ETV Bharat / bharat

Moosewala Murder Case: ପଞ୍ଜାବ ପୋଲିସ ପଞ୍ଝାରେ ଆଉ ଜଣେ ଗ୍ୟାଙ୍ଗଷ୍ଟାର

author img

By

Published : Jun 30, 2022, 6:59 AM IST

ଜଣାଶୁଣା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ବା ଗ୍ୟାଙ୍ଗ୍‌ଷ୍ଟାରକୁ ଗିରଫ କରିଛି ପଞ୍ଜାବ ପୋଲିସ । ଜଗଦୀପ ଭଗବାନପୁରିଆ ନାମକ ଏହି ଅଭଯୁକ୍ତ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ପୋଲିସ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

Sidhu Moose Wala murder case: ଆଉଜଣେ ଗ୍ୟାଙ୍ଗଷ୍ଟାର୍‌କୁ ଗିରଫ କଲା ପଞ୍ଜାବ ପୋଲିସ

ନୂଆଦିଲ୍ଲୀ: ଜଣାଶୁଣା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ବା ଗ୍ୟାଙ୍ଗ୍‌ଷ୍ଟାରକୁ ଗିରଫ କରିଛି ପଞ୍ଜାବ ପୋଲିସ । ଜଗଦୀପ ଭଗବାନପୁରିଆ ନାମକ ଏହି ଅଭଯୁକ୍ତ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ପୋଲିସ ସୂଚନା ଦେଇଛି । ଦିଲ୍ଲୀରୁ ତାକୁ ଗିରଫ କରିବା ପରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରାଇଥିଲା ପଞ୍ଜାବ ପୋଲିସ ।

ଦିଲ୍ଲୀ ପଟିଆଲା ହାଉସ କୋର୍ଟ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଜଗଦୀପ ଭଗବାନପୁରିଆକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ପଞ୍ଜାବ ପୋଲିସକୁ ଅନୁମତି ଦେଇଛନ୍ତି । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସହ ଭଗବାନପୁରିଆର ସମ୍ପର୍କ ଥିବା କୁହାଯାଉଛି । ତା ସହିତ ୨୦୨୧ ଅଗଷ୍ଟ ମାସ ଅମୃତସରରେ ହୋଇଥିବା କୋଢୋୱାଲିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।

ମେ ମାସ ୨୯ ତାରିଖରେ ଜଣାଶୁଣା ଜଣାଶୁଣା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ଗାଁ ଜୱାହାରକେରେ ହତ୍ୟା କରିଥିଲେ ଗ୍ୟାଙ୍ଗଷ୍ଟାର । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସହ ଅନେକ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ବୁଧବାର ଏହି କ୍ରମରେ ଜଗଦୀପ ଭଗବାନପୁରିଆକୁ ଗିରଫ କରାଯାଇଛି । ଭଗବାନପୁରିଆକୁ ନେଇ ସମସ୍ତ ଶୁଣାଣି ଏଣିକି ମାନସା କୋର୍ଟରେ ହେବ । ଏହାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.