ETV Bharat / bharat

ପଞ୍ଜାବରେ ସରପଞ୍ଚ ପାଇଁ ଆଶାୟୀଙ୍କ ମେଳି: 30 ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇଲେ ଯୁବକ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Aug 27, 2023, 7:58 AM IST

ପଞ୍ଜାବ ପାଖାପାଖି 13 ହଜାର 241ଗ୍ରାମ ପଞ୍ଚାୟତର ମିଶ୍ରଣ କରିଛନ୍ତି ପଞ୍ଜାବ ସରକାର । ସହମତି ଭିତ୍ତିରେ ସରପଞ୍ଚ ପାଇଁ ଅନେକ ଆଶାୟୀ ଥିବାବେଳେ ଜଣେ ଯୁବକ ପଞ୍ଚାୟତର ଉନ୍ନତି ପାଇଁ 30 ଲକ୍ଷ ଖର୍ଚ୍ଚ କରିବା ନେଇ କହୁଥିବା ଭିଡିଓ ଭାଇରାଲ ହୋଇଛି ।

ପଞ୍ଜାବରେ ସରପଞ୍ଚ ପାଇଁ ଆଶାୟୀଙ୍କ ମେଳି
ପଞ୍ଜାବରେ ସରପଞ୍ଚ ପାଇଁ ଆଶାୟୀଙ୍କ ମେଳି

ଚଣ୍ଡିଗଡ଼: ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତିରେ ହଟଚମଟ । ପଞ୍ଚାୟତ ନିର୍ବାଚନ ହେବା ପୂର୍ବରୁ ରାଜ୍ୟରେ ଭାଙ୍ଗିଲା ପଞ୍ଚାୟତ । ରାଜ୍ୟର ପାଖାପାଖି 13 ହଜାର 241ଗ୍ରାମ ପଞ୍ଚାୟତର ମିଶ୍ରଣ କରିଛନ୍ତି ପଞ୍ଜାବ ସରକାର । ଆସନ୍ତା ବର୍ଷ ଶେଷ ସୁଦ୍ଧା ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନ ଭିନ୍ନ ମୋଡ଼ ନେଇଛି ପଞ୍ଜାବ ରାଜନୀତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ଘୋଷଣା କରିଛନ୍ତି, "ଚଳିତ ବର୍ଷ ସହମତି ଭିତ୍ତିରେ ଲୋକେ ଚୟନ କରିପାରିବେ ସରପଞ୍ଚ । ଯେଉଁ ଗ୍ରାମାଞ୍ଚଳରେ ଏହି ନିୟମ ମୁତାବକ ସରକାର ଗଠନ ହେବ, ସେଠାରେ ବିକାଶ କାର୍ଯ୍ୟ ପାଇଁ 5 ଲକ୍ଷ ଟଙ୍କାର ଏକ ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରିବେ ରାଜ୍ୟ ସରକାର । 'ମୁଖ୍ୟମନ୍ତ୍ରୀ ପିଣ୍ଡ ଏକତା ସମ୍ମାନ' ଅଧୀନରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

ସେପଟେ ସରକାରଙ୍କ ଏଭଳି ଘୋଷଣା ପରେ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ଆଲୋଚନା ଓ ପର୍ଯ୍ୟାଲୋଚନା । ବଥିଣ୍ଡାର କୋଟଭରା ଗାଁରେ ସର୍ବ ସମିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯେଉଁଠାରେ ସରପଞ୍ଚ ଆସନ ପାଇଁ 30 ଲକ୍ଷ ଟଙ୍କା ଜନତାଙ୍କ ପାଇଁ ଖର୍ଚ୍ଚ କରିବେ ବୋଲି ଜଣେ ଯୁବକ ଘୋଷଣା କରିଥିବା ନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ କୋଟବରାର ମନପ୍ରୀତ ସିଂ ନାମକ ଜଣେ ବ୍ୟକ୍ତି 30 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ଘୋଷଣା କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ସର୍ବ ସମିତି ସମ୍ପର୍କରେ ବଥିଣ୍ଡାର କୋଟବରା ଗ୍ରାମରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗ୍ରାମର ବିକାଶ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ସରପଞ୍ଚଙ୍କ ଆସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ରସ୍ତାବ ଦିଆଯାଇଥିଲା । ଏହି ସମାବେଶରେ ସରପଞ୍ଚ ହେଲେ 30 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନେଇ ଘୋଷଣା କରିଛନ୍ତି କୋଟବରା ନିବାସୀ ମନପ୍ରୀତ ସିଂ । ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି । ଅପରପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ କେତେକ ଲୋକେ ସମର୍ଥନ କରୁଥିବାବେଳେ ଆଉ କିଛି ଲୋକେ ବିରୋଧ ମଧ୍ୟ କରୁଛନ୍ତି ।

ଏହା ବି ପଢନ୍ତୁ...ରାଜ୍ୟପାଳଙ୍କ ରାଷ୍ଟ୍ରପତି ଶାସନ ଚେତାବନୀ: ଜବାବ ଦେଲେ ମୁଖ୍ୟମନ୍ତ୍ରୀ ମାନ

ସୂଚନା ଅନୁସାରେ, ପଞ୍ଜାବରେ 13 ହଜାର 241 ଗ୍ରାମ ପଞ୍ଚାୟତ, 153ଟି ପଞ୍ଚାୟତ ସମିତି ଏବଂ 23ଟି ଜିଲ୍ଲା ପରିଷଦ ଅଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟପାଳଙ୍କୁ ଗ୍ରାମୀଣ ବିକାଶ ନିର୍ଦ୍ଦେଶକ ଏବଂ ସହ-ସ୍ୱତନ୍ତ୍ର ସଚିବ ଜୁନିୟର ଇଞ୍ଜିନିୟର, ସାମାଜିକ ଶିକ୍ଷା ଏବଂ ପଞ୍ଚାୟତ ଅଧିକାରୀଙ୍କୁ ଗ୍ରାମ ଉନ୍ନୟନ ଅଧିକାରୀ ଏବଂ ପଞ୍ଚାୟତ ଅଧିକାରୀଙ୍କୁ ଅନୁମତି ଦିଆଯାଇଛି ।

2024 ଲୋକସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ରାଜ୍ୟର 4ଟି ପ୍ରମୁଖ ରାଜନୈତିକ ଦଳ ପାଇଁ ଲିଟମସ୍ ଟେଷ୍ଟ ହେବ । ଶାସକ ଆପ୍ ଗ୍ରାମାଞ୍ଚଳରେ ନିଜର ଲୋକପ୍ରିୟତା ପରୀକ୍ଷା କରିବ । ସେହିପରି ନିଜର ସତ୍ତା ଫେରି ପାଇବାକୁ କଂଗ୍ରେସ ଚେଷ୍ଟା କରିବ । ଏହାସହ ଅକାଳୀ ଦଳ ଓ ବିଜେପି ମଧ୍ୟ ପଞ୍ଜାବରେ ନିଜ ସ୍ଥିତି ଜାଣିପାରିବେ । ସେ କହିଥିଲେ 30 ଲକ୍ଷ ଟଙ୍କା ଖର୍ଚ୍ଚ ପଛର ଉଦ୍ଦେଶ୍ୟ ହେଉଛି କେବଳ ଗ୍ରାମର ବିକାଶ କରିବା । ସେ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ କରିବା ସହ ଗ୍ରାମର ଗରିବ ଶ୍ରେଣୀର ପୁଅମାନଙ୍କ ବିବାହ କରାଇବେ । ଏହାସହ ଚାଷୀଙ୍କ ସମସ୍ୟା ଦୂର କରିବା ଦିଗରେ ମଧ୍ୟ ଦୃଷ୍ଟି ଦେବେ । ଏହାସହ ଡ୍ରେନ ନିର୍ମାଣ, ରାସ୍ତା ନିର୍ମାଣ ଆଦି କରିବା ଦିଗରେ ଗୁରୁତ୍ବ ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.