ETV Bharat / bharat

ଜମ୍ମୁ ଓ କାଶ୍ମୀରରେ ପିଡିପି ନେତାଙ୍କ ଉପରେ ଆକ୍ରମଣ, ପୋଲିସର ତଦନ୍ତ ଜାରି - Jammu and Kashmir

ଜମ୍ମୁ ଓ କାଶ୍ମୀରରେ ପିଡିପି ନେତାଙ୍କ ଉପରେ ଆକ୍ରମଣ । ଦୁର୍ବୃତ୍ତଙ୍କ ଗୁଳିରେ ପିଏସଓ କନେଷ୍ଟବଲ ମଜନୁର ଅହମ୍ମଦ ଗୁରୁତର ଆହତ । ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ପିଡିପି ନେତା
ପିଡିପି ନେତା
author img

By

Published : Dec 14, 2020, 12:28 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପିଡିପି(ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି) ନେତା ପରଭେଜ ଅହମ୍ମଦଙ୍କ ଉପରକୁ ମରଣାନ୍ତକ ଆକ୍ରମଣ । କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା । ତେବେ ଗୁଳି ତାଙ୍କ ଦେହରେ ନବାଜି ପିଏସଓ କନେଷ୍ଟବଲ ମଜନୁର ଅହମ୍ମଦଙ୍କ ଦେହରେ ବାଜିଥିବାବେଳେ ସେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ଆକ୍ରମଣରେ କନେଷ୍ଟବଳ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣେ ସିନିୟର ପୋଲିସ ଅଧିକାରୀ ଇଟିଭି ଭାରତକୁ ଜଣାଇଛନ୍ତି । ସେହିପରି ତାଙ୍କ ଉପରେ ଆକ୍ରମଣ ହୋଇଥିବାର ନିଜେ ପିଡିପି ନେତା ପରଭେଜ୍‌ ଅହମ୍ମଦ ସୂଚନା ଦେଇଛନ୍ତି । ଏହାସହ ସେ ପୂର୍ବରୁ 3 ଥର ଏପରି ଆକ୍ରମଣର ଶିକାର ହୋଇଛନ୍ତି । ହେଲେ ଆଜି ପିଏସଓ ପାଇଁ ସେ ବଞ୍ଚିଯାଇଥିବା କହିଛନ୍ତି ।

ସେହିପରି ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି ମୁଖପାତ୍ର ସୋହାଲି ବୁଖାରୀ ମଧ୍ୟ ଅହି ଆକ୍ରମଣ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି,‘ପରଭେଜ ଆମ ଦଳର ଜଣେ ସିନିୟର ନେତା । ତାଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣ କାରଣ ନେଇ ତଦାଘନା ଜାରି ରହିଛି ।’

ଏହାସହ ପୋଲିସ ଘଟଣାର ତଦନ୍ତ କରୁଛି । ଆକ୍ରମଣ ହୋଇଥିବା ଅଞ୍ଚଳକୁ ସିଲ୍‌ କରାଯାଇ ତଦନ୍ତ ଜାରି ରହିଛି । ଆକ୍ରମଣକାରୀ ଖୁବଶୀଘ୍ର ଧରାପଡିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି । ସୂଚନା ଅନୁଯାୟୀ, ଆକ୍ରମଣ ପରେ ପରେ ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରାଯିବା ସହ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.