ETV Bharat / bharat

ସାଇକୋ ପ୍ରେମିକର ଏକତରଫା ପ୍ରେମ, ଗଳାକାଟି ପ୍ରେମିକାକୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ - ଆନ୍ଧ୍ରପ୍ରଦେଶ ଗୁଡୁର ହତ୍ୟାକାଣ୍ଡ

ଆନ୍ଧ୍ରପ୍ରଦେଶ ଗୁଡୁର ଜିଲ୍ଲାର ଜଣେ ଏକ ତରଫା ସାଇକୋ ପ୍ରେମିକ ପ୍ରେମ ନିବେଦନ କରି ବିଫଳ ହେବାରୁ ଗୁରୁବାର ଯୁବତୀଙ୍କୁ ଗଳା କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

ଗଳାକାଟି ପ୍ରେମିକାକୁ ହତ୍ୟା
ଗଳାକାଟି ପ୍ରେମିକାକୁ ହତ୍ୟା
author img

By

Published : Jul 2, 2021, 1:40 PM IST

ଅମରାବତୀ: ଏକତରଫା ପ୍ରେମ କରି ଯୁବତୀଙ୍କ ଗଳା କାଟିଲା ପ୍ରେମିକ । ଆନ୍ଧ୍ରପ୍ରଦେଶ ଗୁଡୁର ଜିଲ୍ଲାର ଜଣେ ଏକ ତରଫା ସାଇକୋ ପ୍ରେମିକ ପ୍ରେମ ନିବେଦନ କରି ବିଫଳ ହେବାରୁ ଗୁରୁବାର ଯୁବତୀଙ୍କୁ ଗଳା କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ, ଗୁଡୁର ଜିଲ୍ଲାରେ ରହୁଥିବା ପି. ସୁଦ୍ଧାକର ଏବଂ ସରିତା ପେସାରେ ଅଧ୍ୟାପକ ଥିବାବେଳେ ଉକ୍ତ କଲେଜରେ ଝିଅ ତେଜସ୍ବିନୀ ଇଞ୍ଜିନିୟରିଂ ପଢୁଥିଲା । ସେହି କଲେଜରେ ଚେଞ୍ଚୁ କିଷ୍ଣାଙ୍କ ପୁଅ ଭେଙ୍କେଟେସ ମଧ୍ୟ ପଢୁଥିଲା । କଲେଜରେ ତେଜସ୍ବିନୀ ଏବଂ ଭେଙ୍କେଟଶଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ।

ଧୀରେ ଧୀରେ ଭେଙ୍କଟେଶ ତେଜସ୍ବିନୀଙ୍କୁ ଏକ ତରଫା ପ୍ରେମ କରି ବସିଥିଲେ । ସେ ବାରମ୍ବାର ତେଜସ୍ବିନୀଙ୍କୁ ଏ ସମ୍ପର୍କରେ ଜଣାଇ ହଇରାଣ କରୁଥିଲେ । ମାତ୍ର ତେଜସ୍ବିନୀ ତାଙ୍କୁ ଭଲ ପାଉନଥିବା କହି କଥାକୁ ଏଡାଇବା ସହ ଭେଙ୍କଟେଶଙ୍କ ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲେ । ଯାହାକୁ ନେଇ ସେ ଏସମ୍ପର୍କରେ ନିଜ ବାପା ମାଙ୍କୁ ଜଣାଇଥିଲେ । ତେଜସ୍ବିନୀଙ୍କ ବାପା ମାଆ ଭେଙ୍କଟେଶଙ୍କ ବାପାଙ୍କୁ ଏସମ୍ପର୍କରେ ଜଣାଇଥିଲେ । ଫଳରେ ଭେଙ୍କଟେଶଙ୍କୁ କିଛି ଦିନ ପାଇଁ ବେଙ୍ଗାଲୁରୁ ପଠାଇଥିଲେ ତାଙ୍କ ବାପା । କୋରୋନା କାରଣରୁ ଭେଙ୍କଟେଶ ପୁଣି ଗୁଣ୍ଟୁର ଫେରି ଆସିଥିଲେ । ମାତ୍ର ତେଜସ୍ବିନୀଙ୍କୁ ପାଇବାର ଆଶା ତାଙ୍କ ମନରୁ ଯାଇନଥିଲା ।

ଏହାପରେ ସେ ତେଜସ୍ବିନୀଙ୍କୁ ଫୋନରେ ହଇରାଣ କରିବା ଆରମ୍ଭ କରିଦେଇଥିଲେ । ଏହା ଦେଖି ତେଜସ୍ବିନୀ ଫୋନ ନମ୍ବର ବଦଳାଇ ଦେବାରୁ ସେ ଏକ ପ୍ରକାର ପାଗଳ ହୋଇଯାଇଥିଲେ । ଯାହାର ଫଳ ସ୍ବରୁପ ଗୁରୁବାର 11.30 ସମୟରେ ସେ ତେଜସ୍ବିନୀଙ୍କ ବେଡରୁମ୍ ଯାଇ ତାଙ୍କୁ ଗଳା କାଟି ହତ୍ୟା କରିବା ପରେ ଏକ ଲୁଗା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତେଜସ୍ବିନୀଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଭେଙ୍କଟେଶଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ପଠାଇଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସଙ୍ଗୀନ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.