ETV Bharat / bharat

ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

author img

By

Published : May 19, 2022, 6:26 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ସୀମା ସୁରକ୍ଷା ସହ ଅନ୍ୟ ପ୍ରସଙ୍ଗରେ ହେଲା ଆଲୋଚନା । ଅଧିକ ପଢନ୍ତୁ

ଶାହଙ୍କୁ ଭେଟିଲେ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ଆଜି ମୁଖ୍ୟମନ୍ତ୍ରୀ ମାନ ଦିଲ୍ଲୀ ଗସ୍ତରେ ଆସି ଅମିତ ଶାହଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସୀମା ଓ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ସମେତ ଅନ୍ୟ କିଛି ପ୍ରସଙ୍ଗରେ ଉଭୟ ଆଲୋଚନା କରିଛନ୍ତି । ସେହିପରି ପଞ୍ଜାବରେ ଜାରି ରହିଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି ।

  • I met Union Home Minister Amit Shah and discussed several matters including issues of national security & technology infrastructure to enhance border management services. 10 more companies of Security Forces will be provided by the Centre: Punjab CM Bhagwant Mann pic.twitter.com/45MNqZGrQO

    — ANI (@ANI) May 19, 2022 " class="align-text-top noRightClick twitterSection" data=" ">

ସାକ୍ଷାତକାର ପରେ ଗଣମାଧ୍ୟମକୁ ସୂଚନା ଦେଇ ମାନ କହିଛନ୍ତି, ପଞ୍ଜାବ ଏକ ସୀମାନ୍ତ ରାଜ୍ୟ ହୋଇଥିବା ବେଳେ ଏହାର ସୁରକ୍ଷା ପ୍ରାଥମିକ ପ୍ରସଙ୍ଗ । ତେଣୁ ସୀମା ସୁରକ୍ଷା ପ୍ରସଙ୍ଗ ସହ ସୁରକ୍ଷା ଭିତ୍ତିଭୂମି ସୁଦୃଢୀକରଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । ସେହିପରି ପଞ୍ଜାବରେ ଆଉ ଅତିରିକ୍ତ 10 କମ୍ପାନୀ ସୁରକ୍ଷା ବଳ ମୁତୟନ କରିବା ପାଇଁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଥିବା ମଧ୍ୟ ମାନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.