ETV Bharat / bharat

Operation Blue Star Anniversary: ସ୍ବର୍ଣ୍ଣ ମନ୍ଦିରରେ ଖଲିସ୍ତାନ ସପକ୍ଷବାଦୀଙ୍କ ସ୍ଲୋଗାନ - ସ୍ବର୍ଣ୍ଣ ମନ୍ଦିରରେ ଖଲିସ୍ତାନ ସପକ୍ଷବାଦୀଙ୍କ ସ୍ଲୋଗାନ

ଅପରେସନ ବ୍ଲୁ ଷ୍ଟାରର ୩୮ତମ ବାର୍ଷିକୀରେ ସ୍ବର୍ଣ୍ଣମନ୍ଦିରରେ ମୌଳବାଦୀ ଶିଖ ଗୋଷ୍ଠୀଙ୍କ ଦ୍ବାରା ଖଲିସ୍ତାନ ସପକ୍ଷବାଦୀ ସ୍ଲୋଗାନ ଉଠିଥିଲା । ବହୁ ଯୁବକ 'ଖଲିସ୍ତାନ ଜିନ୍ଦାବାଦ' ଲେଖାଥିବା ବ୍ୟାନର ଓ ପ୍ଲାକାର୍ଡ ଧରି ନାରା ଦେଇଥିଲେ । ଅଧିକ ପଢ଼ନ୍ତୁ

pro khalistan slogans raised at golden temple on operation blue star anniversary
Operation Blue Star Anniversary: ସ୍ବର୍ଣ୍ଣ ମନ୍ଦିରରେ ଖଲିସ୍ତାନ ସପକ୍ଷବାଦୀଙ୍କ ସ୍ଲୋଗାନ
author img

By

Published : Jun 7, 2022, 9:45 AM IST

ଚଣ୍ଡିଗଡ଼: ଅପରେସନ ବ୍ଲୁ ଷ୍ଟାରର ୩୮ତମ ବାର୍ଷିକୀରେ ସ୍ବର୍ଣ୍ଣମନ୍ଦିରରେ ମୌଳବାଦୀ ଶିଖ ଗୋଷ୍ଠୀଙ୍କ ଦ୍ବାରା ଖଲିସ୍ତାନ- ସପକ୍ଷବାଦୀ ସ୍ଲୋଗାନ ଉଠିଥିଲା । ବହୁ ଯୁବକ 'ଖଲିସ୍ତାନ ଜିନ୍ଦାବାଦ' ଲେଖାଥିବା ବ୍ୟାନର ଓ ପ୍ଲାକାର୍ଡ ଧରି ନାରା ଦେଇଥିଲେ । ସେମାନେ ଯେଉଁ ସାର୍ଟ ପିନ୍ଧିଥିଲେ ସେଥିରେ ନିହତ ବିଚ୍ଛିନ୍ନତାବାଦୀ ନେତା ଜରନେଲ ସିଂହ ଭିନ୍ଦ୍ରନୱାଲେଙ୍କ ଛବି ଅଙ୍କିତ ହୋଇଥିଲା ।

ଶିଖ ଧର୍ମ ପୀଠରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାରୁ ନିବୃତ ରହିବାକୁ ନିଷେଧାଦେଶ ଲାଗୁ କରିଥିଲେ ମଧ୍ୟ ଖଲିସ୍ତାନ ସପକ୍ଷବାଦୀଙ୍କ ଦ୍ବାରା ଏହି ପ୍ରତିବାଦ କରାଯାଇଥିଲା । ଇତି ମଧ୍ୟରେ ସବୁ ଶିଖ ଅସ୍ତ୍ରଶସ୍ତ୍ର ତାଲିମ ନିଅନ୍ତୁ ବୋଲି ଅକଲ ତଖତ ମୁଖ୍ୟ ଜ୍ଞାନୀ ହରପ୍ରୀତ ସିଂ ଆହ୍ବାନ ଦେଇଥିଲେ । ହରପ୍ରୀତ ସିଂ କହିଛନ୍ତି ଶିଖମାନେ ଅସ୍ତ୍ରଶସ୍ତ୍ର ତାଲିମ ଏକାଡେମୀ ଆରମ୍ଭ କରିବା ଉଚିତ ଯେଉଁଠାରେ ଲୋକମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବେ । ଏହି ପ୍ରତିବାଦ ବେଳେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟାକାଣ୍ଡରେ ତାଙ୍କ ପରିବାର ପ୍ରତି ନ୍ୟାୟ ଦାବି କରିଥିଲେ । ଗତକାଲି ବାର୍ଷିକୀ ପାଳନ ଅବସରରେ ପଞ୍ଜାବରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହାରି ସତ୍ତ୍ବେ ଖଲିସ୍ତାନ ସପକ୍ଷବାଦୀଙ୍କ ଏଭଳି କାଣ୍ଡ ଦେଖିବାକୁ ମିଲିଥିଲା ।

ସୂଚନା ଥାଉକି, ଅପରେସନ ବ୍ଲୁ ଷ୍ଟାରକୁ ୩୮ ବର୍ଷ ପୂରିଛି । 1984 ମସିହାରେ ଆତଙ୍କବାଦୀ ଜର୍ଣ୍ଣେଲ ସିଂହ ଭିଣ୍ଡରାୱାଲେଙ୍କ ନେତୃତ୍ବରେ କିଛି ଆତଙ୍କବାଦୀ ସ୍ବର୍ଣ୍ଣ ମନ୍ଦିରକୁ ନିଜ କବଜାରେ ରଖିଥିଲେ । ତେବେ ଜୁନ 1 ତାରିଖରୁ ଭାରତୀୟ ସେନା ଏହାକୁ ନିଜ କବଜାକୁ ନେବାକୁ ପ୍ରୟାସ କରିଥିଲା । ଜୁନ 6 ତାରିଖରେ ଅସଲ ଲଢେଇ ଆରମ୍ଭ ହୋଇ ଜୁନ 8 ତାରିଖରେ ଶେଷ ହୋଇଥିଲା । ସ୍ବର୍ଣ୍ଣ ମନ୍ଦିରକୁ ଭାରତ ପୁଣି ନିଜ କବଜାକୁ ଆଣିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.