ETV Bharat / bharat

ନବନିଯୁକ୍ତ ଉପରାଜ୍ୟପାଳଙ୍କୁ ଭେଟିଲେ ପୁ଼ଡୁଚେରୀ ମୁଖ୍ୟମନ୍ତ୍ରୀ - ପୁଡୁଚେରୀର ଉପ ରାଜ୍ୟପାଳ ଭାବେ

ନବନିଯୁକ୍ତ ଉପରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନଙ୍କୁ ସାକ୍ଷାତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ । ଅଧିକ ପଢନ୍ତୁ..

ନବନିଯୁକ୍ତ ଉପରାଜ୍ୟପାଳଙ୍କୁ ଭେଟିଲେ ପୁ଼ଡୁଚେରୀ ମୁଖ୍ୟମନ୍ତ୍ରୀ

author img

By

Published : Feb 17, 2021, 9:50 PM IST

ପୁଡୁଚେରୀ : ନବନିଯୁକ୍ତ ଉପରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ସାକ୍ଷାତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ । ତାମିଲସାଇ ପୁଡୁଚେରୀର ଉପ ରାଜ୍ୟପାଳ ଭାବେ ରାଜଭବନରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ସ୍ବାମୀ । ପୁଡୁଚେରୀର ରାଜ୍ୟପାଳଥିବା କିରଣ ବେଦୀଙ୍କୁ ପଦରୁ ହଟାଇବାର ମାତ୍ର ଗୋଟିଏ ଦିନ ପରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଉପରାଜ୍ୟପାଳ ଭାବେ ତାମିଲସାଇ ସୁନ୍ଦରରାଜନଙ୍କୁ ଦାୟିତ୍ବ ମିଳିଛି ।

ସେ ଆଜି ରାଜଭବନରେ ପହଞ୍ଚି ଆନୁଷ୍ଠାନିକ ଭାବେ ଅତିରିକ୍ତ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଭାବେ ଦାୟିତ୍ବରେ ଥିବାବେଳେ ତାଙ୍କୁ ଅତିରିକ୍ତ ଭାବେ ପୁଡୁଚେରୀର ଦାୟିତ୍ବରେ ମଧ୍ୟ ରହିବେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ରାତିରେ କିରଣ ବେଦୀଙ୍କୁ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ମୁକ୍ତ କରିଥିଲେ । ପରେ ସେଠାରେ ରାଜ୍ୟପାଳ ପଦକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ତେବେ ସ୍ଥାୟୀ ରାଜ୍ୟପାଳ ନିଯୁକ୍ତ ନହେବା ଯାଏ ତାମିଲସାଇ ସୁନ୍ଦରାରାଜନ ଏହି ଦାୟିତ୍ବରେ ଅତିରିକ୍ତ ଭାବେ ରହିବା ନେଇ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.