ETV Bharat / bharat

କର୍ଣ୍ଣାଟକରେ ପାକିସ୍ତାନୀ ନାରା, ପୋଲିସ ତଦନ୍ତ ଆରମ୍ଭ - ବେଙ୍ଗାଲୁରୁ ସିଟି ପୋଲିସ

କର୍ଣ୍ଣାଟକରେ ସୋସିଆଲ ମିଡିଆ ଗ୍ରୁପରେ ଲାଗିଲା ପାକିସ୍ତାନୀ ନାରା । ସ୍ବାଧୀନତା ଦିବସ ପୂର୍ବ ଦିନ ଖୋଲା ଯାଇଥିଲା ହ୍ବାଟ୍ସଆପ ଗ୍ରୁପ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ପାକିସ୍ତାନୀ ନାରା, ପୋଲିସ ତଦନ୍ତ ଆରମ୍ଭ

author img

By

Published : Aug 17, 2022, 10:32 PM IST

ବେଙ୍ଗାଲୁରୁ: ଏବେ କୌଣସି ନା କୌଣସି ବିବାଦ ପାଇଁ ଦେଶରେ କ୍ରମାଗତ ଚର୍ଚ୍ଚାରେ ରହିବାରେ ଲାଗିଛି କର୍ଣ୍ଣାଟକ । ଏବେ ଏକ ସୋସିଆଲ ମିଡିଆ ଗ୍ରୁପରେ ଲାଗିଛି ପାକିସ୍ତାନୀ ଜିନ୍ଦାବାଦ ଓ ହୁନ୍ଦୁସ୍ଥାନ ମୁର୍ଦ୍ଦାବାଦ ନାରା (Pro Pakistan slogan in karnataka)। କର୍ଣ୍ଣାଟକର ସାମ୍ପିଗେହାଲି ଜିଲ୍ଲାରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ପୋଲିସ ମଧ୍ୟ ଆକ୍ସନ ମୋଡକୁ ଆସିଛି । ଏକ ମମଲା ପଞ୍ଜୀକୃତ କରି ତଦନ୍ତ ଆରମ୍ଭ କରିଛି ବେଙ୍ଗାଲୁରୁ ସିଟି ପୋଲିସ (Bengaluru police registered a case for Pro Pakistan slogan)।

ଘଟଣାଟି ସ୍ବାଧୀନତା ଦିବସର ପୂର୍ବ ଦିନ ତଥା 14 ତାରିଖର ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ‘‘କ୍ଲବହାଉସ’’ ନାମରେ କ୍ରିଏଟ ହୋଇଥିବା ହ୍ବାଟ୍ସଆପ ଗ୍ରୁପରେ ଏପରି ପାକିସ୍ତାନୀ ନାରା ଲଗାଇଛନ୍ତି କିଛି ଦୁର୍ବୃତ୍ତ । ଏହି ଗ୍ରୁପରେ ସଦସ୍ୟ ଥିବା ବ୍ୟବହାରକାରୀମାନେ ମଧ୍ୟ ନିଜ ଡିପି ପରିବର୍ତ୍ତେ ପାକିସ୍ତାନୀ ପତାକା ରଖିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଗ୍ରୁପର ଟ୍ୟାଗ ଲାଇନରେ ମଧ୍ୟ ‘ପାକିସ୍ତାନ ଜିନ୍ଦାବାଦ ଓ ହିନ୍ଦୁସ୍ଥାନ ମୁର୍ଦ୍ଦାବାଦ’ ବୋଲି ଲେଖାଯାଇଛି ।

ଏହି ମାମଲା ନଜରକୁ ଆସିବା ପରେ ପୋଲିସ ତତ୍ପରତା ପ୍ରକାଶ କରିଛି । ବେଙ୍ଗାଲୁରୁ ପୋଲିସ କମିଶନର ପ୍ରତାପ ରେଡ୍ଡୀ କହିଛନ୍ତି, ‘‘ ଘଟଣା ସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ମିଳି ସାରିଛି । ଏହି ଗ୍ରୁପ କିଏ କ୍ରିଏଟ କରିଥିଲା, କେତେ ଜଣ ସଦସ୍ୟ ରହିଛନ୍ତି ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଉଛି, ସେ ନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଘଟଣାରେ କେହି ଗିରଫ ହୋଇ ନାହାନ୍ତି । ଏହି ସଦସ୍ୟମାନେ ନିଜ ପ୍ରକୃତ ତଥା ପୁରା ନାମ ପରିବର୍ତ୍ତେ ସେମାନଙ୍କ ଡାକ ନାଁ ରଖିଥିଲେ । ଏକ ମାମଲା ରୁଜୁ ହୋଇ ତ୍ବରିତ ତଦନ୍ତ ଜାରି ରହିଛି (case registered for Pro Pakistan slogan)। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.