ETV Bharat / bharat

ୟୁକ୍ରେନ ସଂର୍ଘଷରେ ନାଟୋର ହସ୍ତକ୍ଷେପକୁ ମାଡ୍ରିଡରେ ବିରୋଧ

author img

By

Published : Apr 4, 2022, 12:46 PM IST

ୟୁକ୍ରେନ ସଂଘର୍ଷରେ ନାଟୋର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିବାକୁ ଶତାଧିକ ଲୋକ ମାଡ୍ରିଡରେ ପ୍ରଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

ୟୁକ୍ରେନ ସଂର୍ଘଷ ଉପରେ ନାଟୋର ହସ୍ତକ୍ଷେପ, ମେଡ୍ରିଡରେ ବିରୋଧ ପ୍ରଦର୍ଶନ

ୟୁକ୍ରେନ: ୟୁକ୍ରେନ ସଂଘର୍ଷରେ ନାଟୋର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିବାକୁ ଶତାଧିକ ବିକ୍ଷୋଭକାରୀ ମାଡ୍ରିଡ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସଂଗଠନର ପ୍ରଦର୍ଶନକାରୀମାନେ ପୁଏରଟା ଡି ଆଟୋଚା ରେଳ ଷ୍ଟେସନ ସମ୍ମୁଖରେ ଏକତ୍ରିତ ହେବା ସହ ସ୍ପେନ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଘେରିଛନ୍ତି । ସ୍ପେନକୁ ମଧ୍ୟ ଆଉ ନାଟୋ କଥାରେ ଚାଲିବା ଠିକ ହେବ ନାହିଁ ବୋଲି ସେମାନେ ଦାବି କରିଛନ୍ତି । କାରଣ ସଂଘର୍ଷରେ ଜଡିତ କାରଣରୁ ଅଧିକ ଗମ୍ଭୀର ପ୍ରଭାବ ସହ ବିଭିନ୍ନ କ୍ଷେତ୍ରରେ ଅସୁବିଧା ଆସିଥାଏ ବୋଲି ଆଣ୍ଟି-କ୍ୟାପିଟାଲିଷ୍ଟ ଆସୋସିଏସନର ପ୍ରତିନିଧି ଲୋରେନା କାବରା ଏବଂ ସଂଗଠନର ଅନେକ ନେତା କହିଛନ୍ତି ।

ଏ ସମ୍ପର୍କରେ ମାଡ୍ରିଡର ଜଣେ ପ୍ରଦର୍ଶନକାରୀ ଲୁଇସ ଅରୋଲା କହିଛନ୍ତି ଯେ ଆମେ ୟୁକ୍ରେନ ସହ ଅନ୍ୟ ଦେଶ ମାନଙ୍କରେ ଶାନ୍ତି ଚାହୁଁଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନର ସାମରିକ ସଂଗ୍ରାମରେ ୟୁରୋପର ବଢୁଥିବା ସମ୍ପୃକ୍ତିକୁ ଆମେ ମଧ୍ୟ ପ୍ରତ୍ୟାଖ୍ୟାନ କରୁଛୁ । କାରଣ ସେମାନେ ଆମେରିକାର ସ୍ବାର୍ଥରେ ଏହା କରୁଛନ୍ତି ।

ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ଶୁକ୍ରବାର ଦିନ ଉପସ୍ଥାପିତ ହୋଇଥିବା ଏଲକାନୋ ରୟାଲ୍ ଇନଷ୍ଟିଚ୍ୟୁଟର ବାରୋମିଟର ଅନୁଯାୟୀ 48% ସ୍ପେନୀୟ ହସ୍ତକ୍ଷେପ ସପକ୍ଷରେ ଅଛନ୍ତି। ଚୀନ୍ ପଲିସିର ସ୍ପେନୀୟ ଅବଜରଭେଟରୀ ନିର୍ଦ୍ଦେଶକ ଜୁଲିଓ ରିଓସ୍ କହିଛନ୍ତି ଯେ ଏହାର ପ୍ରତିବଦ୍ଧତା ଅନ୍ତର୍ଜାତୀୟ ସମ୍ପର୍କର ବିମୁଦ୍ରୀକରଣ ହେବା ଆବଶ୍ୟକ ଏବଂ ଯୁଦ୍ଧକାଳୀନ ଭିତ୍ତିଭୂମି ସହିତ ବିଭାଜନ ନୁହେଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.