ETV Bharat / bharat

ମୋ ବିରୋଧରେ ପ୍ରମାଣ ପାଇଁ ପିତାଙ୍କ ସମାଧିସ୍ଥଳକୁ ବି ଛାଡ଼ିଲାନି ଏନଆଇଏ: ମେହବୁବା ମୁଫତି - ଏନଆଇଏ ବିରୋଧରେ ମେହେବୁବା ମୁଫତିଙ୍କ ଅଭିଯୋଗ

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଦେଉଥିବା ଅଭିଯୋଗକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ମେହେବୁବା ମୁଫତି। ଏନେଇ ପୂର୍ବରୁ ଜଣେ ପିଡିପି ନେତା ଗିରଫ ହୋଇ ସାରିଛନ୍ତି। ଅଧିକ ପଢ଼ନ୍ତୁ...

Probe agencies carrying out 'audit' of my father's grave says pdp leader Mehbooba Mufti
ମୋ ବିରୋଧରେ ପ୍ରମାଣ ପାଇଁ ପିତାଙ୍କ ସମାଧିସ୍ଥଳକୁ ବି ଛାଡ଼ିଲାନି ଏନଆଇଏ:ମେହବୁବା ମୁଫତି
author img

By

Published : Jan 3, 2021, 7:47 PM IST

ଶ୍ରୀନଗର: "ମୋ ବିରୋଧରେ ଗୋଟିଏ ବି ମାମଲା ପ୍ରମାଣ କରି ଦେଖାଉ ଏନଆଇଏ। ଯେକୌଣସି ପରିଣାମର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ରହିଛି। ବେଆଇନ ଭାବରେ ମୋ ଦଳର ନେତାମାନଙ୍କୁ ଫସାଯାଉଛି। ମୋ ବାପାଙ୍କ ସମାଧିସ୍ଥଳକୁ ମଧ୍ୟ ଛାଡ଼ିଲାନି ଏନଆଇଏ।" ଏକ ସାକ୍ଷାତକାରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ଜମ୍ମୁ ଓ କାଶ୍ମୀର ଆଞ୍ଚଳିକ ଦଳ ପିଡିପି ସଭାପତି ମେହବୁବା ମୁଫତି।

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଇ ଦେଉଥିବା ଅଭିଯୋଗରେ ଜଣେ ପିଡିପି ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଛି। ଏନେଇ ବିଭିନ୍ନ ଅନୁସନ୍ଧାନକାରୀ ସଂସ୍ଥା ସହ ଏନଆଇଏ(NIA) ଯାଞ୍ଚ ଜାରି ରଖିଛି। ପିଡିପି ଦଳର ମଧ୍ୟ ଏହି ମାମଲାରେ ସଂପୃକ୍ତି ରହିଥିବା ନେଇ ସନ୍ଦେହ କରାଯାଉଛି। ଏହାକୁ ନେଇ ମେହବୁବା ମୁଫତିଙ୍କ ବାପା ମୁଫତି ମହମ୍ମଦ ସୟଦଙ୍କ ସମାଧିସ୍ଥଳରେ ଅନୁସନ୍ଧାନକାରୀ ଦଳ ଅଡିଟ ଜାରି ରଖିଥିବା ଅଭିଯୋଗ ହୋଇଛି। ଏହି ଅଡିଟକୁ ନେଇ ଅନୁସନ୍ଧାନକାରୀ ଦଳକୁ ଭତ୍ସର୍ନା କରିଛନ୍ତି ମେହେବୁବା ମୁଫତି।

ପିଡିପି ଦଳର ବରିଷ୍ଠ ନେତା ୱାହିଦ ପାରାଙ୍କୁ ଗିରଫ କରିଛି ଏନଆଇଏ। ଏହାକୁ ନେଇ ମେହେବୁବା ମୁଫତି କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ୱାହିଦଙ୍କ ଆକାଉଣ୍ଟରୁ କୌଣସି ତଥ୍ୟ ମିଳି ନଥିଲା। ଯଦି କୌଣସି ତଥ୍ୟ ମିଳିଛି ତାହେଲେ ଏହାର ପ୍ରମାଣ ଦେଉ ଏନଆଇଏ। ମୋତ ଫସାଇବାକୁ ଯାଇ ଏନଆଇଏ ମୋ ବାପାଙ୍କ ସମାଧିସ୍ଥଳକୁ ଛାଡ଼ିଲା ନାହିଁ। ଏମାନେ ଆଉ କେତେ ତଳକୁ ଖସିବେ।

2016ରେ ମୁଫତି ସୟଦଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କୁ ଦକ୍ଷିଣ କାଶ୍ମୀର ବିଜବେହେରା ନିକଟରେ ସମାଧିକ ଦିଆଯାଇଥିଲା। ୱାହିଦ ଗିରଫ ହେବାପରେ ଏନଆଇଏ ପକ୍ଷରୁ ସେହି ସମାଧିସ୍ତଳରେ ଅଡିଟ ଜାରି ରଖିଛି ଏନଆଇଏ। ଗୋପନରେ ମେହେବୁବା ମୁଫତିଙ୍କ ଏକ ବଙ୍ଗଳା ରହିଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି(ରବିବାର) ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି। ସେପଟେ ସମାଧିସ୍ଥଳରେ କୌଣସି ପ୍ରକାର ଅଡିଟକୁ ନେଇ ଏନଆଇଏ ସୂଚନା ଦେଇନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.