ETV Bharat / bharat

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ - କଂଗ୍ରେସ ଛାଡିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ବିଧାନସଭା ନିର୍ବାଚନରେ ପରାଜିତ ହେବାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ । ଅଧିକ ପଢନ୍ତୁ

ହାତ ଛାଡିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ

author img

By

Published : Mar 11, 2022, 2:44 PM IST

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚରଣଜିତ ସିଂହ ଚନ୍ନୀ । ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ଆଜି ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବର ୨ଟି ଆସନ ଚମକୌର ସାହିବ ଏବଂ ଭଦୌର ଆସନରୁ ଲଢ଼ିଥିଲେ ଚନ୍ନି । କିନ୍ତୁ ଗୋଟିଏ ଆସନରେ ବି ସେ ଜିତି ପାରିନଥିଲେ । ସେ ଆପ୍‌ର ଡକ୍ଟର ଚରଣଜିତ ସିଂହଙ୍କ ଠାରୁ ପରାଜିତ ହୋଇଛନ୍ତି । ଚନ୍ନୀଙ୍କୁ ୬୨ ହଜାର ୧୪୮ ଭୋଟ ମିଳିଥିବା ବେଳେ ଆପ୍‌ର ଡକ୍ଟର ଚରଣଜିତ ସିଂହଙ୍କୁ ୬୯ ହଜାର ୯୮୧ ଭୋଟ ମିଳିଥିଲା ।

ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିବା ବେଳେ ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରେ କେବଳ ୧୮ଟି ସିଟରେ ଦଳ ବିଜୟୀ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.