ETV Bharat / bharat

Prophet Row: ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି, ଗିରଫ କରିପାରିବ ନାହିଁ ପୋଲିସ

author img

By

Published : Jul 19, 2022, 4:15 PM IST

ନୂପୁର ଶର୍ମାଙ୍କ ବିରୋଧରେ ହେବ ନାହିଁ କାର୍ଯ୍ୟାନୁଷ୍ଠାନ । କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ 10 ଅଗଷ୍ଟ ଯାଏଁ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଘଟଣାକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

Prophet Row: ନୁପୂର ଶର୍ମାଙ୍କୁ ସର୍ବୋଚ୍ଚ କୋର୍ଟରୁ ବଡ ଆଶ୍ବସ୍ତି, ଗିରଫ କରିପାରିବ ନାହିଁ ପୋଲିସ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସର୍ବୋଚ୍ଚ କୋର୍ଟରୁ ବଡ ଆଶ୍ବସ୍ତି । ନୁପୂରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ କହିଛନ୍ତି ସର୍ବୋଚ୍ଚ କୋର୍ଟ । ନୁପୂରଙ୍କ ବିରୋଧରେ ଦେଶର ବିଭିନ୍ନ ଥାନାରେ 9ଟି ମାମଲା ପଞ୍ଜୀକୃତ ହୋଇଛି । ତେବେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଯୋଗାଇବା ସହ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଏର କରିଥିଲେ ନୁପୂର ।

  • Supreme Court issues notice to respondents on the Nupur Sharma plea. Supreme Court directs no coercive action should be taken against Nupur Sharma.

    — ANI (@ANI) July 19, 2022 " class="align-text-top noRightClick twitterSection" data=" ">

ତେବେ ନୂପୁର ଶର୍ମାଙ୍କ ବିରୋଧରେ ହେବ ନାହିଁ କାର୍ଯ୍ୟାନୁଷ୍ଠାନ । କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ 10 ଅଗଷ୍ଟ ଯାଏଁ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଘଟଣାକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ କୋର୍ଟ ।

ଆଜି (ମଙ୍ଗଳବାର) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ତେବେ ଏକାଧିକ ରାଜ୍ୟର ପୋଲିସକୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି, ନୁପୂରଙ୍କ ବିରୋଧରେ ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବନାହିଁ । ଅର୍ଥାତ ବର୍ତ୍ତମାନ ତାଙ୍କୁ କୌଣସି ପ୍ରଦେଶର ପୋଲିସ ଗିରଫ କରିପାରିବ ନାହିଁ ।

ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ନୁପୂରଙ୍କ ପକ୍ଷରୁ ମାମଲାରେ ପକ୍ଷ ରଖି, ନୁପୂର ଓ ତାଙ୍କ ପରିବାରକୁ କ୍ରମାଗତ ହତ୍ୟା ଧମକ ମିଳୁଥିବା କହିଥିଲେ । ରାଜସ୍ଥାନର ସଲମାନ ଚିସ୍ତି ଓ ଉତ୍ତର ପ୍ରଦେଶର ମଧ୍ୟ ଜଣେ ବ୍ୟକ୍ତି ତାଙ୍କୁ ମୁଣ୍ଡକାଟି ହତ୍ୟା କରିବା ପାଇଁ ପୁରସ୍କାର ଘୋଷଣା କରିବା ଘଟଣା ଖଣ୍ଡପୀଠଙ୍କ ସାମ୍ନାରେ ରଖିଥିଲେ ନୁପୂରଙ୍କ ଓକିଲ । ତେବେ ଖଣ୍ଡପୀଠ ଏହି ମାମଲାରେ କୌଣସି ପ୍ରଦେଶର ପୋଲିସ ନୁପୂରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଦାଏର ହୋଇଥିବା 9 ଟି ମାମଲାରେ ହାଜର ହେବା ପାଇଁ ନୁପୂର ଏକାଧିକ ସମନ ମଧ୍ୟ ପାଇସାରିଛନ୍ତି । ସୁରକ୍ଷା କାରଣରୁ ସେ ହାଜର ହୋଇପାରିବେ ନାହିଁ ଦର୍ଶାଇ ଅଧିକ ସମୟ ମାଗିଥିବା ବେଳେ ଆଜି ତାଙ୍କୁ ସର୍ବୋଚ୍ଚ କୋର୍ଟରୁ ମଧ୍ୟ ବଡ ଆଶ୍ବସ୍ତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.