣ କାମ ଚାଲିଥିବା ବେଳେ ଘଟିଲା ଅଘଟଣ । ବୋରଓ୍ବେଲ ଭିତରେ ଫସିଗଲେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ । 60 ଫୁଟ ଗଭୀର ବୋରଓ୍ବେଲ ଭତରକୁ ଗଳି ପଡ଼ିଲେ କର୍ମଚାରୀ । ପଞ୍ଜାବ ଜଳନ୍ଧରପୁରର କର୍ତାରପୁର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଯେଉଁଠାରେ ଦିଲ୍ଲୀ-କତ୍ରା ଏକ୍ସପ୍ରେସଓ୍ବେର ପ୍ରକଳ୍ପ କାମ ଚାଲିଥିବା ବେଳେ ମାଟି ଅତଡ଼ା ଖସି ପଡ଼ିବାରୁ କର୍ମଚାରୀ ଜଣଙ୍କ 60 ଫୁଟ ବୋରଓ୍ବେଲ ଭତରକୁ ଖସି ପଡ଼ିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ 10ଟା ସମୟରେ କପୁରଥାଲା-କର୍ତାରୱପୁୱର ଷ୍ଟ୍ରେଚ୍‌ ଏକ୍ସପ୍ରେସ୍‌ଓ୍ବେ ପ୍ରକଳ୍ପର ଏକ ପିଲର୍‌ ନିର୍ମାଣ କରିବା ପାଇଁ ଏକ ବୋରଓ୍ବେଲ ଖୋଳା ଯାଉଥିଲା । ଏହି ସମୟରେ ବୋରଓ୍ବେଲ ଖୋଳୁଥିବା ମେସିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ମେସିନ୍‌ରେ ଦେଖାଦେଇଥିବା ତ୍ରୁଟିକୁ ମରାମତି କରିବା ପାଇଁ ଦୁଇଜଣ କର୍ମଚାରୀ ତଳକୁ ଓହ୍ଲାଇଥିଲେ । ତେବେ ମେସିନକୁ ମରାମତି କରୁଥିବା ବେଳେ ହଠାତ ସେମାନଙ୍କ ଉପରେ ମାଟି ଅତଡା଼ ଖସିପଡ଼ିଥିଲା । ଏଥିରୁ ଜଣେ କର୍ମଚାରୀ କୌଣସି ପ୍ରକାରେ ବାହାରକୁ ଆସିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ କର୍ମଚାରୀ ଜଣକ ଖୋଳା ଯାଇଥିବା 60 ଫୁଟ ଗଭୀର ଗାତ ଭିତରକୁ ଖସି ପଡ଼ିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Vidisha Borewell case: ଉଦ୍ଧାର ଅପରେସନ ଶେଷ, ହସ୍ପିଟାଲରେ ଭର୍ତ୍ତି ହେଲା ଶିଶୁକନ୍ୟା

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏକ୍ସପ୍ରେସଓ୍ବେ ପ୍ରକଳ୍ପ କାର୍ଯ୍ୟରେ କର୍ମଚାରୀ ଜଣଙ୍କୁ ଜାତୀୟ ରାଜପଥ ଅଥୋରିଟି ଠିକାଦାର (ଏନଏଚ଼ଏଆଇ) ନିୟୋଜିତ କରିଥିଲେ । NHAIର ସୂଚନା ଅନୁସାରେ, ବୋରଓ୍ବେଲ୍‌ ଭତରେ ଫସି ରହିଥିବା କର୍ମଚାରୀଙ୍କୁ କ୍ରମାଗତ ଭାବରେ ଅକ୍ସିଜେନ୍‌ ପଠା ଯାଉଛି । ଏହାସହ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ସମ୍ପୁର୍ଣ୍ଣ ଚେଷ୍ଟା କରୁଛନ୍ତି ।

ଘଟଣା ସମ୍ପର୍କରେ ଶୁଣିବା ପରେ ପଞ୍ଜାବର କ୍ୟାବିନେଟ୍‌ ମନ୍ତ୍ରୀ ବଲକାର ସିଂ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସିଂ ଉଦ୍ଧାରକାରୀ ଦଳର କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ସେହିପରି ପ୍ରଶାସନର ଜଣେ ଅଧିକାରୀଙ୍କ କହିବା ମୁତାବକ, ଉଦ୍ଧାରକାରୀ ଦଳର ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାସହ ଖବର ଲେଖା ଯିବା ସୁଦ୍ଧା ବୋରଓ୍ବେଲ ଭିତରୁ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ତେବେ ଲଗାତାର ବର୍ଷା କାରଣରୁ ମାଟି ହାଲୁକା ହୋଇ ଭୁସୁଡ଼ି ପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 13, 2023, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.