ଚଣ୍ଡୀଗଡ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସମୀକ୍ଷା କରିଥିଲେ । ଭର୍ଚୁଆଲ ମୋଡ୍ରେ ବୈଠକ କରାଯାଇଥିଲା । ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି(Charanjit Singh Channi) ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚନ୍ନି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ପ୍ରସଙ୍ଗ(PM Security Breach)ରେ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଏକ ସାଏରୀ ଗାଇ ମୋଦିଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ(Punjab CM expresses regret over PM security lapse through shayari) ।
ଚନ୍ନି ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଆପଣ ପଞ୍ଜାବ ଆସିଥିଲେ । ଗସ୍ତ ସମୟରେ ଯାହା କିଛି ଘଟିଲା ସେଥିପାଇଁ ମୁଁ ଦୁଃଖିତ । ମୁଁ ଆପଣଙ୍କ ପାଇଁ ଏକ ସାୟରୀ ଆବୃତ୍ତି କରିବାକୁ ଚାହୁଁଛି, 'ତୁମ୍ ସଲାମତ୍ ରହୋ କୟାମତ୍ ତକ, ଔର୍ ଖୁଦା କରେ କି କୟାମତ୍ ନା ହୋ'(Tum salamat raho qayamat tak, aur khuda kare ki kayamat naa ho) ।
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ପଞ୍ଜାବର ଫିରୋଜପୁର ଗସ୍ତରେ ବାହାରିଥିଲେ । ଯିବା ବାଟରେ କୃଷକମାନଙ୍କ ଆନ୍ଦୋଳନ ଚାଲିଥିଲା । ଫଳରେ ମୋଦିଙ୍କ କାରକେଡ୍ ଏକ ଫ୍ଲାଏଓଭର ଉପରେ ୨୦ ମିନିଟ ଯାଏଁ ଫସି ରହିଥିଲା । ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏଭଳି ବଡ ଧରଣରେ ଅବହେଳା ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଜେପି ସରକାରର ଟାର୍ଗେଟ ଆସିଥିଲେ ପଞ୍ଜାବ ସରକାର । କଂଗ୍ରେସ ଜାଣିଶୁଣି ମୋଦିଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ଅଭିଯୋଗ କରିଥିଲେ ଶାସକ ନେତା ।