ETV Bharat / bharat

ଆଜି କୋର୍ଟରେ ହାଜର ହେବେ ଡ୍ରଗ୍ସ ପାର୍ଟି ମାମଲାର NCB ସାକ୍ଷୀ କିରଣ ଗୋସାଭି - ହେପାଜତରେ କିରଣ ଗୋସାଭି

ନ୍ୟାୟିକ ହେପାଜତକୁ ଗଲେ ଗିରଫ ହୋଇଥିବା କ୍ରୁଜ ଡ୍ରଗ୍ସ ପାର୍ଟି ମାମଲରା ଏନସିବି ସାକ୍ଷୀ କିରଣ ଗୋସାଭି । ଅଧିକ ପଢନ୍ତୁ...

ଆଜି କୋର୍ଟରେ ହାଜର ହେଲେ ଡ୍ରଗ୍ସ ପାର୍ଟି NCB ସାକ୍ଷୀ କିରଣ ଗୋସାଭି

author img

By

Published : Nov 11, 2021, 8:39 AM IST

ମୁମ୍ବାଇ: ନ୍ୟାୟିକ ହେପାଜତକୁ ଗଲେ ଗିରଫ ହୋଇଥିବା କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଏନସିବି ସାକ୍ଷୀ କିରଣ ଗୋସାଭି । ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏକ ଠକେଇ ମାମଲାରେ ଗିରଫ ହୋଇ ହାଜତରେ ଥିଲେ । ବୁଧବାର ପୁଣେ ନଗରର ଲସ୍କର ପୋଲିସ ଗୋସାଭିଙ୍କୁ ନ୍ୟାୟିକ ହେପାଜତକୁ ନେଇଛି ।

ଏହି ମାମଲାର ତଦନ୍ତ କରୁଥିବା ଲସ୍କର ପୋଲିସ ଷ୍ଟେସନରେ ଜଣେ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, 'ପୋଲିସ ଗୋସାଭିଙ୍କୁ ହେପାଜତକୁ ନେଇଛି । ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ । ସେ ବର୍ତ୍ତମାନ ରିମାଣ୍ଡରେ ଅଛନ୍ତି ।'

ଏହାପୂର୍ବରୁ ମଙ୍ଗଳବାର ଫରାସଖାନା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଠକେଇ ମାମଲାରେ ଗୋସାଭିଙ୍କୁ ପୁଣେ କୋର୍ଟ ଜୁଡିସିଆଲ ହେପାଜତକୁ ପଠାଇଥିଲେ । ଅକ୍ଟୋବର 28ରେ, ଗୋସାଭି ପୁଣେ ନଗର ପୋଲିସ ଦ୍ବାରା 2018 ମସିହାରେ 18 ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିଲା । ସେ ମାଲେସିଆରେ ଚାକିରି କରାଇଦେବାକୁ କହି ଜଣେ ଯୁବକଙ୍କ ଠାରୁ ଠକେଇ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ସୁନୀଲ ଦେଶମୁଖ ଗୋସାଭିଙ୍କ ବିରୋଧରେ 2018ରେ ଏକ ଅଭିଯୋଗ ଦାଖଲ କରିଥିଲେ ଏବଂ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.