ETV Bharat / bharat

Prophet Remarks Row: ନୂପୁରଙ୍କୁ ମୁମ୍ବାଇ ପୋଲିସର ସମନ, ଜୁନ 25ରେ ହାଜର ହେବାକୁ ନିର୍ଦ୍ଦେଶ - ବିଜେପି ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା

ଦିନକୁ ଦିନ ନୂପୁର ଶର୍ମାଙ୍କ ଅଡୁଆ ବଢ଼ିବାରେ ଲାଗିଛି । କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମନ କରିଛି ମୁମ୍ବାଇ ପୋଲିସ । ଅଧିକ ପଢ଼ନ୍ତୁ

Prophet Row mumbai police summons to former bjp spokesperson nupur sharma
Prophet Row: ନୂପୁରଙ୍କୁ ମୁମ୍ବାଇ ପୋଲିସର ସମନ, ଜୁନ 25ରେ ହାଜର ହେବାକୁ ନିର୍ଦ୍ଦେଶ
author img

By

Published : Jun 12, 2022, 8:45 AM IST

ମୁମ୍ବାଇ: ଦିନକୁ ଦିନ ନୂପୁର ଶର୍ମାଙ୍କ ଅଡୁଆ ବଢ଼ିବାରେ ଲାଗିଛି । କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମନ କରିଛି ମୁମ୍ବାଇ ପୋଲିସ । ପଚରାଉଚରା ପାଇଁ ପାୟାଧୁନୀ ଥାନା ପୋଲିସ ତାଙ୍କୁ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦେଇଛି । ରଜା ଏକାଡେମୀର ଅଭିଯୋଗ ଆଧାରରେ ପୋଲିସ ନୂପୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଜୁନ 25ରେ ଥାନାରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି ।

ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନୂପୁର ଶର୍ମା ଦେଇଥିବା ଆପତ୍ତି ଜନକ ମନ୍ତବ୍ୟକୁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଗତକାଲି (ଶୁକ୍ରବାର) ଇସଲାମ ଧର୍ମର ବ୍ୟକ୍ତିମାନେ ନମାଜ ପାଠ ସାରି ଦିଲ୍ଲୀର ଜାମା ମସଜିଦ ବାହାରେ ବହୁ ସଂଖ୍ୟାରେ ପୋଷ୍ଟର ଏବଂ ବ୍ୟାନର ଧରି ସ୍ଲୋଗାନ ଦେଇଥିଲେ । ଅନ୍ୟପକ୍ଷରେ, ଉତ୍ତରପ୍ରଦେଶର ପ୍ରୟାଗରାଜରୁ ସାହାରନପୁର ପର୍ଯ୍ୟନ୍ତ ଶୋଭାଯାତ୍ରା କରି ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଏହି ଘଟଣାକୁ ନେଇ ପୋଲିସ 136 ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ସାରା ଦେଶରେ ମୁସଲମାନ ସମ୍ପ୍ରଦାୟ ସଂଗଠନ ପକ୍ଷରୁ ନୂପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.