ETV Bharat / bharat

ଟନେଲରୁ ସମସ୍ତ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର, ପଠାଯାଉଛି ହସ୍ପିଟାଲ

author img

By ETV Bharat Odisha Team

Published : Nov 28, 2023, 8:03 PM IST

Updated : Nov 28, 2023, 8:56 PM IST

ଉତ୍ତରକାଶୀ ଟନେଲରୁ ପ୍ରର୍ଯ୍ୟାୟକ୍ରମେ ପାଇପ ଯୋଗେ ଉଦ୍ଧାର ହେଲେ ସମସ୍ତ 41 ଶ୍ରମିକ । ଅଧିକ ପଢନ୍ତୁ

ଉଦ୍ଧାର ପ୍ରକ୍ରିୟା ଆରମ୍ଭ, 3 ଶ୍ରମିକଙ୍କୁ ଉଦ୍ଧାର ପରେ ପଠାଗଲା ହସ୍ପିଟାଲ
ଉଦ୍ଧାର ପ୍ରକ୍ରିୟା ଆରମ୍ଭ, 3 ଶ୍ରମିକଙ୍କୁ ଉଦ୍ଧାର ପରେ ପଠାଗଲା ହସ୍ପିଟାଲ
ଟନେଲରୁ ସମସ୍ତ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର, ପଠାଯାଉଛି ହସ୍ପିଟାଲ

ଡେରାଡୁନ: ଉତ୍ତରକାଶୀ ଟନେଲରୁ ସଫଳତାର ସହ ସମସ୍ତ 41 ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏବେ ସୁଦ୍ଧା ସମସ୍ତ 41 ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସାରିଥିବା ସ୍ପଷ୍ଟ ହୋଇଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ରହିଛି । କୌଣସି ଶ୍ରମିକଙ୍କ ଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଜଣାପଡିନି । ପ୍ରାଥମିହ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲ ପଠାଯାଉଛି ।

ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ କେନ୍ଦ୍ରମନ୍ତ୍ରୀ ବି.କେ ସିଂ ଉପସ୍ଥିତ ରହିଛନ୍ତି । ଉଭୟ କିଛି ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । ପ୍ରତ୍ୟେକ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରାୟ 3ରୁ 4 ମିନିଟ ସମୟ ଲାଗୁଥିବା ସୂଚନା ମିଳିଥିଲା । ଶ୍ରମିକଙ୍କ ଫସିଥିବା ସ୍ଥାନ ପର୍ଯ୍ୟନ୍ତ ପଠାଯାଇଥିବା ପାଇପ ମାଧ୍ୟମରେ ଜଣଙ୍କ ପରେ ଜଣେ ସମସ୍ତ 41 ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ପରେ ପୁରା ପ୍ରସ୍ତୁତ ହୋଇଥିବା ଡାକ୍ତରୀ ଟିମ ସେମାନଙ୍କ ସ୍ବାସ୍ଥ୍ୟର ପ୍ରାଥମିକ ଯାଞ୍ଚ କରୁଛନ୍ତି । ଏହା ପରେ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଉଛି । ସେଠାରେ ପୁରା ପ୍ରସ୍ତୁତି ସହ ନିୟୋଜିତ ଥିବା ଡାକ୍ତରୀ ଟିମ୍‌ ସେମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରିବ ।

ପ୍ରର୍ଯ୍ୟାୟ କ୍ରମେ ଜାରି ରହିଥିବା ଉଦ୍ଧାର ଅପରେସନରେ ଉଦ୍ଧାର ଶ୍ରମିକଙ୍କ ସଂଖ୍ୟା କ୍ରାମଗତ ବଢ଼ିବାରେ ଲାଗିଥିଲା । ପ୍ରାୟ କିଛି ଘଣ୍ଟା ମଧ୍ୟରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଶେଷ ହେବା ନେଇ ଆଶା କରାଯାଉଥିବା ବେଳେ ପ୍ରାୟ ଏକ ଘଣ୍ଟାରୁ କମ ସମୟ ମଧ୍ୟରେ ଏହି ଅପରେସନକୁ ସଫଳତାର ସହ ଶେଷ କରାଯାଇଛି । ଆଜି ମଧ୍ୟରାତ୍ରୀ ସୁଦ୍ଧା ସମସ୍ତ 41 ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳତା ମିଳିବା ନେଇ ଆଶା କରାଯାଉଥିଲା । ସମୟ ପୂର୍ବରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । କୌଣସି ଶ୍ରମିକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ଜଣାପଡିଛି । ସମସ୍ତେ ଏବେ ହସ୍ପିଟାଲରେ ଡାକ୍ତରୀ ଟିମର ନୀରିକ୍ଷଣ ମଧ୍ୟରେ ରହିବେ ।

ଏହା ମଧ୍ୟ ପଢନ୍ତୁ:- ରାତିରେ ହେବନି ଏୟାରଲିଫ୍ଟ: ଆସନ୍ତାକାଲିକୁ ଅପେକ୍ଷା, ଟନେଲ ଭିତରେ ଅସ୍ଥାୟୀ ହସ୍ପିଟାଲ

ପୂର୍ବରୁ ମେଡିକାଲ ଟିମ ଓ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଥିଲା । ଉଦ୍ଧାର ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲକୁ ପଠାଯାଉଛି । ନିଜେ ମୁଖ୍ୟମନ୍ତ୍ରୀ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ଅପରେସନକୁ ତଦାରଖ କରୁଛନ୍ତି । କୌଣସି ଶ୍ରମିକଠାରେ ନାହିଁ ସ୍ବାସ୍ଥ୍ୟଗତ ଜଟିଳତା । ଉଦ୍ଧାରକାରୀ ଟିମ, ମେଡିକାଲ ଟିମ୍‌, ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ କରାଯାଉଛି ପ୍ରକ୍ରିୟା । ଏବେ ସୁଦ୍ଧା ସମସ୍ତ ଉଦ୍ଧାର ଶ୍ରମିକ ସୁସ୍ଥ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 28, 2023, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.