ETV Bharat / bharat

ନିଲାମ ହେବ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ସମ୍ପତ୍ତି

Dawood Ibrahim Property Auction: ନିଲାମ ହେବ କୁଖ୍ୟାତ ଆତଙ୍କବାଦୀ ତଥା ଅଣ୍ଡରୱାର୍ଡ ଡନ ଦାଉଦ ଇବ୍ରାହିମର ସମ୍ପତ୍ତି । ଜାନୁଆରୀ 5ରେ ହେବ ନିଲାମ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 28, 2023, 7:11 AM IST

Property of Don Dawood Ibrahim Will Be Auctioned

ମୁମ୍ବାଇ: କିଛି ଦିନ ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ତଥା ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ବିଷକ୍ରିୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା ପବନ ବେଗରେ ବ୍ୟାପିଥିଲା । କିନ୍ତୁ ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥା ଏହା ସ୍ପଷ୍ଟ କରିଥିଲା ଯେ, ଏହା ଏକ ଗୁଜବ ଥିଲା । ବାସ୍ତବରେ ଦାଉଦ ଇବ୍ରାହିମ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପ୍ରତି ମାସରେ ହସ୍ପିଟାଲ ଯାଇଥାଏ । ଏବେ ପୁଣିଥରେ ଦାଉଦ ଇବ୍ରାହିମ ଚର୍ଚ୍ଚାକୁ ଆସିଛି । ଅଣ୍ଡରୱାର୍ଲ୍ଡ ଡନ ଦାଉଦର ସମ୍ପତ୍ତି ନିଲମ ହେବ । ମୁମ୍ବାଇ ପରେ ରତ୍ନଗିରିରେ ଥିବା ସମ୍ପତ୍ତିର ନିଲାମ କରାଯିବ । ଆସନ୍ତା ଜାନୁଆରୀ 5 ତାରିଖରେ ତା'ର ସମ୍ପତ୍ତି ନିଲାମ ହେବା ନେଇ ସୂଚନା ମିଳିଛି ।

ରତ୍ନଗିରି ଜିଲ୍ଲା ଖେଡ ତଲିକାର ମୁମ୍ବକେ ଠାରେ ଥିବା 4ଟି ଫାର୍ମ ନିଲାମ ହେବ । କୃଷି ଜମି ସର୍ଭେ ନମ୍ବର 442ର ମୂଲ୍ୟ 9 ଲକ୍ଷ 41 ହଜାର 280 ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଜମି ସର୍ଭେ ନମ୍ବର 453ର ମୂଲ୍ୟ 8 ଲକ୍ଷ 8 ହଜାର 770 ଟଙ୍କା, ଜମି ସର୍ଭେ ନମ୍ବର 617 ହେଉଛି 170.98 ବର୍ଗ ମିଟର 01.69 ଗୁଣ୍ଠ, ଯାହାର ମୂଲ୍ୟ 15 ହଜାର 440 ଟଙ୍କା ରହିଛି । ଜମି ସର୍ଭେ ନମ୍ବର 842ର ମୂଲ୍ୟ 1 ଲକ୍ଷ 56 ହଜାର 270 ଟଙ୍କା । ସେହିପରି ଜମି ନମ୍ବର 453ର ମୋଟ ଏରିଆ 8 ହଜାର 953.55 ବର୍ଗ ମିଟର ରହିଛି ।

ଦାଉଦ ଇବ୍ରାହିମର ଏହିସବୁ ସମ୍ପତ୍ତିର ନିଲାମ 2024 ଜାନୁଆରୀ 5 ତାରିଖ ଶୁକ୍ରବାର ଦିନ ଇ-ନିଲାମ ପ୍ରକ୍ରିୟାରେ ଅନୁଷ୍ଠିତ ହେବ । ଜମି କିଣିବା ପାଇଁ ଇଚ୍ଛୁକ ଥିବ ବ୍ୟକ୍ତିମାନେ http://education.auction.auctiontiger. ସାଇଟ ଯାଇ ଅନଲାଇନ ମାଧ୍ୟମରେ ଇ-ନିଲାମରେ ଅଂଶଗ୍ରହଣ କରିପାରିବେ । ସୂଚନା ଅନୁସାରେ, ରତ୍ନଗିରି ଜିଲ୍ଲା ଖେଡ ତଲିକାର ମୁମ୍ବକେ ଠାରେ ଥିବା ଦାଉଦର ବଙ୍ଗଳା ଓ ଆମ୍ବ ବଗିଚା ନିଲାମ କରାଯିବ । ସେଠାରେ ଥିବା ମୋଟ 4ଟି ସମ୍ପତ୍ତି ନିଲାମ ହେବ । ଡ୍ରଗ୍ସ ମାମଲାରେ ରାଜସ୍ବ ବିଭାଗ ଦାଉଦର ସମ୍ପତ୍ତି ଜବତ କରିଥିଲା । ପୂର୍ବରୁ ମୁମ୍ବାଇରେ ଥିବା ସମ୍ପତ୍ତିକୁ ମଧ୍ୟ ନିଲାମ କରିଥିଲା SAFEMA ।

ଏହା ମଧ୍ୟ ପଢ଼ନ୍ତୁ...ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ ହସ୍ପିଟାଲରେ ଭର୍ତ୍ତି !

ପ୍ରଥମ ଥର ପାଇଁ 2000 ମସିହାରେ ରାଜସ୍ବ ବିଭାଗ ତରଫରୁ ଦାଉଦର 11ଟି ସମ୍ପତ୍ତି ପାଇଁ ନିଲାମ କରାଯିବା ନେଇ କୁହାଯାଇଥିଲା । କିନ୍ତୁ ସେହି ସମୟରେ ନିଲାମ ପ୍ରକ୍ରିୟାକୁ କେହି ଆସିନଥିଲେ । ଗତ କିଛି ବର୍ଷ ପୂର୍ବେ ଅନୁସନ୍ଧାନକାରୀ ସଂସ୍ଥା ଦାଉଦର ଅନେକ ସମ୍ପତ୍ତି ବିକ୍ରି କରିବାରେ ସଫଳ ହୋଇଥିଲା । 2018 ମସିହାରେ ଲନାଗପଡ଼ା ସ୍ଥିତ ଏକ ହୋଟେଲ, ଓକ ଗେଷ୍ଟ ହାଉସ ଓ ଘର ବିକ୍ରି ହୋଇଥିଲା । ଦକ୍ଷିଣ ମୁମ୍ବାଇରେ ଥିବା ଦାଉଦର ଭଉଣୀ ହସିନା ପାର୍କର ଫ୍ଲାଟ ନିଲାମ କରାଯାଇଥିଲା । ଏହାସହ ରତ୍ନଗିରିରେ ଥିବା ଦାଉଦର 1.10 କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ମଧ୍ୟ ନିଲାମ ହୋଇଥିଲା ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.