ETV Bharat / bharat

PSI Recruitment Case: ବନ୍ଧା ହେଲେ ମୁଖ୍ୟ ଅଭିଯୁକ୍ତ ଦିବ୍ୟା ହାଗରାଗି

author img

By

Published : Apr 29, 2022, 12:53 PM IST

Updated : Apr 29, 2022, 3:33 PM IST

କର୍ଣ୍ଣାଟକ ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ମାମଲାରେ ସିଆଡିକୁ Criminal (Investigation Department) ସଫଳତା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦିବ୍ୟା ହାଗରାଗିଙ୍କ ସମେତ 4ଜଣଙ୍କୁ ଗିରଫ କରିଛି ସିଆଇଡି । ଅଧିକ ପଢନ୍ତୁ

ମୁଖ୍ୟ ଅଭିଯୁ୍କ୍ତ ଦିବ୍ୟା ହାଗରାଗି ଗିରଫ
ମୁଖ୍ୟ ଅଭିଯୁ୍କ୍ତ ଦିବ୍ୟା ହାଗରାଗି ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ମାମଲାରେ ସିଆଡିକୁ (Criminal Investigation Department) ସଫଳତା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦିବ୍ୟା ହାଗରାଗିଙ୍କ ସମେତ 4ଜଣଙ୍କୁ ଗିରଫ କରିଛି ସିଆଇଡି । ଆଜି ପୁଣେରୁ ସମସ୍ତେ ବନ୍ଧା ହୋଇଛନ୍ତି ।

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହେଲେ କାଲାବୁରାଗୀ ଜ୍ଞାନ ଜ୍ୟୋତି ଇଂରାଜୀ ବିଦ୍ୟାଳୟର ମାଲିକ ଦିବ୍ୟା ହାଗରାଗି, ପ୍ରଧାନଶିକ୍ଷକ କାଶୀନାଥ, ସୁପରଭାଇଜର ଅର୍ଚ୍ଚନା, ସୁନନ୍ଦା ଏବଂ ପିଏସଆଇ ପରୀକ୍ଷାର୍ଥୀ ଶାନ୍ତଭାଇଙ୍କୁ ମହାରାଷ୍ଟ୍ରର ପୁଣେରେ ଗିରଫ କରାଯାଇଛି । ସମସ୍ତଙ୍କୁ ସିଆଇଡି କାର୍ଯ୍ୟାଳୟ ଅଣାଯିବ ବୋଲି ସୂଚନା ମିଳିଛି ।

ଗୁରୁବାର ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଜ୍ୟୋତି ପାଟିଲଙ୍କୁ ଆଧାର କରି ଏ ସମସ୍ତଙ୍କୁ ଗିରଫ କରାଯାଇଛି । ଏହି ଘଟଣା ମୁଣ୍ଡ ଟେକିବା ପରେ ଦିବ୍ୟା ହାଗରାଗିଙ୍କ ଘରେ ରେଡ ମାରିଥିଲା ସିଆଇଡି । ହେଲେ ସେ ଖସି ଯାଇଥିଲେ । ତାଙ୍କ ସ୍ବାମୀ ରାଜେଶ ହାଗରାଗିଙ୍କୁ ଗିରଫ କରାଯାଇଥିଲା । ଏହା ପରେ ଦିବ୍ୟାଙ୍କୁ ଗିରଫ ପାଇଁ ସିଆଇଡି ଏସ ସ୍ବତନ୍ତ୍ର ଟିମ ଗଠନ କରିଥିଲା । 18 ଦିନ ପରେ ଦିବ୍ୟାଙ୍କୁ ଧରିବାରେ ସଫଳ ହୋଇଛି ସିଆଡି ।

Last Updated : Apr 29, 2022, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.