ETV Bharat / bharat

Moose Wala Murder Case: ୭ ଦିନିଆ ରିମାଣ୍ଡରେ ଲରେନ୍ସ ବିଷ୍ଣୋଇ

author img

By

Published : Jun 15, 2022, 11:15 AM IST

ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲା । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

Moose Wala murder case: ୭ ଦିନିଆ ରିମାଣ୍ଡରେ ଯିବେ ଲରେନ୍ସ ବିଷ୍ଣୋଇ

ଚଣ୍ଡିଗଡ: ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲା । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଗତକାଲି(ମଙ୍ଗଳବାର) ପଞ୍ଜାବ ପୋଲିସର ଆବେଦନ ଅନୁସାରେ ଲରେନ୍ସ ବିଷ୍ଣୋଇକୁ ଗିରଫ କରିବା ପାଇଁ ଅନୁମତି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।

ବିଷ୍ଣୋଇକୁ ଆଜି(ବୁଧବାର)ମାନସା ସିଜେଏମ୍‌ଙ୍କ ଆଗରେ ହାଜର କରାଯିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଅନୁସାରେ, ପଞ୍ଜାବ ପୋଲିସର ଚାରୋଟି ଟିମ୍ ବିଷ୍ଣୋଇକୁ ପଚରାଉଚରା କରିବେ । ଯେଉଁଥିରେ ଏକ ଦଳ ବିଷ୍ଣୋଇକୁ ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ବିଷୟରେ ଲରେନ୍ସ ବିଷ୍ଣୁଙ୍କୁ ପଚରାଉଚରା କରିବ । ଦ୍ୱିତୀୟଟି ଆଣ୍ଟି-ଗ୍ୟାଙ୍ଗଷ୍ଟର ଷ୍ଟକ୍ ଫୋର୍ସର ମୁଖ୍ୟଙ୍କ ନେତୃତ୍ୱରେ ପ୍ରଶ୍ନ କରାଯିବ। ବଥିଣ୍ଡାର ଆଇଜି ରେଞ୍ଜଙ୍କ ନେତୃତ୍ୱରେ ତୃତୀୟ ଦଳ ଗଠନ କରାଯାଇଛି । ଭିଜିଲାନ୍ସ ବ୍ୟୁରୋର ବରିଷ୍ଠ ଅଧିକାରୀମାନେ ମଧ୍ୟ ଲରେନ୍ସକୁ ପଚରାଉଚରା କରିବେ । ଗଠନ ହୋଇଥିବା ଏହି ୪ଟି ଟିମ ଲରେନ୍ସକୁ ପ୍ରାୟ ୩୫୦ଟି ପ୍ରଶ୍ନ କରିବା ନେଇ ସୂଚନା ରହିଛି ।

ପିଟିଆଲା ହାଉସ କୋର୍ଟର ଡ୍ୟୁଟି ମାଜିଷ୍ଟ୍ରେଟଙ୍କୁ ପଞ୍ଜାବ ସରକାର କହିଛନ୍ତି ଯେ “ଲରେନ୍ସଙ୍କୁ ଦିଲ୍ଲୀରୁ ପଞ୍ଜାବ ନେବା ପାଇଁ ୫୦ ଜଣ ପୋଲିସ୍ କର୍ମଚାରୀ ରହିବେ । ଦୁଇଟି ବୁଲେଟ ପ୍ରୁଫ ଗାଡି ସହ ୧୨ଟି ଅତିରିକ୍ତ ଗାଡ଼ି ଏକା ସାଙ୍ଗରେ ଯିବେ । ଯେଉଁ ରାସ୍ତାରେ ଗାଡ଼ି ଗୁଡ଼ିକ ଯିବ, ତା’ର ଭିଡିଓ ଗ୍ରାଫି କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.