ନୂଆଦିଲ୍ଲୀ: ଆଜି(ଶୁକ୍ରବାର) ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । କୋରୋନା ମହାମାରୀ ବିରୋଧରେ ବ୍ୟବହାର ହେଉଥିବା ସମସ୍ତ ମେଡିକାଲ ସାମଗ୍ରୀ ଓ ମେଡିସିନ ଉପରୁ ଜିଏସିଟି ହଟାଇବାକୁ ଦାବି କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ।
କୋରୋନା ମହାମାରୀ ସମୟରେ ସମସ୍ତ ମେଡିକାଲ ସାମଗ୍ରୀ ଉପରୁ ଜିଏସଟି ନେବା ଅତ୍ୟନ୍ତ ଭୁଲ ଏବଂ ନିଷ୍ଠୁରତାର ପରିଚୟ । 15ଟି ମେଡିକାଲ ସାମଗ୍ରୀର ସୂଚୀ କରି ସେ ସବୁ ଉପରୁ ଜିଏସଟି ଛାଡ କରିବାକୁ ଟ୍ବିଟ କରି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହି ଘଡି ସନ୍ଧି ସମୟରେ ଲୋକଙ୍କ ଠାରୁ ଜିଏସଟି ଆଦାୟ କରିବା କୋରୋନା ସହିତ ଜଡିତ ଜିନିଷ ସାମଗ୍ରୀ ଯେପରି ଆମ୍ବୁଲାନ୍ସ, ଶଯ୍ୟା, ଭେଣ୍ଟିଲେଟର ଅମ୍ଳଜାନ ଅତ୍ୟନ୍ତ ନିଷ୍ଠୁରତାର ପରିଚୟ ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ସରକାର ସମସ୍ତ ମେଡିକାଲ ଉପକରଣ ଉପରୁ ଜିଏସଟି ହଟାନ୍ତୁ ବୋଲି ଦାବି କରିଛନ୍ତି ପ୍ରିୟଙ୍କା ।
କେନ୍ଦ୍ର ବିଜେପି ନେତୃତ୍ବାଧୀନ କୋଭିଡ ପରିଚାଳନା ଉପରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ । ଦେଶରେ ଭ୍ୟାକ୍ସିନ ଅଭାବକୁ ନେଇ ପ୍ରିୟଙ୍କା ଗତକାଲି କହିଥିଲେ ଭ୍ୟାକ୍ସିନ ଉତ୍ପାଦନରେ ଭାରତ ଏକ ନମ୍ବରରେ ଥିଲେ ମଧ୍ୟ କାହିଁକି ଭ୍ୟାକ୍ସିନର ଅଭାବ ଦେଖା ଦେଇଛି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।
ପ୍ରକାଶ ଥାଉ କି, ଚଳିତ ବର୍ଷ ଜିଏସଟି ପରିଷଦର ବୈଠକ 8ମାସ ବ୍ୟବଧାନରେ ବସିଛି । ବୈଠକରେ ପରିଷଦ ମୁଖ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରହିଥିବାବେଳେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇଛନ୍ତି । ବୈଠକରେ ଅର୍ଥନିତୀ କ୍ଷତି ଓ କୋଭିଡ ସାମଗ୍ରୀ ଟିକସ ଉପରେ ଆଲୋଚନା ହୋଇଛି ।
@ANI