ETV Bharat / bharat

କୋଭିଡ ତୀବ୍ରତା ହ୍ରାସ ପଛରେ ପ୍ରୋଟିନ - କୋଭିଡ ତୀବ୍ରତା ହ୍ରାସ ପଛରେ ପ୍ରୋଟିନ

ଗବେଷକମାନେ ଆବିଷ୍କାର କରିଛନ୍ତି ଯେ, ପ୍ରୋଟିନ ଓଏଏସ ୧ର ବୃଦ୍ଧି ପାଉଥିବା ସ୍ତର କୋଭିଡ-୧୯ ତୀବ୍ରତା ହ୍ରାସ ସହ ସଂପୃକ୍ତ । ଏହି ସ୍ତର ବୃଦ୍ଧି ଯୋଗୁଁ ହିଁ କୋଭିଡ ମୃତ୍ୟୁ ହାର କମ ହୁଏ । ଏ ସଂପର୍କିତ ଅଧ୍ୟୟନ ଜର୍ନାଲ ନେଚର ମେଡିସିନରେ ପ୍ରକାଶିତ ହୋଇଛି । ଓଏଏସ ୧ ସ୍ତର ବୃଦ୍ଧିରେ ସହାୟକ ହେଉଥିବା ଔଷଧ ରୋଗର ତୀବ୍ରତା ହ୍ରାସ କ୍ଷେତ୍ରରେ ବ୍ୟବହାର କରାଯାଇପାରେ ।

କୋଭିଡ ତୀବ୍ରତା ହ୍ରାସ ପଛରେ ପ୍ରୋଟିନ
କୋଭିଡ ତୀବ୍ରତା ହ୍ରାସ ପଛରେ ପ୍ରୋଟିନ
author img

By

Published : Mar 2, 2021, 10:39 PM IST

ଗବେଷକମାନେ ଆବିଷ୍କାର କରିଛନ୍ତି ଯେ, ପ୍ରୋଟିନ ଓଏଏସ ୧ର ବୃଦ୍ଧି ପାଉଥିବା ସ୍ତର କୋଭିଡ-୧୯ ତୀବ୍ରତା ହ୍ରାସ ସହ ସଂପୃକ୍ତ । ଏହି ସ୍ତର ବୃଦ୍ଧି ଯୋଗୁଁ ହିଁ କୋଭିଡ ମୃତ୍ୟୁ ହାର କମ ହୁଏ । ଏ ସଂପର୍କିତ ଅଧ୍ୟୟନ ଜର୍ନାଲ ନେଚର ମେଡିସିନରେ ପ୍ରକାଶିତ ହୋଇଛି । ଓଏଏସ ୧ ସ୍ତର ବୃଦ୍ଧିରେ ସହାୟକ ହେଉଥିବା ଔଷଧ ରୋଗର ତୀବ୍ରତା ହ୍ରାସ କ୍ଷେତ୍ରରେ ବ୍ୟବହାର କରାଯାଇପାରେ । କାନାଡାର ମଂଟ୍ରିଲ ସ୍ଥିତ ମ୍ୟାକଗିଲ ବିଶ୍ୱବିଦ୍ୟାଳୟର ଗବେଷଖ ବ୍ରେଂଟ୍ ରିଚାର୍ଡସ କହିଛନ୍ତି ଯେ, କୋଭିଡ-୧୯ର ତୀବ୍ରତା ବିରୋଧରେ ସୁରକ୍ଷାତ୍ମକ ପ୍ରଭାବ ଦେଇଥାଏ ଓଏସ୧ । ରୋଗୀଙ୍କ ଚିକିତ୍ସା ପାଇଁ ସମ୍ଭାବ୍ୟ ଥେରାପି ଚିହ୍ନଟ ପାଇଁ ଏହା ଏକ ଉତ୍ସାହପ୍ରଦ ଘଟଣା ବୋଲି ରିଚାର୍ଡସ ଉଲ୍ଲେଖ କରିଛନ୍ତି ।

ଓଏଏସ୧ ବୃଦ୍ଧି କରୁଥିବା ଥେରାପ ପ୍ରି-କ୍ଲିନିକାଲ ଡେଭଲପମେଂଟ ସ୍ତରରେ ରହିଛି । ତେଣୁ ଏହା କୋଭିଡ-୧୯ ବିରୋଧରେ ବ୍ୟବହାର କରାଯାଇପାରେ । ଏହି ଅଧ୍ୟୟନ ପାଇଁ ଗବେଷଣା ଟିମ୍ ପେରିଫେରାଲ ବ୍ଲଡ୍‌କୁ ଟାର୍ଗେଟ କରି ଠାବ ହୋଇପାରୁଥିବା ପ୍ରୋଟିନ ଅନ୍ୱେଷଣ କରିଥିଲେ । ଡିଜିଜ୍ପ୍ରୋ ଗ୍ରେସନ କ୍ଷେତ୍ରରେ କେଉଁ ପ୍ରୋଟିନ କାରଣୀୟ ଭୂମିକା ନିର୍ବାହ କରେ, ତାହା ଜାଣିବା ଟିମ୍ ପାଇଁ ବଡ ଚ୍ୟାଲେଂଜ ହୋଇଥିଲା । କାରଣ ସେଗୁଡିକର ସ୍ତର ବି କୋଭିଡ-୧୯ ଦ୍ୱାରା ପ୍ରଭାବିତ ହୋଇପାରୁଥିବା ସମ୍ଭାବନା ଥିଲା ।

ପ୍ରୋଟିଓମିକ୍ ଟେକ୍ନୋଲୋଜିରେ ହୋଇଥିବା ଅଗ୍ରଗତି ଦ୍ୱାରା ଶହ ଶହ ସର୍କ୍ୟୁଲେଟିଂ ପ୍ରୋଟିନକୁ ଅଲଗା କରାଯାଇପାରୁଛି । ଏହା ସହ ମେଣ୍ଡେଲିଆନ ରାଣ୍ଡୋମୋନାଇଜେସନ୍‌-ଏମଆର୍ ଜରିଆରେ ଜେନେଟିକ୍ବି ଶ୍ଲେଷଣ ଦ୍ୱାରା କେଉଁ ପ୍ରୋଟିନ କୋଭିଡ-୧୯ର ପ୍ରତିକୂଳ ପରିମାଣକୁ ପ୍ରଭାବିତ କରିପାରୁଛି, ତାହା ସ୍ଥିର କରାଯାିପାରୁଛି । ୯୩୧ ସର୍କ୍ୟୁଲେଟିଂ ପ୍ରୋଟିନ ଚିହ୍ନଟରୁ ଓଏଏସ୧ ଲେବେଲର ବୃଦ୍ଧି କୋଭିଡ- ୧୯ ଜନିତ ମୃତ୍ୟୁ ହାର ହ୍ରାସ ସହ ସଂପୃକ୍ତ ବୋଲି ଜଣାପଡିଥିଲା । ୧୪ ହଜାର ୧୩୪ କୋଭିଡ-୧୯ ମାମଲାରୁ ଏହା ଜଣାପଡିଥିଲା । ଏହି ଫଳାଫଳ ମଲିଟିପଲ୍ ସେନସିଟିଭିଟି ଆନାଲିସିସ୍ ସହ ମେଳ ଖାଉଛି । ଗବେଷଣାରୁ ଜଣାପଡିଛି ଯେ, ସଂକ୍ରମଣ ପରେ ରୋଗୀଙ୍କଠାରେ ଓଏଏସ୧ ବୃଦ୍ଧି କୋଭିଡ-୧୯ର ତୀବ୍ରତା ବିରୋଧରେ ସୁରକ୍ଷା କବଚ ଭାବେ କାମ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.