ETV Bharat / bharat

Pulwama Anniversary: 19 ଆତଙ୍କୀ ମଧ୍ୟରୁ 8 ନିପାତ, 7 ଗିରଫ, ପାକିସ୍ତାନରେ ଲୁଚିଛନ୍ତି 4

author img

By

Published : Feb 14, 2023, 4:48 PM IST

ପୁଲଓ୍ବାମା ଆକ୍ରମଣକୁ 4 ବର୍ଷ । 19 ଆକ୍ରମଣକାରୀ ଆତଙ୍କୀଙ୍କ ମଧ୍ୟରୁ 8 ନିପାତ, 7 ଗିରଫ । ଏବେବି ପାକିସ୍ତାନରେ ଲୁଚିଛନ୍ତି 4 ଆତଙ୍କବାଦୀ । ଅଧିକ ପଢନ୍ତୁ

ପୁଲଓ୍ବାମା ଆକ୍ରମଣକୁ 4 ବର୍ଷ
ପୁଲଓ୍ବାମା ଆକ୍ରମଣକୁ 4 ବର୍ଷ

ଶ୍ରୀନଗର: ଆଜି ପୁଲଓ୍ବାମା ଆକ୍ରମଣକୁ ପୁରିଛି 4 ବର୍ଷ । 2019 ମସିହା ଆଜିର ଦିନରେ ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ 42 କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ଯବାନ ଶହୀଦ ହୋଇଥିଲେ । ଏହି ଆକ୍ରମଣର ବ୍ଲୁପ୍ରିଣ୍ଟ ପାକିସ୍ତାନରୁ ହୋଇଥିଲା । ଏଥିରେ ସାମିଲ ଥିଲେ 19 ଆତଙ୍କବାଦୀ । ସେମାନଙ୍କ ମଧ୍ୟରୁ ବିଭିନ୍ନ ଅପରେସନରେ 8 ଜଣକୁ ସଫା କରିସାରିଲାଣି ଭରତୀୟ ସୁରକ୍ଷା ବଳ । ଅନ୍ୟ 7 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ହେଲେ ଏବେ ମଧ୍ୟ 4 ଆତଙ୍କବାଦୀ ପାକିସ୍ତାନରେ ଆତ୍ମଗୋପନ କରିଛନ୍ତି । ସେମାନଙ୍କ ମଧ୍ୟରୁ 3 ଜଣ ପାକିସ୍ତାନୀ ଆତଙ୍କୀ ରହିଛନ୍ତି । ସମସ୍ତ ଆତଙ୍କବାଦୀ ଏବେ ପାକିସ୍ତାନରେ ଆତ୍ମଗୋପନ କରିଥିବା ସୂଚନା ଦେଇଛନ୍ତି କାଶ୍ମୀର ଜୋନ ଏଡିଜିପି ବିଜୟ କୁମାର ।

ଆଜି ଘଟଣାର ଚତୁର୍ଥ ବାର୍ଷିକୀ ଅବସରରେ ଏଡିଜିପି ବିଜୟ କୁମାର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଆକ୍ରମଣରେ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ଜୈସ-ଏ- ମହମ୍ମଦ (ଜେଏଏମ)ର ଭୂମିକା ଥିଲା । 19 ଆତଙ୍କବାଦୀଙ୍କୁ ଚିହ୍ନଟ ମଧ୍ୟ କରଯାଇଥିଲା । ବିଭିନ୍ନ ଆତଙ୍କୀ ନିରୋଧି ଅପରେସରେ ସେମନଙ୍କ ମଧ୍ୟର 8 ଜଣଙ୍କୁ ନିପାତ କରାଯାଇସାରିଲାଣି । ଅନ୍ୟ 7ଜଣ ମଧ୍ୟ ଗିରଫ ହୋଇଛନ୍ତି । 3 ପାକିସ୍ତାନୀ ଆତଙ୍କୀଙ୍କ ସମେତ ଅବଶିଷ୍ଟ 4 ଆତଙ୍କୀ ଏବେ ପାକିସ୍ତାନରେ ଲୁଚିଛନ୍ତି । ସେହିପରି ବର୍ତ୍ତମାନ ଜେଏଏମର 7 ରୁ 8 ସ୍ଥାନୀୟ ଓ 5 ରୁ 6 ପାକିସ୍ତାନୀ ଆତଙ୍କୀ ଘାଟିରେ ସକ୍ରିୟ ରହିଛନ୍ତି । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ନିପାତ କରାଯିବାରେ ସଫଳତା ମିଳିବା ନେଇ ଏଡିଜିପି ମତ ଦେଇଥିଲ ।

ପୋଲିସ ଓ କେନ୍ଦ୍ରୀୟ ଫୋର୍ସ କେବଳ ଆତଙ୍କବାଦୀ ନିରୋଧୀ ଅପରେସନ ଜାରି ରଖିନାହାନ୍ତି ବରଂ ଆତଙ୍କୀ ପାଣ୍ଠି ଯୋଗାଡ ଓ ଆତଙ୍କୀ ମଡ୍ୟୁଲକୁ ଧ୍ବଂସ କରିବା କାମ ଜାରି ରଖିଛନ୍ତି । ନିକଟରେ ଦୁଇଟି ସ୍ଥାନରେ 41 ଲକ୍ଷ ଓ 26 ଲକ୍ଷ ଟଙ୍କାର ସଂଗ୍ରହ ହୋଇଥିବା ଆତଙ୍କୀ ପାଣ୍ଠିକୁ ଜବତ କରିବାରେ ସୁରକ୍ଷାବଳ ସଫଳ ହୋଇଛି । ଆତଙ୍କବାଦୀ ସଂଗଠନ ପାଇଁ ପ୍ରଚ୍ଛନ୍ନ ସହଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ସଂଖ୍ୟା ଗତବର୍ଷ ଅକ୍ଟୋବରେ 16 ଶହ ଥିଲା ବେଳେ ଏବେ ଏହା 950କୁ ହ୍ରାସ ପାଇଛି । ବିଭିନ୍ନ ଆତଙ୍କୀ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ 13 ଜଣଙ୍କୁ ଦୋଷୀ ମଧ୍ୟ ସାବ୍ୟସ୍ତ କରାଯାଇଛି । ସେହିପରି ଗୁଇନ୍ଦା ସୂଚନା ଅନୁସାରେ, ଏବେ ଘାଟିରେ ମାତ୍ର 37 ସ୍ଥାନୀୟ ଆତଙ୍କୀ ସକ୍ରିୟ ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ମୋଷ୍ଟ ଓ୍ବାଣ୍ଟେଡ ଫାରୁକ ନାଲି ଓ ରିଆଜ ଛତ୍ରି ମଧ୍ୟ ରହିଛନ୍ତି । ସେମାନଙ୍କୁ ଖୁବଶୀଘ୍ର ନିପାତ କରାଯିବା ନେଇ କହିଛନ୍ତି ଏଡିଜିପି ବିଜୟ ।

2019 ମସିହା ଆଜିର ଦିନରେ ପୁଲଓ୍ବାମାରେ ଏକ ଆତ୍ମଘାତୀ ବିସ୍ଫୋରଣରେ 42 ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ପାକିସ୍ତାନରୁ ସଞ୍ଚାଳିତ ହେଉଥିବା ଜେଏଏମ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏକ କାରରେ ବିପୁଳ ପରିମାଣର ଆରଡିଏକ୍ସ ଭର୍ତ୍ତି କରାଯାଇ ସିଆରପିଏଫ ଗାଡିକୁ ଧକ୍କା ଦେଇଥିଲେ ଆତଙ୍କୀ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏଥିରେ ଘଟଣାସ୍ଥଳରେ 40 ଯବାନ ଶହୀଦ ହୋଇଥିଲେ ଏବଂ ମେଡିକାଲରେ ଆଉ ଦୁଇ ଯବାନ ଆଖି ବୁଜିଥିଲେ । ସମଗ୍ର ଦେଶରେ ଏହାର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପାକିସ୍ତାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦେଶବ୍ୟାପୀ ଚାପ ସୃଷ୍ଟି ହୋଇଥିଲା । ପରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ବାଲାକୋଟରେ ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ ମଧ୍ୟ କରିଥିଲା । ଏଥିରେ ଶତାଧିକ ଆତଙ୍କୀ ନିପାତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.