ETV Bharat / bharat

ଗୁଜୁରାଟରେ ଓୱେସୀଙ୍କୁ କଳାପତାକା ଦେଖାଇଲେ ମହିଳା - Owaisi visit to Ahmedabad Gujarat

AIMIM ମୁଖ୍ୟ ଅସାଦୁଦ୍ଦିନ ଓଓ୍ବେସୀଙ୍କୁ ଗୁଜୁରାଟରେ ବିରୋଧ କରାଯାଇଛି । ଅହମ୍ମଦାବାଦର ଜୁହାପୁରାରେ ସ୍ଥାନୀୟ ଲୋକେ ଓଓ୍ବେସୀଙ୍କୁ ବିରୋଧରେ କଳାପତାକା ଦେଖାଇ ବିରୋଧ ପ୍ରର୍ଦଶନ କରିଥିଲେ । ଆଉ ଏହି ବିକ୍ଷୋଭରେ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କୁ ଗୁଜୁରାଟରେ ବିରୋଧ

author img

By

Published : Apr 15, 2022, 11:36 AM IST

ଗାନ୍ଧୀନଗର: AIMIM ମୁଖ୍ୟ ଅସାଦୁଦ୍ଦିନ ଓଓ୍ବେସୀଙ୍କୁ ଗୁଜୁରାଟରେ ବିରୋଧ କରାଯାଇଛି । ଅହମ୍ମଦାବାଦର ଜୁହାପୁରାରେ ସ୍ଥାନୀୟ ଲୋକେ ଓଓ୍ବେସୀଙ୍କୁ ବିରୋଧରେ କଳାପତାକା ଦେଖାଇ ବିରୋଧ ପ୍ରର୍ଦଶନ କରିଥିଲେ । ଆଉ ଏହି ବିକ୍ଷୋଭରେ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ।

All India Majlis-e-Ittehadul Muslimeen (MIM's) ମକ୍ତମପୁରାର ନବ ନିର୍ବାଚିତ କର୍ପୋରେଟର ସୁହାନା ମନସୁରୀ, ଜାଇନାବ ଶେଖ ଓ ଜୁବିର ଖାନ୍ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ଏଭଳି ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ । ଅସାଦୁଦ୍ଦିନ ଓଓ୍ବେସୀଙ୍କୁ କଳା ପତାକା ଦେଖାଇ ବିରୋଧ ପ୍ରର୍ଦଶନ କରିଥିଲେ । ସୂଚନା ଅନୁସାରେ, AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ଗୁରୁବାର ସକାଳେ ଅହମ୍ମଦାବାଦରେ ପହଞ୍ଚିଥିଲେ ।

ସେ ଅହମ୍ମଦାବାଦର ଶାନ୍ତିପୁରାରେ ରମଜାନ ଇଫତାର କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳୀୟ କର୍ମୀଙ୍କୁ ଭେଟିବା ପାଇଁ ଗୁଜୁରାଟ ଗସ୍ତ କରିଥିଲେ । ଆଗାମୀ ବିଧାନସଭା ନିର୍ବାଚନ ବିଷୟରେ AIMIM କର୍ମୀଙ୍କ ସହ ଆଲୋଚନା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଥିଲା । AIMIM ମୁଖ୍ୟ ଅସାଦୁଦ୍ଦିନ ଓଓ୍ବେସୀ କହିଛନ୍ତି ବର୍ତ୍ତମାନ ସେ ଗୁଜରାଟକୁ ଆସିବେ । ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ମଧ୍ୟ ତାଙ୍କ ଦଳ ମଜବୁତ ହେବ ବୋଲି ସ୍ପଷ୍ଟ କରିଛନ୍ତି । ବିଧାନସଭା ନିର୍ବାଚନ ଲଢେଇରେ ଆଉ ଏକ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ନିକଟରେ ହିମାତ୍ନଗର ଏବଂ ଖମ୍ବଟରେ ରାମ ନବମୀ ହିଂସା ପାଇଁ ଓୱେସି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.