ETV Bharat / bharat

ଖେଳିବାକୁ ମନା କଲେ ଜେଜେ, ଟ୍ୟୁସନ ଛାତ୍ରଙ୍କୁ ହତ୍ୟା କଲା ନାତି

author img

By

Published : Jul 8, 2022, 9:48 PM IST

ପବ୍‌ଜୀ ଖେଳିବାକୁ ମନା କରିବାରୁ ଜେଜେଙ୍କ ୬ ବର୍ଷୀୟ ଟ୍ୟୁସନ ଛାତ୍ରକୁ ହତ୍ୟା କଲା ନାତି । ଅଧିକ ପଢନ୍ତୁ

ଖେଳିବାକୁ ମନା କଲେ ଜେଜେ, ଟ୍ୟୁସନ ଛାତ୍ରଙ୍କୁ ହତ୍ୟା କଲା ନାତି
ଖେଳିବାକୁ ମନା କଲେ ଜେଜେ, ଟ୍ୟୁସନ ଛାତ୍ରଙ୍କୁ ହତ୍ୟା କଲା ନାତି

ଲକ୍ଷ୍ନୌ: ପବ୍‌ଜୀ କଲା ବାୟା । ପବ୍‌ଜୀ ଖେଳିବାକୁ ମନା କରିବାରୁ ଜେଜେବାପା ଓ ଜେଜେମାଆଙ୍କୁ ଜେଲ୍ ପଠାଇବାକୁ ନାତି ରଚିଲା ସାଙ୍ଘାତିକ ଷଡଯନ୍ତ୍ର । ଜେଜେଙ୍କ ୬ ବର୍ଷୀୟ ଟ୍ୟୁସନ ଛାତ୍ରଙ୍କୁ ହତ୍ୟା କଲା । ଏହାପରେ ହତ୍ୟାକୁ ଅପହରଣ ରୂପ ଦେବାକୁ କୁନି ପୁଅର ମୃତଦେହ ଶୌଚାଳୟ ଭିତରେ ଲୁଚାଇ ଦେଲା । କେବଳ ସେତିକି ନୁହେଁ, ଏକ ଚିଠିରେ ପିଲାଟି ବଦଳରେ ୫ ଲକ୍ଷ ଟଙ୍କା ଦାବି କରି ଏହାକୁ ଗାଁ ପାଖ ଚାଷ ଜମିରେ ଫିଙ୍ଗିଦେଲା । ସମସ୍ତଙ୍କୁ ତାଜୁବ କଲା ଭଳି ଏଭଳି ଜଘନ୍ୟ କାଣ୍ଡ ଘଟିଛି ଉତ୍ତରପ୍ରଦେଶ ଦେଓରିଆ ଅଞ୍ଚଳରେ । ପବ୍‌ଜୀ ପାଇଁ ଜଣେ ୧୮ ବର୍ଷୀୟ ଯୁବକର ଏଭଳି କାଣ୍ଡ ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ପିଲାଟିର ବାପାମାଆ ଅପହରଣ ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ୧୨ ଘଣ୍ଟା ମଧ୍ୟରେ ମୃତଦେହ ଉଦ୍ଧାର କରି ପୁରା ଘଟଣାର ପର୍ଦ୍ଦାଫାଶ କରିଛି । ମୃତ ଛାତ୍ର ହେଉଛି ୬ ବର୍ଷୀୟ ସଂସ୍କାର ଏବଂ ହତ୍ୟାକାରୀ ନାତି ହେଉଛନ୍ତି ୧୮ ବର୍ଷୀୟ ଅରୁଣ ଶର୍ମା । ସଂସ୍କାର ନିଜ ଗାଁର ଟ୍ୟୁସନ ଶିକ୍ଷକ ନରସିଂହ ଶର୍ମା(୬୦)ଙ୍କ ପାଖକୁ ପଢିବାକୁ ଯାଉଥିଲା । ତାଙ୍କ ଘର ଲୋକଙ୍କ କହିବା ଅନୁସାରେ, ସବୁଦିନ ଭଳି ବୁଧବାର ଦିନ ସେ ଟ୍ୟୁସନ ପାଇଁ ଯାଇଥିଲା । ଫେରିବାରେ ବିଳମ୍ବ ହେବାରୁ ବାପାମାଆ ନରସିଂହଙ୍କ ଘରକୁ ଯାଇଥିଲେ । କିନ୍ତୁ ସଂସ୍କାର ଟ୍ୟୁସନରେ ପହଞ୍ଚି ନଥିବା ଜାଣିବାକୁ ପାଇଥିଲେ । ଏହାପରେ ପରିବାର ଓ ଗାଁ ଲୋକ ଏଣେତେଣେ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲେ ।

ଏହି ସମୟରେ ଗାଁ ଜମିରେ ଅପହରଣ ସମ୍ପର୍କିତ ପତ୍ର ପଡିଥିବାର ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ଥାନାରେ ସୂଚନା ଦେଇଥିଲେ । ପୋଲିସର ତଦନ୍ତରୁ ଅରୁଣ ଉପରେ ସନ୍ଦେହ ବଢିଥିଲା । ତାକୁ ପଚରାଉଚରା କରିବାକୁ ସେ ସଂସ୍କାରର ଗଳା ଚିପି ହତ୍ୟା କରିଥିବା ଏବଂ ତାକୁ ଶୌଚାଳୟରେ ଲୁଚାଇଥିବା କହିଥିଲା । ଜେଜେବାପା ଓ ଜେଜେମାଆ ତାକୁ ପବ୍‌ଜୀ ଖେଳିବାକୁ ବାରଣ କରିବାକୁ ସେ ତାଙ୍କୁ ଫସାଇବାକୁ ଏଭଳି ଷଡଯନ୍ତ୍ର କରିଥିବା ସ୍ବୀକାର କରିଥିଲା । ଏହି ହତ୍ୟା ଘଟଣାରେ ପୋଲିସ ବର୍ତ୍ତମାନ ୩ ଜଣଙ୍କୁ ହେପାଜକୁ ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.